Advertisment

ବଢ଼ିଲା ଘରୋଇ ଗ୍ୟାସ୍‌ ଦର, ଏବେ ଦେବେ ୧୦୦୦

ନୂଆଦିଲ୍ଲୀ: ପୁଣି ଗ୍ରାହକଙ୍କୁ ମହଙ୍ଗା ମାଡ। ପୁଣି ବଢ଼ିଲା ଘରୋଇ ଗ୍ୟାସ୍‌ ସିଲିଣ୍ଡର ଦର। ୧୪.୨ କେଜି ଏଲ୍‌ପିଜି ସିଲିଣ୍ଡର ପିଛା ୫୦ ଟଙ୍କା ବଢ଼ିଛି। ଆଜିଠାରୁ ହିଁ ଏହି ବର୍ଦ୍ଧିତ ଦର ଲାଗୁ ହୋଇଛି। ଏବେ ଘରୋଇ ଗ୍ୟାସ୍‌ କିଣିବାକୁ ହେଲେ ପୂର୍ବାପେକ୍ଷା ଅଧିକ ଟଙ୍କା ଦେବାକୁ ପଡିବ। ପାଖାପାଖି ୧୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ଏହି ବର୍ଦ୍ଧିତ ଦର ଲାଗୁ ହେବା ପରେ ଘରୋଇ ଗ୍ୟାସ୍‌ ଏବେ ସିଲିଣ୍ଡର ପିଛା ୯୯୯. ୫୦ […]

ଅଦ୍ୟତନ ହୋଇଛି
ମାସ ଆରମ୍ଭରୁ ଝଟ୍‌କା, ପୁଣି ବଢ଼ିଲା ଏଲ୍‌ପିଜି ସିଲିଣ୍ଡର ଦାମ୍‌

LPG-CYLINDER

Advertisment

ନୂଆଦିଲ୍ଲୀ: ପୁଣି ଗ୍ରାହକଙ୍କୁ ମହଙ୍ଗା ମାଡ। ପୁଣି ବଢ଼ିଲା ଘରୋଇ ଗ୍ୟାସ୍‌ ସିଲିଣ୍ଡର ଦର। ୧୪.୨ କେଜି ଏଲ୍‌ପିଜି ସିଲିଣ୍ଡର ପିଛା ୫୦ ଟଙ୍କା ବଢ଼ିଛି। ଆଜିଠାରୁ ହିଁ ଏହି ବର୍ଦ୍ଧିତ ଦର ଲାଗୁ ହୋଇଛି। ଏବେ ଘରୋଇ ଗ୍ୟାସ୍‌ କିଣିବାକୁ ହେଲେ ପୂର୍ବାପେକ୍ଷା ଅଧିକ ଟଙ୍କା ଦେବାକୁ ପଡିବ। ପାଖାପାଖି ୧୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ।

Advertisment

ଏହି ବର୍ଦ୍ଧିତ ଦର ଲାଗୁ ହେବା ପରେ ଘରୋଇ ଗ୍ୟାସ୍‌ ଏବେ ସିଲିଣ୍ଡର ପିଛା ୯୯୯. ୫୦ ଟଙ୍କାରେ ପହଞ୍ଚିଛି। ଏହା ପୂର୍ବରୁ ମଧ୍ୟ ୨୨ ମାର୍ଚ୍ଚ ତାରିଖରେ ସିଲିଣ୍ଡର ପିଛା ୫୦ ଟଙ୍କା ବଢିଥିଲା।

https://twitter.com/ANI/status/1522774384028827648?s=20&t=XLsVGI9Qi1FxgU4xAYivHQ

Advertisment

ତେବେ ଏପ୍ରିଲ ମାସରେ କିନ୍ତୁ ଘରୋଇ ଗ୍ୟାସ୍‌ର ଦାମ୍‌ ବଢ଼ିନଥିଲା। ଗୋଟିଏ ମାସର ବିରତିରେ ଗ୍ୟାସ୍‌ ପୁଣି ବଢ଼ିଥିବା ଯୋଗୁଁ ଖାଉଟିଙ୍କ ମଧ୍ୟରେ ନାହଁନଥିବା ଅସନ୍ତୋଷ ଦେଖାଇଛି। ପକେଟ୍‌ ଉପରେ ଅଧିକ ବୋଝ ପଡିବା ଯୋଗୁଁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ମଧ୍ୟ ହେଉଛନ୍ତି।

ଚଳିତ ମାସ ପହିଲାରେ ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦରରେ ୧୦୨.୫୦ ଟଙ୍କା ବୃଦ୍ଧି ହୋଇଥିଲେ। ୧୯ କେ.ଜି କମର୍ସିଆଲ ସିଲିଣ୍ଡର ପିଛା ଦର ଦିଲ୍ଲୀରେ ୨୩୫୫.୫୦ଟଙ୍କାରେ ପହଞ୍ଚିଥିବାବେଳେ ଆଉ କିଛି ସ୍ଥାନରେ ଏହା ୨୫ଶହ ଟଙ୍କାକୁ ଛୁଇଁଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe