Advertisment

କରୋନା ଟିକା ପାଇଁ ଆର୍ଥିକ ସୁଧାର ‘V’, ପୁଞ୍ଜି ନିବେଶରେ ଦ୍ରୁତ ଅଭିବୃଦ୍ଧି

ବିଶାଳ ଟିକାକରଣ କାର୍ଯ୍ୟକ୍ରମ ଯୋଗୁଁ ‘v’-ଆକୃତିର ଆର୍ଥିକ ସୁଧାର, ସେବା କ୍ଷେତ୍ରରେ ଦ୍ରୁତ ଉନ୍ନତି ତଥା ଉପଭୋଗ ଓ ପୁଞ୍ଜି ନିବେଶରେ ଦ୍ରୁତ ଅଭିବୃଦ୍ଧି ଶକ୍ତି ଚାହିଦା, ରେଳ ମାଲ ପରିବହନ, ଇ-ୱେବିଲ୍, ଜିଏସ୍‌ଟି ସଂଗ୍ରହ, ଇସ୍ପାତ ଉପଯୋଗ ଆଦିରେ ବୃଦ୍ଧି କାରଣରୁ ଅର୍ଥବ୍ୟବସ୍ଥାରେ ‘V’ ଆକୃତିର ସୁଧାର ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ଅର୍ଥନୀତିକ ସର୍ଭେ ୨୦୨୦-୨୧ ଉପସ୍ଥାପନ କରିଛନ୍ତି। ଏହି ସର୍ଭେ ଦେଶର ଅର୍ଥନୀତିର ସ୍ୱାସ୍ଥ୍ୟାବସ୍ଥା ଆକଳନ କରିଛି। ସର୍ଭେରେ ସରକାର କହିଛନ୍ତି […]

ଅଦ୍ୟତନ ହୋଇଛି
କରୋନା ଟିକା ପାଇଁ ଆର୍ଥିକ ସୁଧାର ‘V’, ପୁଞ୍ଜି ନିବେଶରେ ଦ୍ରୁତ ଅଭିବୃଦ୍ଧି

Economic-survey

Advertisment
  • ବିଶାଳ ଟିକାକରଣ କାର୍ଯ୍ୟକ୍ରମ ଯୋଗୁଁ ‘v’-ଆକୃତିର ଆର୍ଥିକ ସୁଧାର, ସେବା କ୍ଷେତ୍ରରେ ଦ୍ରୁତ ଉନ୍ନତି ତଥା ଉପଭୋଗ ଓ ପୁଞ୍ଜି ନିବେଶରେ ଦ୍ରୁତ ଅଭିବୃଦ୍ଧି
  • ଶକ୍ତି ଚାହିଦା, ରେଳ ମାଲ ପରିବହନ, ଇ-ୱେବିଲ୍, ଜିଏସ୍‌ଟି ସଂଗ୍ରହ, ଇସ୍ପାତ ଉପଯୋଗ ଆଦିରେ ବୃଦ୍ଧି କାରଣରୁ ଅର୍ଥବ୍ୟବସ୍ଥାରେ ‘V’ ଆକୃତିର ସୁଧାର
Advertisment

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ଅର୍ଥନୀତିକ ସର୍ଭେ ୨୦୨୦-୨୧ ଉପସ୍ଥାପନ କରିଛନ୍ତି। ଏହି ସର୍ଭେ ଦେଶର ଅର୍ଥନୀତିର ସ୍ୱାସ୍ଥ୍ୟାବସ୍ଥା ଆକଳନ କରିଛି। ସର୍ଭେରେ ସରକାର କହିଛନ୍ତି ଦେଶର ଆର୍ଥିକ ଅଭିବୃଦ୍ଧି ହାର (ଜିଡିପି) ଚଳିତ ଆର୍ଥିକ ବର୍ଷରେ -୭.୭ ପ୍ରତିଶତ ହୋଇପାରେ। ଏଥି ସହିତ, ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଜିଡିପି ଅଭିବୃଦ୍ଧି ୧୧ ପ୍ରତିଶତ ବୃଦ୍ଧି ପାଇବ। ସେହିପରି ଯେଉଁ କରୋନା ଅର୍ଥବ୍ୟବସ୍ଥାକୁ ବିପର୍ଯ୍ୟୟ କରିଛି ସେହି କରୋନାର ପ୍ରତିଷେଧକ ଟିକା ଅର୍ଥବ୍ୟବସ୍ଥାକୁ ସୁଧାରିବ ବାେଲି ସରକକାର ଆଶା ରଖିଛନ୍ତି।

ଚଳିତ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ଯଦି -୭.୭ ପ୍ରତିଶତ ହେବ। ତେବେ ଏହା ଗତ ୪୨ ବର୍ଷ ମଧ୍ୟରେ ସବୁଠାରୁ ଖରାପ ରେକର୍ଡ ହେବ। କାରଣ ୧୯୮୦ ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧିରେ ୫.୨ ପ୍ରତିଶତ ହ୍ରାସ ଘଟିଥିଲା, ଯାହା ଆଜି ପର୍ଯ୍ୟନ୍ତ ସବୁଠୁ ଖରାପ ପ୍ରଦର୍ଶନ। ଚଳିତ ଆର୍ଥିକ ବର୍ଷର ଏପ୍ରିଲ୍-ଜୁନ୍ ତ୍ରୟମାସିକ ଅଭିବୃଦ୍ଧି ହାର -୨୩.୯ ପ୍ରତିଶତ ଥିଲା, କୋଭିଡ -୧୯ କାରଣରୁ ଅର୍ଥନୀତିକ କାର୍ଯ୍ୟକଳାପରେ ଅବରୋଧ ହୋଇଥିଲା| ଏହାପରେ ଜୁଲାଇ-ସେପ୍ଟେମ୍ବର ତ୍ରୋୟମାସିକ ପାଇଁ ଜିଡିପି ଅଭିବୃଦ୍ଧି ହାର -୭.୫% ଥିଲା।

Advertisment

ଅର୍ଥନୀତିକ ସର୍ବେକ୍ଷଣ ଅନୁଯାୟୀ, ୨୦୨୧-୨୨ ଆର୍ଥିକ ବର୍ଷରେ ଦେଶର ଅର୍ଥନୀତି ଦ୍ରୁତ ଗତିରେ ଟ୍ରାକକୁ ଫେରିବ। ଆସନ୍ତା ଆର୍ଥିକ ବର୍ଷରେ ଦେଶର ପ୍ରକୃତ ଜିଡିପି ଅଭିବୃଦ୍ଧି ହାର ୧୧ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି। ଭାରତୀୟ ଅର୍ଥନୀତି କରୋନା କବଳରୁ ବାହରକୁ ଆସିବ। ଆଉ ଭଲ ଭାବରେ ଟ୍ରାକକୁ ଫେରିବ ବୋଲି ଆଶା କରାଯାଉଛି। ଯେଉଁ କରୋନା ପାଇଁ ଆର୍ଥିକ ସ୍ଥିତି ବିଗିଡ଼ିଛି ସେହି କରୋନାର ପ୍ରତିଷେଧକ ଟିକା କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ହୋଇଗଲେ ଭାରତର ଅର୍ଥନୀତି ସୁଧୁରିବ ବୋଲି ସର୍ଭେରେ କୁହାଯାଇଛି।

ଅର୍ଥନୀତିକ ସର୍ବେକ୍ଷଣ ଅନୁଯାୟୀ ଆସନ୍ତା ଆର୍ଥିକ ବର୍ଷରେ ଦେଶର ଅର୍ଥନୀତିରେ ଭି (V) ଆକୃତିର ହେବ। ଆସନ୍ତା ଆର୍ଥିକ ବର୍ଷରେ ଜିଡିପି ୧୫.୪ ପ୍ରତିଶତ ହେବ ବୋଲି ଆଶା କରାଯାଉଛି। ଏଥି ସହିତ, ୨୦୨୧-୨୨ ସର୍ବେକ୍ଷଣର ପ୍ରଥମାର୍ଦ୍ଧରେ ପ୍ରକୃତ ଜିଡିପି ଅଭିବୃଦ୍ଧି ହାର ୧୪.୨% ହେବ ବୋଲି ଆଶା କରାଯାଉଛି|

ସୂଚନାଯୋଗ୍ୟ, ଫେବୃଆରୀ ୧ରେ ବଜେଟ୍ ରହିଛି। ଏହାପୂର୍ବରୁ ସର୍ବେକ୍ଷଣ ରିପୋର୍ଟରେ କୁହାଯାଇଛି ଯେ କରୋନା ଭାଇରସ୍ ସଂକ୍ରମଣର ପାଇଁ ଉତ୍ପାଦନ ଏବଂ ନିର୍ମାଣ ଉପରେ ସର୍ବାଧିକ ଖରାପ ପ୍ରଭାବ ପଡିଛି। ସର୍ବାଧିକ ଆଶା କୃଷି କ୍ଷେତ୍ରରୁ ରହିଛି। ସରକାରୀ ଖର୍ଚ୍ଚ ଏବଂ ରପ୍ତାନିରେ ବୃଦ୍ଧି ହେତୁ ଅଭିବୃଦ୍ଧି ହ୍ରାସ ପାଇଛି। ୨୦୨୧ ଆର୍ଥିକ ବର୍ଷ ପାଇଁ ମିଳିତ ଆର୍ଥିକ ନିଅଣ୍ଟ ଲକ୍ଷ୍ୟଠାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି।

Economic Survey Economic Survey 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe