Advertisment

Dell ଭାରତରେ ଲଞ୍ଚ୍‌ କଲା ୧୨ଟି ନୂଆ ଲ୍ୟାପ୍‌ଟପ୍‌

ନୂଆଦିଲ୍ଲୀ: Dell ଭାରତରେ ୧୨ଟି ନୂଆ ଲ୍ୟାପ୍‌ଟପ୍‌ ଲଞ୍ଚ୍‌ କରିଛି। ଏଥିରେ କିଛି ପପୁଲାର ସିରିଜ୍‌ ଥିବାବେଳେ କିଛି ଗେମିଂ ସିରିଜ୍‌ର ଲ୍ୟାପଟପ୍‌ ବି ରହିଛି। Dell Inspiron: ଏହି ସିରିଜ୍‌ର 15 5000 (5593) ମଡେଲ୍‌ରେ 10th generation Intel Core i7 1065G7 ପ୍ରୋସେସର୍ ଦିଆଯାଇଛି। ଏଥିରେ ୧୫.୬ ଇଞ୍ଚର ଫୁଲ୍‌ ଏଚ୍‌ଡି ଡିସ୍‌ପ୍ଲେ, ୨୦ଜିବି ପର୍ଯ୍ୟନ୍ତ ରାମ ସପୋର୍ଟ, 1TB  ହାର୍ଡ ଡିସ୍କ ଓ 512GB SSD ମଧ୍ୟ ରହିଛି। ଏଥିରେ ଗ୍ରାଫିକ୍ସ […]

author-image
Chinmayee Roy
Dell ଭାରତରେ ଲଞ୍ଚ୍‌ କଲା ୧୨ଟି ନୂଆ ଲ୍ୟାପ୍‌ଟପ୍‌

del

ନୂଆଦିଲ୍ଲୀ: Dell ଭାରତରେ ୧୨ଟି ନୂଆ ଲ୍ୟାପ୍‌ଟପ୍‌ ଲଞ୍ଚ୍‌ କରିଛି। ଏଥିରେ କିଛି ପପୁଲାର ସିରିଜ୍‌ ଥିବାବେଳେ କିଛି ଗେମିଂ ସିରିଜ୍‌ର ଲ୍ୟାପଟପ୍‌ ବି ରହିଛି।

Advertisment

Dell Inspiron: ଏହି ସିରିଜ୍‌ର 15 5000 (5593) ମଡେଲ୍‌ରେ 10th generation Intel Core i7 1065G7 ପ୍ରୋସେସର୍ ଦିଆଯାଇଛି। ଏଥିରେ ୧୫.୬ ଇଞ୍ଚର ଫୁଲ୍‌ ଏଚ୍‌ଡି ଡିସ୍‌ପ୍ଲେ, ୨୦ଜିବି ପର୍ଯ୍ୟନ୍ତ ରାମ ସପୋର୍ଟ, 1TB  ହାର୍ଡ ଡିସ୍କ ଓ 512GB SSD ମଧ୍ୟ ରହିଛି। ଏଥିରେ ଗ୍ରାଫିକ୍ସ କାର୍ଡ ବି ଲଗାଯାଇପାରିବ। ଭାରତରେ ଏହାର ମୂଲ୍ୟ ୪୨ ହଜାର ୯୯୦ ଟଙ୍କା ରହିଛି।

publive-imageDell XPS Series: ଏହା କମ୍ପାନୀର ପ୍ରିମିୟମ୍‌ ଲ୍ୟାପ୍‌ଟପ୍‌ ସିରିଜ୍। ଏହି ସିରିଜ୍‌ରେ କମ୍ପାନୀ ୨ଟି ନୂଆ ଲ୍ୟାପ୍‌ଟପ୍‌ ଲଞ୍ଚ୍ କରିଛି। ଏଗୁଡିକ ହେଉଛି Dell XPS 13(7390) ଓ Dell XPS 15(7590)। ପ୍ରଥମ ଭ୍ୟାରିୟାଣ୍ଟରେ 10th generation Intel Core i7 10510U ପ୍ରୋସେସର୍, ୧୩.୩ ଇଞ୍ଚ୍ 4K OLED ଡିସ୍‌ପ୍ଲେ, 16GB ପର୍ଯ୍ୟନ୍ତ ରାମ୍ ଓ 512GB ପର୍ଯ୍ୟନ୍ତ SSDର ସପୋର୍ଟ ଦିଆଯାଇଛି। ଏହାର ମୂଲ୍ୟ ୧ ଲକ୍ଷ ୧୩ ହଜାର ୯୯୦ ଟଙ୍କାରୁ ଆରମ୍ଭ ହେଉଛି। ଏହାକୁ ଗ୍ରାହକ ଅକ୍ଟୋବର ୨ରୁ କିଣି ହେବ।  ସେହିପରି Dell XPS 15(7590)ରେ ୧୫ ଇଞ୍ଚ୍ 4K OLED ଡିସ୍‌ପ୍ଲେ, 9th generation Intel Core i9 ପ୍ରୋସେସର୍, 23GB ପର୍ଯ୍ୟନ୍ତ ରାମ୍‌ ସପୋର୍ଟ ଓ 1TB SSD ଷ୍ଟୋରେଜ୍ ଦିଆଯାଇଛି। ଏହାର ମୂଲ୍ୟ ୧ ଲକ୍ଷ ୬୬ ହଜାର ୯୯୦ ଟଙ୍କା ରଖାଯାଇଛି।

Advertisment

Dell Alienware:ଗେମିଂ ଲଭର୍‌ଙ୍କ ପାଇଁ କମ୍ପାନୀ ୨ଟି ନୂଆ ଲ୍ୟାପ୍‌ଟପ୍‌ ଲଞ୍ଚ୍‌ କରିଛି। ଏଥିରେ Dell Alianware m15 R2 ଓ Dell G3 15 (3590) ସାମିଲ ରହିଛି। Dell Alianware m15 R2ରେ ୧୫ ଇଞ୍ଚ UHD OLED ସ୍କ୍ରିନ୍, 9th generation Intel Core i9 9980HK ପ୍ରୋସେସର୍, 16GB ପର୍ଯ୍ୟନ୍ତ ରାମ୍‌ ଓ 1TB PCIe M.2 SSDର ସପୋର୍ଟ ଦିଆଯାଇଛି। ଗ୍ରାଫିକ୍ସ ପାଇଁ ଏଥିରେ ଡେଡିକେଟେଡ୍ Nvidia GeForce RTX 2080ର ସପୋର୍ଟ ଓ 8GB VRAM ରହିଛି। ଏହାର ମୂଲ୍ୟ ୧ ଲକ୍ଷ ୮୮ହଜାର ୪୯୦ ଟଙ୍କା ରଖାଯାଇଛି।

publive-imageସେହିପରି Dell G3 15 (3590)ରେ ୧୫.୬ ଇଞ୍ଚ୍ ଫୁଲ୍‌ ଏଚ୍‌ଡି ଡିସ୍‌ପ୍ଲେ, Intel Core i5 ପ୍ରୋସେସର୍, 8GB RAM ଓ 1TB HDD ସହ 128GB SSDର ସପୋର୍ଟ ଦିଆଯାଇଛି। ଗ୍ରାଫିକ୍ସ ପାଇଁ ଏଥିରେ ଡେଡିକେଟେଡ୍ Nvidia GeForce GTX 1650ର ସପୋର୍ଟ ଦିଆଯାଇଛି। ଏହାର ମୂଲ୍ୟ ୭୦ ହଜାର ୯୯୦ ଟଙ୍କାରୁ ଆରମ୍ଭ ହୋଇଛି।

ଏସବୁ ମଡେଲ୍‌ ବ୍ୟତୀତ କମ୍ପାନୀ ଅନ୍ୟ ଭିନ୍ନ ଭିନ୍ନ ସିରିଜ୍‌ର ନୂଆ ନୂଆ ମଡେଲ୍‌ର ଲ୍ୟାପ୍‌ଟପ୍‌ ଲଞ୍ଚ୍ କରିଛି।