ମୌସୁମୀ ବର୍ଷା ଯୋଗୁ ପାଗ ଅନୁକୂଳ ଥିବାରୁ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ଟନ୍ ଟନ୍ ଇଲିସି ମାଛ। ବାଲେଶ୍ୱର ଜିଲ୍ଲା ଭୋଗରାଇ ସୀମାନ୍ତ ଦୀଘା ମୁହାଣ ମାଛ ମାର୍କେଟରେ ୩୦ରୁ ୪୦ ଟନ୍ ଇଲିସି ମାଛ ବିକ୍ରି ହୋଇଥିବା ସୂଚନା ମିଳିଛି। ୧ କେଜି ଓଜନର ଇଲିସି ମାଛର ଦାମ୍ ରହିଛି ୧ ହଜାର ଟଙ୍କା ।