Advertisment

କ୍ୟାନସର ସୃଷ୍ଟି କରୁଛି ଡାବର ଇଣ୍ଡିଆ ପ୍ରଡକ୍ଟ! ଆମେରିକା-କାନାଡ଼ା ଗ୍ରାହକଙ୍କ ଅଭିଯୋଗ

ବିଦେଶରେ ବ୍ୟବହୃତ ଡାବର ଇଣ୍ଡିଆ ସହାୟକ କମ୍ପାନୀର କିଛି ପ୍ରଡକ୍ଟ କ୍ୟାନସର ସୃଷ୍ଟି କରୁଛି।

author-image
Debibandita Barick
ଅଦ୍ୟତନ ହୋଇଛି
Dabur

Dabur

ଡାବର ଇଣ୍ଡିଆ ସହାୟକ କମ୍ପାନୀର କିଛି ପ୍ରଡକ୍ଟସ ସୃଷ୍ଟି କରୁଛି କ୍ୟାନସର। ବିଦେଶରେ ବ୍ୟବହୃତ କମ୍ପାନୀର ବିଭିନ୍ନ ପ୍ରକାର ପ୍ରଡକ୍ଟ ବ୍ୟବହାର କରିବା ଦ୍ୱାରା କ୍ୟାନସର ସୃଷ୍ଟି ହେଉଥିବା ଆମେରିକା ଏବଂ କାନାଡ଼ା ଗ୍ରାହକମାନେ ଅଭିଯୋଗ କରିଛନ୍ତି। ଏନେଇ ଡାବର ଇଣ୍ଡିଆ ଏକ ରିପୋର୍ଟ ପ୍ରକାଶ କରିଛି।

Advertisment

ଅଭିଯୋଗ କ୍ରମରେ, କମ୍ପାନୀର ହେୟାର ରିଲାକ୍ସର୍ ପ୍ରଡକ୍ଟ ବ୍ୟବହାର କରିବା ଦ୍ୱାରା ଓଭାରି ଓ ଗର୍ଭାଶୟ କର୍କଟ ସମେତ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଉଛି। ଏନେଇ  ଆମେରିକା ଓ କାନାଡାରେ ମକଦ୍ଦମା ରୁଜୁ କରାଯାଇଛି।

ଉପଭୋକ୍ତା ସାମଗ୍ରୀ ନିର୍ମାତା କହିଛନ୍ତି ଯେ, ଡାବର ଇଣ୍ଡିଆର ସହାୟକ କମ୍ପାନୀ ନମସ୍ତେ ଲାବୋରେଟୋରୀ, ଡର୍ମୋଭିଭା ସ୍କିନ୍ ଏସେନସିଆଲ୍ସ ଏବଂ ଡାବର ଇଣ୍ଟରନ୍ୟାସନାଲ୍ ସମେତ ଅନେକ କମ୍ପାନୀ ବିରୁଦ୍ଧରେ ଇଲିନୋଇସର ଆମେରିକୀୟ ଜିଲ୍ଲା କୋର୍ଟରେ ପ୍ରାୟ ୫,୪୦୦ ମାମଲା ରୁଜୁ କରାଯାଇଛି।

Advertisment

କିନ୍ତୁ ବର୍ତ୍ତମାନ ମକଦ୍ଦମା ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି। ଅଭିଯୋଗର କୌଣସି ପ୍ରମାଣ ନାହିଁ ଏବଂ ଅସମ୍ପୂର୍ଣ୍ଣ ଅଧ୍ୟୟନ ଉପରେ ଆଧାରିତ। ଏନେଇ କୋର୍ଟ କୌଣସି ଟିପ୍ପଣୀ ଦେଇନଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। 

Cancer Dabur India Dabur