Advertisment

ଲିପଷ୍ଟିକ୍ ବଦଳରେ ବଢ଼ୁଛି ଆଇ-ମେକ୍ଅପ୍‌ର ଚାହିଦା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରାୟ ମହିଳାମାନେ ସଜ ହେବା ପାଇଁ ଓ ସୁନ୍ଦର ଦେଖାଯିବା ପାଇଁ ଭଲ ପାଆନ୍ତି। ତେବେ ଏହାକୁ ଦୃଷ୍ଟିରେ ରଖି ମାର୍କେଟରେ ବିଭିନ୍ନ ମେକ ଅପ୍ ପ୍ରଡକ୍ଟ ମଧ୍ୟ ମୁଳୁଛି। ତେବେ ଏସବୁ ମେକଅପ୍ ପ୍ରଡକ୍ଟ ଭିତରେ ସବୁଠୁ ଅଧିକ ଚାହିଦା ଲିପଷ୍ଟିକ୍‌ର ରହିଥାଏ। ହେଲେ ଏବେ କିନ୍ତୁ ବଜାରରେ ଲିପଷ୍ଟିକ୍‌ର ଚାହିଦା ବହୁତ କମିଯାଇଛି। ଆଉ ଏହାର କାରଣ ହେଉଛି ମହାମାରୀ କରୋନା ଭାଇରସ୍। କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଏବେ […]

author-image
Chinmayee Roy
ଅଦ୍ୟତନ ହୋଇଛି
ଲିପଷ୍ଟିକ୍ ବଦଳରେ ବଢ଼ୁଛି ଆଇ-ମେକ୍ଅପ୍‌ର ଚାହିଦା

makeup

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରାୟ ମହିଳାମାନେ ସଜ ହେବା ପାଇଁ ଓ ସୁନ୍ଦର ଦେଖାଯିବା ପାଇଁ ଭଲ ପାଆନ୍ତି। ତେବେ ଏହାକୁ ଦୃଷ୍ଟିରେ ରଖି ମାର୍କେଟରେ ବିଭିନ୍ନ ମେକ ଅପ୍ ପ୍ରଡକ୍ଟ ମଧ୍ୟ ମୁଳୁଛି। ତେବେ ଏସବୁ ମେକଅପ୍ ପ୍ରଡକ୍ଟ ଭିତରେ ସବୁଠୁ ଅଧିକ ଚାହିଦା ଲିପଷ୍ଟିକ୍‌ର ରହିଥାଏ। ହେଲେ ଏବେ କିନ୍ତୁ ବଜାରରେ ଲିପଷ୍ଟିକ୍‌ର ଚାହିଦା ବହୁତ କମିଯାଇଛି। ଆଉ ଏହାର କାରଣ ହେଉଛି ମହାମାରୀ କରୋନା ଭାଇରସ୍।

Advertisment

publive-imageକରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଏବେ ସମସ୍ତେ ମାସ୍କ ବ୍ୟବହାର କରୁଛନ୍ତି। ତେଣୁ ବହୁ ମହିଳା ଲିପଷ୍ଟିକ୍ ଲଗାଇବା ଛାଡ଼ିଦେଲେଣି। ଫଳରେ ବଜାରରେ ମଧ୍ୟ ଏହାର ଚାହିଦା ବେଶ୍ କମିଗଲାଣି। ହେଲେ ଲିପଷ୍ଟିକ୍ ଲଗାଇବା ଅପେକ୍ଷା ଏବେ ମହିଳାମାନେ ନିଜ ଆଖିକୁ ସଜାଇବାରେ ବେଶି ଧ୍ୟାନ ଦେଉଛନ୍ତି। ଯେହେତୁ ଲକଡାଉନ ପରେ ପ୍ରାୟ ସମସ୍ତ କାର୍ଯ୍ୟାଳୟରେ ମାସ୍କ ବ୍ୟବହାର ବାଧ୍ୟତାମୂଳକ ହୋଇଯାଇଛି। ତେଣୁ ଆଗକୁ ଏହା ଆଗକୁ ଏକ ଟ୍ରେଣ୍ଡରେ ପରିଣତ ହୋଇପାରେ। ଏବଂ ଏହାକୁ ଦୃଷ୍ଟିରେ ରଖି କସ୍ମେଟିକ୍ସ କମ୍ପାନୀମାନେ ମାର୍କେଟକୁ ଅଧିକ ଆଇ-ମେକ୍‌ଅପ୍ ପ୍ରଡକ୍ଟ ଯେପରିକି ଆଇ ଶାଡୋ, ଆଉ ଲାଇନର୍ କାଜଲ୍ ଓ ମସ୍କାରା ପ୍ରଭୃତି ଆଣିବାକୁ ଯୋଜନା କରୁଛନ୍ତି।publive-image

ଅନେକ ମହିଳା ‌ଏପରି ଅଛନ୍ତି ଯେଉଁମାନେ ନାନା ପ୍ରକାର କସ୍ମେଟିକ୍ସ ବ୍ୟବହାର କରିବାକୁ ଭଲପାଆନ୍ତି ନାହିଁ। କିନ୍ତୁ ସେମାନେ ବି କୌଣସି ପାର୍ଟି, ଫଙ୍କସନ କିମ୍ବା ବଜାରକୁ ଗଲାବେଳେ କେବେଳ ଲିଷ୍ଟିକ୍ ଲଗାଇବାକୁ ଭଲ ପାଆନ୍ତି। ହେଲେ ବର୍ତ୍ତମାନ ଲୋକମାନେ ଘରେ ହିଁ ରହୁଛନ୍ତି ଓ ସାମାଜିକ ଦୂରତ୍ୱ ମଧ୍ୟ ରଖିବାକୁ ଚେଷ୍ଟା କରୁଛନ୍ତି। ତେଣୁ ଲିପଷ୍ଟିକ୍ କ୍ରେଜ୍ ଏବେ କମିବାରେ ଲାଗିଛି। ହେଲେ ବ୍ୟବସାୟୀମାନଙ୍କ ବିଶ୍ୱାସ ଯେ ବହୁ ଶୀଘ୍ର ସ୍ଥିତି ସ୍ୱାଭାବିକ ହୋଇଯିବ ଓ ମହିଳାମାନେ ପୁଣିଥରେ ପାର୍ଟି ଓ ପଙ୍କସନ୍ ଯିବା ଆରମ୍ଭ କରିବେ। ଫଳରେ ଲିପଷ୍ଟିକର ଚାହିଦା ବାଜାରକୁ ପୁଣିଥରେ ଫେରିଆସିବ।

Advertisment