Advertisment

ଅର୍ଥମନ୍ତ୍ରୀ ବଡ଼, ଆର୍‌ବିଆଇ ଗଭର୍ଣ୍ଣର ସାନ: ମନମୋହନ ସିଂହ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର):ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ଗଭର୍ଣ୍ଣର ଦେଶର ଅର୍ଥମନ୍ତ୍ରୀଙ୍କଠାରୁ ସୁପିରିୟର ନୁହନ୍ତି। ଯଦି କୌଣସି ଘଟଣାରେ ଅର୍ଥମନ୍ତ୍ରୀ ଜିଦ୍‌ କରୁଛନ୍ତି, ତେବେ ତାଙ୍କ ଜିଦ୍‌ ହିଁ ରହିବ। ତାହାକୁ ଆର୍‌ବିଆଇ ଗଭର୍ଣ୍ଣର ମନା କରିବାର ମୁଁ କେବେ ଦେଖିନାହିଁ। ବଦଳରେ ତାଙ୍କୁ ଗଭର୍ଣ୍ଣର ପଦ ପଛେ ଛାଡ଼ିବାକୁ ପଡ଼ୁ। ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଡ. ମନମୋହନ ସିଂହ ଏହା କହିଛନ୍ତି। ମନମୋହନ ସିଂହ ତାଙ୍କ ଝିଅ ଦାମନ […]

author-image
Jagamohan Maharana
ଅର୍ଥମନ୍ତ୍ରୀ ବଡ଼, ଆର୍‌ବିଆଇ ଗଭର୍ଣ୍ଣର ସାନ: ମନମୋହନ ସିଂହ

new

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର):ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ଗଭର୍ଣ୍ଣର ଦେଶର ଅର୍ଥମନ୍ତ୍ରୀଙ୍କଠାରୁ ସୁପିରିୟର ନୁହନ୍ତି। ଯଦି କୌଣସି ଘଟଣାରେ ଅର୍ଥମନ୍ତ୍ରୀ ଜିଦ୍‌ କରୁଛନ୍ତି, ତେବେ ତାଙ୍କ ଜିଦ୍‌ ହିଁ ରହିବ। ତାହାକୁ ଆର୍‌ବିଆଇ ଗଭର୍ଣ୍ଣର ମନା କରିବାର ମୁଁ କେବେ ଦେଖିନାହିଁ। ବଦଳରେ ତାଙ୍କୁ ଗଭର୍ଣ୍ଣର ପଦ ପଛେ ଛାଡ଼ିବାକୁ ପଡ଼ୁ। ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଡ. ମନମୋହନ ସିଂହ ଏହା କହିଛନ୍ତି।

Advertisment

ମନମୋହନ ସିଂହ ତାଙ୍କ ଝିଅ ଦାମନ ସିଂହଙ୍କ ପୁସ୍ତକ "Strictly Personal: Manmohan and Gursharan" ରେ ଏଭଳି କହଛନ୍ତି।

ମନମୋହନ ନିଜେ ଯେତେବେଳେ ଆର୍‌ବିଆଇ ଗଭର୍ନର ଥିଲେ ସେତେବେଳର ପରିସ୍ଥିତି ସମ୍ପର୍କରେ ଦର୍ଶାଇ କହିଛନ୍ତି, ଉଭୟ ସରକାର ଏବଂ ଆର୍‌ବିଆଇ ମଧ୍ୟରେ ଗୋଟେ ଦେବା ନେବା ବା give and take ର ସମ୍ପର୍କ ରହିଆସିଛି। ଆର୍‌ବିଆଇକୁ ସରକାରଙ୍କ ନିର୍ଦ୍ଦେଶକୁ ଗ୍ରହଣ କରିବାକୁ ପଡ଼ିବ। ଏହି ଦୃଷ୍ଟିରୁ ଆର୍‌ବିଆଇ ଗଭର୍ଣ୍ଣର ଦେଶର ଅର୍ଥମନ୍ତ୍ରୀଙ୍କଠାରୁ ବଡ଼ ବା ସୁପିରିୟର ନୁହଁନ୍ତି ବୋଲି ମନମୋହନ କହିଛନ୍ତି।

Advertisment