/odisha-reporter/media/post_attachments/uploads/2015/11/dhanlaxmi.jpg)
dhanlaxmi
ମୁମ୍ୱାଇ: ଗ୍ରାହକଙ୍କୁ ଜାଣନ୍ତୁ ବା ନୋ ୟୋର କଷ୍ଟମର୍ (କେୱାଇସି) ଓ ଅର୍ଥ ଠକେଇ ନିବାରଣ ନିୟମ ଉଲ୍ଲଂଘନ କାରଣରୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଧନଲକ୍ଷ୍ମୀ ବ୍ୟାଙ୍କ ଉପରେ ୧ କୋଟି ଟଙ୍କା ଜରିମାନା ଲାଗୁ କରିଛନ୍ତି। କେୱାଇସି ଓ ଅର୍ଥ ଠକେଇ ନିବାରଣ ଉଲ୍ଲଂଘନ କରିଥିବା ନେଇ ପୂର୍ବରୁ ଆରବିଆଇ ବ୍ୟାଙ୍କକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲା। ତେବେ ବ୍ୟାଙ୍କ ପକ୍ଷରୁ ଦିଆଯାଇଥିବା ନୋଟିସର ଉତ୍ତରକୁ ବିଚାର କରି ଆରବିଆଇ ୧ କୋଟି ଟଙ୍କା ଜରିମାନା ଲାଗୁ କରିଥିବା ଏକ ବିବୃତିରେ କୁହାଯାଇଛି। ଜରିମାନା ଲାଗୁ ପୂର୍ବରୁ ଆରବିଆଇ ବ୍ୟାଙ୍କର ବିଭିନ୍ନ କାଗଜପତ୍ର ଯାଞ୍ଚ କରିଥିଲା। ଏଥିରେ ଧନଲକ୍ଷ୍ମୀ ବ୍ୟାଙ୍କ ବିଭିନ୍ନ ସମୟରେ ଆରବିଆଇ ନିୟମାବଳୀ ଓ କେୱାଇସି ନିୟମ ଉଲ୍ଲଂଘନ କରିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
