Advertisment

ନିର୍ବାଚନ ରେଜଲ୍ଟ ବାହାରିବା ପୂର୍ବରୁ ବଢ଼ିଲା ସିଏନ୍‌ଜି ଦର, ଆଗକୁ କାହା ପାଳି...

ନୂଆଦିଲ୍ଲୀ: ୫ ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ବାହାରିବା ଆଗରୁ ସାଧାରଣ ଲୋକଙ୍କ ଉପରେ ପଡ଼ିଲାଣି ମହଙ୍ଗା ମାଡ଼ । ୟୁକ୍ରେନ-ରୁଷ ଯୁଦ୍ଧର ପ୍ରଭାବ ଆମ ଦେଶରେ ଦେଖାଦେଲାଣି।  ଅଶୋଧିତ ତୈଲ୍ୟ ସମେତ ବିଭିନ୍ନ ଜିନିଷ ଦାମ୍‌ ଆକାଶ ଛୁଆଁ ହେଲାଣି।  ଏପରିକି ଦିଲ୍ଲୀ ସମେତ  ଆଖାପାଖ ସହରରେ ସିଏନ୍‌ଜିର ଦାମ୍‌ ବଢ଼ି ଯାଇଛି। ଆଜି ସକାଳୁ ବର୍ଦ୍ଧିତ ଦର ଲାଗୁ ହୋଇଛି । ନୂଆଦିଲ୍ଲୀସ୍ଥିତ  ଇନ୍ଦ୍ରପ୍ରସ୍ଥ ଗ୍ୟାସ୍‌ ଲିମିଟେଡ ସିଏନ୍‌ଜିର ଦାମ୍‌ ବଢ଼ାଇ ଦେଇଛି। ଏହା […]

ଏଲପିଜି ପରେ ବଢ଼ିଲା ସିଏନଜି ଗ୍ୟାସ୍‌ ଦର

cng

Advertisment

ନୂଆଦିଲ୍ଲୀ: ୫ ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ବାହାରିବା ଆଗରୁ ସାଧାରଣ ଲୋକଙ୍କ ଉପରେ ପଡ଼ିଲାଣି ମହଙ୍ଗା ମାଡ଼ । ୟୁକ୍ରେନ-ରୁଷ ଯୁଦ୍ଧର ପ୍ରଭାବ ଆମ ଦେଶରେ ଦେଖାଦେଲାଣି।  ଅଶୋଧିତ ତୈଲ୍ୟ ସମେତ ବିଭିନ୍ନ ଜିନିଷ ଦାମ୍‌ ଆକାଶ ଛୁଆଁ ହେଲାଣି।  ଏପରିକି ଦିଲ୍ଲୀ ସମେତ  ଆଖାପାଖ ସହରରେ ସିଏନ୍‌ଜିର ଦାମ୍‌ ବଢ଼ି ଯାଇଛି। ଆଜି ସକାଳୁ ବର୍ଦ୍ଧିତ ଦର ଲାଗୁ ହୋଇଛି ।

Advertisment

ନୂଆଦିଲ୍ଲୀସ୍ଥିତ  ଇନ୍ଦ୍ରପ୍ରସ୍ଥ ଗ୍ୟାସ୍‌ ଲିମିଟେଡ ସିଏନ୍‌ଜିର ଦାମ୍‌ ବଢ଼ାଇ ଦେଇଛି। ଏହା ପ୍ରଭାବରେ ଦିଲ୍ଲୀ- ଏନସିଆର ସମେତ ଦେଶର ଅନ୍ୟ କିଛି ସହରରେ ସିଏନଜି ମୂଲ୍ୟରେ ବୃଦ୍ଧି ଘଟିଥିବାରୁ ସାଧାରଣ ଲୋକଙ୍କୁ ଏକ ବଡ଼ ଝଟକା ଲାଗିଛି।  ରାଜଧାନୀ ଦିଲ୍ଲୀରେ ସିଏନ୍‌ଜି ଦାମ୍‌ ୫୦ ପଇସା ବଢ଼ିଛି।  ବର୍ତ୍ତମାନ ପର୍ଯ୍ୟନ୍ତ ସିଏନ୍‌ଜି ଦାମ ୫୭.୦୧ ଟଙ୍କା ପ୍ରତି କେଜି ଥିଲା। ଯାହାକି ଏବେ ବଢ଼ି ୫୭.୫୧ ଟଙ୍କାରେ ପହଞ୍ଚିଛି ।

ସେହିପରି ନୋଏଡା, ଗ୍ରେଟର ନୋଏଡା ଓ ଗାଜିଆବାଦରେ ସିଏନଜି କେଜି ପିଛା ଟଙ୍କାଏ ଲେଖା ବଢ଼ିଛି। ତେଣୁ ଏହି ସବୁ ଅଞ୍ଚଳର ଗ୍ରାହକ ପୂର୍ବରୁ ସିଏନଜି କେଜି ପିଛା ୫୮.୫୮ ଟଙ୍କା ଦେଉଥିବା ବେଳେ ଆଜିଠୁ ସେମାନେ ଏଥିନିମନ୍ତେ ୫୯.୫୮ ଟଙ୍କା ଗଣିବେ। ଏହାପରେ ଖୁବ୍‌ ଶୀଘ୍ର ଦେଶର ଅନ୍ୟ ଅଞ୍ଚଳରେ ବି ସିଏନଜି ମୂଲ୍ୟରେ ବୃଦ୍ଧି ଘଟିବ ବୋଲି ଜଣାପଡ଼ିଛି।

Advertisment

ସିଏନ୍‌ଜି ପରେ ଆଗକୁ ପେଟ୍ରୋଲ ଓ ଡିଜେଲ ପାଳି ପଡ଼ିପାରେ । ଏପରିକି ଏହି ୨ ଇନ୍ଧନର ମୂଲ୍ୟ ପ୍ରାୟ ୩୦ ଟଙ୍କା ପାଖାପାଖି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ବିଧାନସଭା ନିର୍ବାଚନ ଫଳାଫଳ ବାହାରିବା ପରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୧୨୦ ଛୁଇଁ ପାରେ ବୋଲି ବିଭିନ୍ନ ଗଣମାଧ୍ୟମ ରିପୋର୍ଟରେ ଆକଳନ କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe