Advertisment

ଘାଟାରେ ମୁକେଶ ଅମ୍ୱାନୀଙ୍କ ଭାଇର କମ୍ପାନୀ, କିଣିବା ପାଇଁ ଲାଗିଲା ଲମ୍ୱା ଲାଇନ୍

ନୂଆଦିଲ୍ଲୀ: ଗୋଟିଏ ପଟେ ମୁକେଶ ଅମ୍ୱାନୀ ନେତୃତ୍ୱାଧୀନ ରିଲାଏନ୍ସ ଦେଶର ବ୍ୟବସାୟର ଶୀର୍ଷ ସ୍ତରରେ ପହଞ୍ଚିଛି। ଅନ୍ୟପଟେ ତାଙ୍କ ସାନ ଭାଇ ଅନୀଲ ଅମ୍ୱାନୀଙ୍କ ନେତୃତ୍ୱାଧୀନ ରିଲାଏନ୍ସ କ୍ୟାପିଟାଲ ଲିମିଟେଡ୍ ଘାଟାରେ ପଡ଼ିଛି। ବିଭିନ୍ନ ବ୍ୟବସାୟରେ ଘାଟାର ଶିକାର ସହିତ ଋଣ ଦେଇନପାରି ଅନୀଲ ଏବେ ଦେବାଳିଆ ସ୍ଥିତିରେ। ତେଣୁ ଏବେ ସେ ତାଙ୍କ ନେତୃତ୍ଵାଧୀନ ରିଲାଏନ୍ସ କ୍ୟାପିଟାଲରେ ଶେଆର ବା ଅଂଶଧନ ବିକ୍ରି କରିବା ପାଇଁ ଆମନ୍ତ୍ରଣ କରି ସାରିଛନ୍ତି। ଛୋଟ ଶେଆର ହେଉ ଅବା ବଡ […]

ଅଦ୍ୟତନ ହୋଇଛି
ଘାଟାରେ ମୁକେଶ ଅମ୍ୱାନୀଙ୍କ ଭାଇର କମ୍ପାନୀ, କିଣିବା ପାଇଁ ଲାଗିଲା ଲମ୍ୱା ଲାଇନ୍

anil-ambani

Advertisment

ନୂଆଦିଲ୍ଲୀ: ଗୋଟିଏ ପଟେ ମୁକେଶ ଅମ୍ୱାନୀ ନେତୃତ୍ୱାଧୀନ ରିଲାଏନ୍ସ ଦେଶର ବ୍ୟବସାୟର ଶୀର୍ଷ ସ୍ତରରେ ପହଞ୍ଚିଛି। ଅନ୍ୟପଟେ ତାଙ୍କ ସାନ ଭାଇ ଅନୀଲ ଅମ୍ୱାନୀଙ୍କ ନେତୃତ୍ୱାଧୀନ ରିଲାଏନ୍ସ କ୍ୟାପିଟାଲ ଲିମିଟେଡ୍ ଘାଟାରେ ପଡ଼ିଛି। ବିଭିନ୍ନ ବ୍ୟବସାୟରେ ଘାଟାର ଶିକାର ସହିତ ଋଣ ଦେଇନପାରି ଅନୀଲ ଏବେ ଦେବାଳିଆ ସ୍ଥିତିରେ। ତେଣୁ ଏବେ ସେ ତାଙ୍କ ନେତୃତ୍ଵାଧୀନ ରିଲାଏନ୍ସ କ୍ୟାପିଟାଲରେ ଶେଆର ବା ଅଂଶଧନ ବିକ୍ରି କରିବା ପାଇଁ ଆମନ୍ତ୍ରଣ କରି ସାରିଛନ୍ତି। ଛୋଟ ଶେଆର ହେଉ ଅବା ବଡ ଶେଆର ଯିଏ ଚାହିଁବେ ଯେମିତି ଶେଆର କିଣିପାରିବେ ବୋଲି ରିଲାଏନ୍ସ ସମସ୍ତ ବାଟ ଖୋଲି ସାରିଛି। ଆରସିଏଲ୍ ଉପରେ ୨୦,୦୦୦ ହଜାର କୋଟିର ବକେୟା ରହିଛି।

Advertisment

ସ୍ଥିତି ଏମିତି ଯେ ରିଲାଏନ୍ସ କ୍ୟାପିଟାଲକୁ କିଣିବା ପାଇଁ ଲମ୍ୱା ଲାଇନ୍ ଲାଗିଛି। ଆମେରିକାନ କମ୍ପାନୀ ଓକଟ୍ରି, ଜେସି ଫ୍ଲାଓ୍ୱାର ଭଳି ଆଠଟି କମ୍ପାନୀ ରିଲାଏନ୍ସ କ୍ୟାପିଟାଲକୁ କିଣିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି।

ରିଲାଏନ୍ସ ଏବେ  ଜେନେରାଲ ଇନସୁରାନ୍ସରୁ ସମ୍ପୂର୍ଣ୍ଣ ବାହାରେ ରହିବାକୁ ପ୍ରସ୍ତାବ ଦେଇଛି। ଶେଆର ବିକ୍ରି କରିବାର ଶେଷ ତାରିଖ ଡିସେମ୍ବର ୧ ଥିଲା। ମୋଟ ୬୦ଟି ବିଭିନ୍ନ ବିଡ୍ ଏଯାବତ ପାଇଛି। ସେଥିମଧ୍ୟରୁ ଶତ ପ୍ରତିଶତ ଶେଆର ବିକ୍ରି ପାଇଁ ମୋଟ୍ ୧୮ଟି ବିଡ୍ ଗ୍ରହଣ କରିଛି।

Advertisment

ରିଲାଏନ୍ସ କ୍ୟାପିଟାଲର ସହଯୋଗୀ କମ୍ପାନୀ ହେଉଛି ରିଲାଏନ୍ସ ଜେନେରାଲ ଇନସ୍ୟୁରାନ୍ସ, ରିଲାଏନ୍ସ-ନିପନ୍ ଲାଇଫ୍ ଇନସ୍ୟୁରାନ୍ସ, ରିଲାଏନ୍ସ ସିକ୍ୟୁରିଟିଜ୍, ରିଲାଏନ୍ସ ଫାଇନାନସିଆଲ୍ ଲିମିଟେଡ୍ ଏବଂ ରିଲାଏନ୍ସ ଆସେଟ ରିକନଷ୍ଟ୍ରକସନ ଲିମିଟେଡ୍ ରହିଛି।

ସେପ୍ଟେମ୍ବର ୩୦ସୁଦ୍ଧା ଏହାର ପେଡ୍ ଅପ୍ ଶେଆର ପୁଞ୍ଜି ୨୫୨ କୋଟି ଥିଲା। ଏହା ବ୍ୟତୀତ ରିଲାଏନ୍ସ ନିପନ୍ ଲାଇଫ ଇନସୁରାନ୍ସ କମ୍ପାନୀରେ ୫୧ ପ୍ରତିଶତ ଅଂଶଧନ ବିକ୍ରି କରିବାକୁ ପ୍ରସ୍ତାବ ଦିଆଯାଇଛି। ରିଲାଏନ୍ସ ନିପନ୍ ଲାଇଫ୍ ଇନସୁରାନ୍ସ ହେଉଛି ଏକ ମିଳିତ ଉଦ୍ୟୋଗ କମ୍ପାନୀ। ରିଲାଏନ୍ସ ଭାରତର ଏବଂ ନିପନ ଜାପାନର ବିମା କମ୍ପାନୀ। ମିଳିତ ଭାବରେ ଭାରତରେ ଉଭୟ ବ୍ୟବସାୟ କରୁଛନ୍ତି। ନିପନ୍ କମ୍ପାନୀ ରିଲାଏନ୍ସ ଲାଇଫରେ ୪୯ ପ୍ରତିଶତ ଶେଆର ରଖିଛି। ଚଳିତ ବର୍ଷ ସେପ୍ଟେମ୍ବର ୩୦ ସୁଦ୍ଧା ଏହାର ପେଡ୍ ଅପ୍ ଶେଆର ପୁଞ୍ଜି ୧,୧୯୬ କୋଟି ଟଙ୍କା ଥିଲା।

ସୂଚନାଯୋଗ୍ୟ, ଡାବର, ବନ୍ଧନ ବ୍ୟାଙ୍କ, ଓ୍ୱେନ୍ କ୍ୟାପିଟାଲ୍, ଏନଆଇଆଇଏଫ୍ ଏବଂ କିଛି ଘରୋଇ ମ୍ୟୁଚୁଆଲ୍ ଫଣ୍ଡ କମ୍ପାନୀ ରିଲାଏନ୍ସ ନିପନରେ ଆରସିଏଲରେ ଥିବା ୫୧ ପ୍ରତିଶତ ଶେଆର ନେବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଏହା ବ୍ୟତୀତ ରିଲାଏନ୍ସ ସିକ୍ୟୁରିଟିଜ୍, ରିଲାଏନ୍ସ ସିକ୍ୟୁରିଟିର ବ୍ରୋକିଂ ୟୁନିଟ୍ ଏବଂ ଆରବିଆଇ ପଞ୍ଜୀକୃତ ଏନବିଏଫସିରେ ଶତପ୍ରତିଶତ ଶେଆର ବିକ୍ରି କରିବାକୁ କମ୍ପାନୀ ଯୋଜନା କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe