Advertisment

କ୍ରିପ୍ଟୋକରେନ୍ସି ଉପରେ ଲାଗି ପାରିବନି ରୋକ, କିନ୍ତୁ ନିୟମ ଜରୁରୀ

ନୂଆଦିଲ୍ଲୀ: ଆଇନଗତ ମାନ୍ୟତା ମିଳି ନଥିଲେ ମଧ୍ୟ ଭାରତ ସମେତ ବିଭିନ୍ନ ଦେଶରେ କ୍ରିପ୍ଟୋକରେନ୍ସିରେ ଲୋକମାନେ ପୁଞ୍ଜି ବିନିଯୋଗ କରୁଛନ୍ତି। ଭାରତ ସରକାର ମଧ୍ୟ କ୍ରିପ୍ଟୋକରେନ୍ସି ଉପରେ ପ୍ରତିବନ୍ଧକ ଲଗାଯାଇପାରିବ ନାହିଁ ବୋଲି କହିଛନ୍ତି। କିନ୍ତୁ ଏହାର ବ୍ୟବହାର କେମିତି ହେବ, ସେଥିପାଇଁ ନିୟମ ପ୍ରଣୟନ କରିବା ଜରୁରୀ ବୋଲି ମତ ଦେଇଛନ୍ତି। ଆଜି ସଂସଦୀୟ ପ୍ୟାନେଲ ବୈଠକରେ ସାମିଲ ଥିବା ସାଂସଦମାନେ ଏହା ଉପରେ ମାନସମନ୍ଥନ କରିଛନ୍ତି। ଏଥିରେ ଅର୍ଥ ମନ୍ତ୍ରଣାଳୟର ଅଧିକାରୀ ଓ କ୍ରିପ୍ଟୋକରେନ୍ସି […]

କ୍ରିପ୍ଟୋକରେନ୍ସି ଉପରେ ଲାଗି ପାରିବନି ରୋକ, କିନ୍ତୁ ନିୟମ ଜରୁରୀ

Crypto

Advertisment

ନୂଆଦିଲ୍ଲୀ: ଆଇନଗତ ମାନ୍ୟତା ମିଳି ନଥିଲେ ମଧ୍ୟ ଭାରତ ସମେତ ବିଭିନ୍ନ ଦେଶରେ କ୍ରିପ୍ଟୋକରେନ୍ସିରେ ଲୋକମାନେ ପୁଞ୍ଜି ବିନିଯୋଗ କରୁଛନ୍ତି। ଭାରତ ସରକାର ମଧ୍ୟ କ୍ରିପ୍ଟୋକରେନ୍ସି ଉପରେ ପ୍ରତିବନ୍ଧକ ଲଗାଯାଇପାରିବ ନାହିଁ ବୋଲି କହିଛନ୍ତି। କିନ୍ତୁ ଏହାର ବ୍ୟବହାର କେମିତି ହେବ, ସେଥିପାଇଁ ନିୟମ ପ୍ରଣୟନ କରିବା ଜରୁରୀ ବୋଲି ମତ ଦେଇଛନ୍ତି।

Advertisment

ଆଜି ସଂସଦୀୟ ପ୍ୟାନେଲ ବୈଠକରେ ସାମିଲ ଥିବା ସାଂସଦମାନେ ଏହା ଉପରେ ମାନସମନ୍ଥନ କରିଛନ୍ତି। ଏଥିରେ ଅର୍ଥ ମନ୍ତ୍ରଣାଳୟର ଅଧିକାରୀ ଓ କ୍ରିପ୍ଟୋକରେନ୍ସି ଇଣ୍ଡଷ୍ଟ୍ରୀ ସହ କାମ କରୁଥିବା ଉଦ୍ୟୋଗୀମାନେ ଯୋଗ ଦେଇଥିଲେ।

ପ୍ୟାନେଲ ସଦସ୍ୟମାନେ କହିଥିଲେ ଯେ ଏବେ ବଡ଼ବଡ଼ ଚ୍ୟାନେଲ ଓ ଖବରକାଗଜରେ କ୍ରିପ୍ଟୋକରେନ୍ସିକୁ ନେଇ ବିଜ୍ଞାପନ ପ୍ରକାଶ ପାଉଛି। ଏହାକୁ ଦେଖି ଲୋକମାନେ କ୍ରିପ୍ଟୋକରେନ୍ସି ପ୍ରତି ଆକୃଷ୍ଟ ହେଉଛନ୍ତି। ହେଲେ ନିବେଶକାରୀଙ୍କ ଅର୍ଥକୁ ସୁରକ୍ଷିତ କରିବା ପାଇଁ ନିୟମ ପ୍ରଣୟନ ହେବା ଜରୁରୀ।

Advertisment

ଏହା ଏକ ପ୍ରକାରର ଚିଟଫଣ୍ଡ, ଯାହା ପାଇଁ ପରବର୍ତ୍ତୀ ସମୟରେ କଠୋର ନିୟମ ପ୍ରଣୟନ କରାଯାଇଥିଲା। କ୍ରିପ୍ଟୋ ମୁଦ୍ରାକୁ ଏଯାଏ କେବଳ ଇଆଇ ସାଲଭାଡୋର ନାମକ ଦେଶ ଆଇନଗତ ମାନ୍ୟତା ଦେଇଛି। ତେଣୁ ଭାରତରେ ଏଥିପାଇଁ ନିୟମ କାନୁନ ଜରୁରୀ ବୋଲି ସବୁ ସଦସ୍ୟ ମତ ଦେଇଛନ୍ତି।

ନଗଦ ଅର୍ଥର ବିକଳ୍ପ ହେଉଛି କ୍ରିପ୍ଟୋକରନ୍ସି। ଏହା ଉପରେ ଆଲୋଚନା ପାଇଁ ପ୍ରଥମଥର ପାଇଁ ସଂସଦୀୟ ଦଳ ବୈଠକ ବସିଥିଲା। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜୟନ୍ତ ସିହ୍ନା ଏହି ସଂସଦୀୟ କମିଟିର ଅଧ୍ୟକ୍ଷ। ଅନେକ ସମୟରେ ଭାରତରେ କ୍ରିପ୍ଟୋକରେନ୍ସିରେ ବିନିଯୋଗ ଓ ଏହା ସହିତ ଜଡ଼ିତ ରିସ୍କକୁ ନେଇ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି।

ଆଜିର ବୈଠକରେ କ୍ରିପ୍ଟୋକରେନ୍ସି ଗୁଡ଼ିକ ପାଇଁ ଗୋଟିଏ ରେଗୁଲେଟରର ବ୍ୟବସ୍ଥା ରହିବା ଆବଶ୍ୟକ ବୋଲି ସହମତି ପ୍ରକାଶ ପାଇଛି। କିନ୍ତୁ ଏହି ରେଗୁଲେଟର ଭୂମିକାରେ କିଏ ରହିବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ଏହାପୂର୍ବରୁ କ୍ରିପ୍ଟୋକରେନ୍ସିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ଏହାର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe