Advertisment

କମର୍ସିଆଲ ଗ୍ୟାସ୍‌ ଦାମ ବଢ଼ିଥିଲା ୩୫୦, କମିଲା ୯୨ ଟଙ୍କା

ବ୍ୟବସାୟିକ ରନ୍ଧନ ଗ୍ୟାସ୍‌ର ଦାମ ପ୍ରାୟ ୯୨ ହ୍ରାସ ପାଇଛି। ତେବେ ଘରୋଇ ଏଲପିଜି ଗ୍ୟାସ୍‌ ବ୍ୟବହାର କରୁଥିବା ଲୋକଙ୍କୁ କୌଣସି ପ୍ରକାରର ଆଶ୍ୱସ୍ତି ମିଳିନି।

author-image
Hemant Lenka
ଅଦ୍ୟତନ ହୋଇଛି
LPG

LPG

ଆଜି ହେଉଛି ୨୦୨୪ ଆର୍ଥିକ ବର୍ଷର ପ୍ରଥମ ଦିନ। ଆର୍ଥିକ ବର୍ଷର ପ୍ରଥମ ଦିନରେ ସରକାର ଏଲପିଜି ଗ୍ୟାସ୍‌ ସିଲିଣ୍ଡରର ଦାମକୁ ଅପଡେଟ କରିଛନ୍ତି। ଆଜିଠାରୁ କମର୍ସିଆଲ ବା ବ୍ୟବସାୟିକ ରନ୍ଧନ ଗ୍ୟାସ୍‌ର ଦାମ ପ୍ରାୟ ୯୨ ଟଙ୍କା ହ୍ରାସ ପାଇଛି। ତେବେ ଘରୋଇ ଏଲପିଜି ଗ୍ୟାସ୍‌ ବ୍ୟବହାର କରୁଥିବା ଲୋକଙ୍କୁ କୌଣସି ପ୍ରକାରର ଆଶ୍ୱସ୍ତି ମିଳିନି।

Advertisment

ଗତମାସରେ ୧୪.୨ କେଜି ଗ୍ୟାସ ସିଲିଣ୍ଡରର ଦାମ ଯେତିକି ଥିଲା, ଆଜି ମଧ୍ୟ ସେତିକି ରହିଛନ୍ତି। ଗତ ମାସରେ କେନ୍ଦ୍ର ସରକାର ଘରୋଇ ରନ୍ଧନ ଗ୍ୟାସର ଦାମ ୫୦ ଟଙ୍କା ବୃଦ୍ଧି କରିଥିଲେ। ଏହାପରେ ସାଧାରଣ ଲୋକ ୧୧ ଶହରୁ ଅଧିକ ଟଙ୍କା ଦେଇ ଗ୍ୟାସ ସିଲିଣ୍ଡର କିଣୁଛନ୍ତି।

ତେବେ ଆଜି ଠାରୁ ସରକାର କମର୍ସିଆଲ ଗ୍ୟାସ ଦାମକୁ ହ୍ରାସ କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲେ ମାର୍ଚ୍ଚ ମାସରେ ସରକାର ଏହି ବର୍ଗରେ ଥିବା ଗ୍ୟାସର ଦାମ ସିଲିଣ୍ଡର ପିଛା ୩୫୦ ଟଙ୍କା ବୃଦ୍ଧି କରିଥିଲେ। ହେଲେ ଏବେ ଏହାର ଦାମ ମାତ୍ର ୯୨ ଟଙ୍କା ହ୍ରାସ କରିଛନ୍ତି।

Advertisment

ଦର ହ୍ରାସ ପାଇବା ପରେ ଦେଶର ରାଜଧାନୀ ଦିଲ୍ଲୀରେ ଆଜି ୧୯ କେଜି ଓଜନର କମର୍ସିଆଲ ଗ୍ୟାସର ଦାମ ୨୦୨୮କୁ ଖସିଛି। କୋଲକାତାରେ ଏହାର ଦାମ ୨୧୩୨ ଟଙ୍କା, ମୁମ୍ବାଇରେ ୧୯୮୦ ଟଙ୍କା ଓ ଚେନ୍ନାଇରେ ଏହାର ଦାମ ୨୧୯୨.୫୦ ଟଙ୍କା ରହିଛି।

ଅନ୍ୟପକ୍ଷରେ ଆଜି ଘରୋଇ ଗ୍ୟାସ ସିଲିଣ୍ଡର ଦାମ ଶ୍ରୀନଗରରେ ୧୨୧୯ ଟଙ୍କା ରହିଥିବା ବେଳେ ଦିଲ୍ଲୀରେ ୧୧୦୩, ପାଟନାରେ ୧୨୦୨, ଲେହରେ ୧୩୪୦, ଆଣ୍ଡାମାନ ୧୧୭୯, ଅହମଦାବାଦରେ ୧୧୧୦, ଚେନ୍ନାଇରେ ୧୧୧୮.୫୦, କୋଲକାତାରେ ୧୧୨୯ ଓ ମୁମ୍ବାଇରେ ୧୧୧୨.୫୦ ଟଙ୍କା ରହିଛି।

ଘରୋଇ ଏଲପିଜିର ଦାମ ସ୍ଥିର ରହୁଥିବା ବେଳେ କମର୍ସିଆଲ ଗ୍ୟାସର ଦାମ କିନ୍ତୁ ବାରମ୍ବାର ପରିବର୍ତ୍ତନ ହେଉଛି। ୨୦୨୨ ମସିହା ଏପ୍ରିଲ ୧ରେ କମର୍ସିଆଲ ଗ୍ୟାସ୍‌ର ଦାମ ସିଲିଣ୍ଡର ପିଛା ୨୨୫୩ ଟଙ୍କା ରହିଥିଲା। ଏବେ ଦିଲ୍ଲୀରେ ଏହାର ଦାମ ୨୦୨୮ ଟଙ୍କାକୁ ଖସିଛି। ଏହାର ଅର୍ଥ ରାଜଧାନୀ ଦିଲ୍ଲୀରେ କମର୍ସିଆଲ ଗ୍ୟାସର ଦାମ ବର୍ଷକ ମଧ୍ୟରେ ୨୨୫ ଟଙ୍କା ହ୍ରାସ ପାଇଛି।

Lpg