Advertisment

କମିଲା ଗ୍ୟାସ୍ ଦର, ସିଲିଣ୍ଡର ପିଛା ୩୦ ଟଙ୍କା ହ୍ରାସ

୧୯ କେଜି କମର୍ସିଆଲ(ବାଣିଜ୍ୟିକ) ସିଲିଣ୍ଡର ଦାମ୍ ୩୦ ଟଙ୍କା ହ୍ରାସ ପାଇଛି।

author-image
Debibandita Barick
commercial cylinder

commercial cylinder

ଶସ୍ତା ହେଲା ଏଲପିଜି ଗ୍ୟାସ ଦର। ୧୯ କେଜି କମର୍ସିଆଲ(ବାଣିଜ୍ୟିକ) ସିଲିଣ୍ଡର ଦାମ୍ ୩୦ ଟଙ୍କା ହ୍ରାସ ପାଇଛି। ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇ ଭଳି ମେଟ୍ରୋ ସିଟି ସମେତ ସମଗ୍ର ଦେଶରେ ଏହି ଦର ଲାଗୁ କରାଯାଇଛି। 

Advertisment

ଦର ହ୍ରାସ ପାଇବା ପରେ ଦିଲ୍ଲୀରେ କମର୍ସିଆଲ ସିଲିଣ୍ଡର ମୂଲ୍ୟ ୧,୬୪୬ ଟଙ୍କାକୁ ହ୍ରାସ ପାଇଛି। ସେହିପରି ମୁମ୍ବାଇରେ ୧,୫୯୮ ଟଙ୍କା ୧,୮୦୯ ଟଙ୍କା ଏବଂ କୋଲକାତାରେ ସିଲିଣ୍ଡର ପିଛା ୧,୭୮୭ ଟଙ୍କା ରହିଛି।

ଏପ୍ରିଲ ପୂର୍ବରୁ କ୍ରମାଗତ ତିନି ମାସ କମର୍ସିଆଲ ସିଲିଣ୍ଡର ଦର ବୃଦ୍ଧି ପାଇ ଚାଲିଥିଲା। କିନ୍ତୁ ଏପ୍ରିଲ ପହିଲାରୁ ଏଥିରେ ବ୍ରେକ୍ ଲାଗିଥିଲା। ଏପ୍ରିଲ ପହିଲାରେ ୧୯ କେଜି କମର୍ସିଆଲ ସିଲିଣ୍ଡର ଦାମ୍ ୩୦.୫୦ ଟଙ୍କା ହ୍ରାସ ପାଇବା ପରେ ମେ ୧ରେ ସିଲିଣ୍ଡର ପିଛା ୧୯ ଟଙ୍କା ଏବଂ ଜୁନ୍ ୧ରେ ୬୯ ଟଙ୍କା ହ୍ରାସ ପାଇଥିଲା।

Advertisment

ତେବେ ଯଦି ଆମେ ଘରୋଇ LPG ସିଲିଣ୍ଡର ଦାମ୍ କଥା କହିବା, ତେବେ ଏଥିରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ୧୪.୨ କେଜି ଘରୋଇ ଗ୍ୟାସ ସିଲିଣ୍ଡର ଦର ପୂର୍ବରୁ ଯାହା ଥିଲା, ତାହା ରହିଛି। 

LPG Cylinder Cylinder Price