କେନ୍ଦ୍ର ବଜେଟ୍‌ କେମିତି ହେବା ଉଚିତ- ଏକ ଅନୁଚିନ୍ତା

ନୂତନ ବିତ୍ତମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା ଜୁଲାଇ ୫ ତାରିଖ ଦିନ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିବେ। ଦେଶର ଅର୍ଥନୈତିକ ସ୍ଥିତି ଯେମିତି ଦୁର୍ବଳ ଓ ଅସ୍ଥିର ରହିଛି, ସେହି ଦୃଷ୍ଟିରୁ ଅର୍ଥମନ୍ତ୍ରୀଙ୍କ ପାଇଁ ଏହା ଏକ ଜଟିଳ ତଥା କଷ୍ଟକର ଆହ୍ୱାନ କହିଲେ ଅତ୍ୟୁକ୍ତି ହେବ ନାହିଁ। ଅଭିବୃଦ୍ଧି ହାରର ନିମ୍ନଗାମୀ ଧାରାକୁ ନେଇ ପ୍ରବଳ ବିତର୍କ ଚାଲିଥିବା ସମୟରେ ନିଶ୍ଚିତ ଭାବରେ ଅର୍ଥମନ୍ତ୍ରୀଙ୍କ ପାଇଁ ପ୍ରଥମ ଓ ପ୍ରଧାନ […]

or

or

Jagamohan Maharana
  • Published: Tuesday, 25 June 2019
  • Updated: 26 June 2019, 12:16 PM IST

Sports

Latest News

[caption id="attachment_398304" align="alignleft" width="179"] . ଦିଲ୍ଲୀପ କୁମାର ପଣ୍ଡା[/caption]

ନୂତନ ବିତ୍ତମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା ଜୁଲାଇ ୫ ତାରିଖ ଦିନ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିବେ। ଦେଶର ଅର୍ଥନୈତିକ ସ୍ଥିତି ଯେମିତି ଦୁର୍ବଳ ଓ ଅସ୍ଥିର ରହିଛି, ସେହି ଦୃଷ୍ଟିରୁ ଅର୍ଥମନ୍ତ୍ରୀଙ୍କ ପାଇଁ ଏହା ଏକ ଜଟିଳ ତଥା କଷ୍ଟକର ଆହ୍ୱାନ କହିଲେ ଅତ୍ୟୁକ୍ତି ହେବ ନାହିଁ। ଅଭିବୃଦ୍ଧି ହାରର ନିମ୍ନଗାମୀ ଧାରାକୁ ନେଇ ପ୍ରବଳ ବିତର୍କ ଚାଲିଥିବା ସମୟରେ ନିଶ୍ଚିତ ଭାବରେ ଅର୍ଥମନ୍ତ୍ରୀଙ୍କ ପାଇଁ ପ୍ରଥମ ଓ ପ୍ରଧାନ ଆହ୍ୱାନ ହେଉଛି, ଅଭିବୃଦ୍ଧି ହାରରେ ବୃଦ୍ଧି ପାଇଁ ସହାୟକ ହେଉଥିବା ସମସ୍ତ ଯଥାର୍ଥ ପଦକ୍ଷେପ ଗ୍ରହଣ କରିବା। କାରଣ ଏକ ସନ୍ତୋଷଜନକ ଅଭିବୃଦ୍ଧି ହାର ହିଁ ଅର୍ଥନୀତିରେ ବଳକା ପୁଞ୍ଜି, ଆୟ ଏବଂ ଅର୍ଥ ସୃଷ୍ଟି କରି ପାରିବ, ଯାହାଦ୍ୱାରା ସାମାଜିକ- ଅର୍ଥନୈତିକ ସମସ୍ୟା ସମାଧାନ କରିବା ସହ ବଞ୍ଚିତ ବା ସୀମାନ୍ତ ଶ୍ରେଣୀଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଜନା କାର୍ଯ୍ୟକାରୀ କରିବାରେ ସହାୟକ ହେବ।

ଅଭିବୃଦ୍ଧି  ହାରରେ ସନ୍ତୋଷଜନକ ବୃଦ୍ଧି ପାଇଁ ପୁଞ୍ଜି ନିବେଶ ହାର (Investment) ବୃଦ୍ଧି ହେବା ନିହାତି ଆବଶ୍ୟକ। ଉଭୟ ସରକାରୀ ଓ ବେସରକାରୀ ନିବେଶରେ ବୃଦ୍ଧି ନ ହେଲେ ଅର୍ଥନୀତିକ ମାନ୍ଦାବସ୍ଥା ଦୂର ହେବାର ସମ୍ଭାବନା କମ୍‌। କାରଣ ଅର୍ଥନୀତିର ପ୍ରତିଟି କ୍ଷେତ୍ର- ଅଟୋମୋବାଇଲ୍ ଠାରୁ ଆରମ୍ଭ କରି ଭିତ୍ତିଭୂମି- ରିଏଲ୍‌ ଇଷ୍ଟେଟ୍‌, କନ୍‌ଷ୍ଟ୍ରକ୍‌ସନ୍‌ ତଥା ଗ୍ରାମାଞ୍ଚଳ ଅଣସଙ୍ଗଠିତ କ୍ଷେତ୍ର (କୃଷି ଓ କୃଷି ସମ୍ପର୍କିତ ସମସ୍ତ କ୍ଷେତ୍ର)ରେ ପ୍ରାୟତଃ ପାଖାପାଖି ମାନ୍ଦାବସ୍ଥା ଲାଗିରହିଛି। ମୁଖ୍ୟତଃ, ବିମୁଦ୍ରାକରଣ ପରଠାରୁ ଏହି ସ୍ଥିତି ଆରମ୍ଭ ହୋଇ କ୍ରମାନ୍ୱୟରେ ବଢ଼ିବାରେ ଲାଗିଛି। ପରେ ପରେ ଗୁଡ୍‌ସ୍‌ ଆଣ୍ଡ୍‌ ସର୍ଭିସେସ୍‌ ଟ୍ୟାକ୍ସ(GST) ଯେମିତି ତରବରିଆ ଭାବେ ଲାଗୁ କରାଗଲା, ତାହା ବ୍ୟବସାୟିକ, ନିବେଶ ତଥା ନିଯୁକ୍ତି ପ୍ରକ୍ରିୟାକୁ ଏକ ଜବରଦସ୍ତ ଧକ୍କା ଦେଲା।

ପୁଞ୍ଜି ନିବେଶ ଓ ଅଭିବୃଦ୍ଧି

ପୁଞ୍ଜି ନିବେଶକୁ ଏକ ଦୀର୍ଘକାଳୀନ ପ୍ରକ୍ରିୟାରେ ଅଭିବୃଦ୍ଧି ହାର ସହ ଯୋଡ଼ିବାକୁ ହେଲେ, ସାମଗ୍ରିକ ଜାତୀୟ ଉତ୍ପାଦରେ (GDP) ସାମଗ୍ରିକ ସ୍ଥାୟୀ ପୁଞ୍ଜି ଗଠନ (Gross Fixed Capital Formation) ର ଅନୁପାତ ବୃଦ୍ଧି ପାଇବା ନିହାତି ଆବଶ୍ୟକ। ଉଭୟ କର୍ପୋରେଟ୍‌ ଓ ସରକାରୀ ଉଦ୍ୟୋଗରେ ପୁଞ୍ଜି ନିବେଶ ପାଇଁ ଅର୍ଥମନ୍ତ୍ରୀଙ୍କୁ ପଦକ୍ଷେପ ନେବାକୁ ହେବ। ଅନେକ ସରକାରୀ ପୁଞ୍ଜି ନିବେଶ ବଜେଟ୍‌ ବାହାରେ ମଧ୍ୟ ଘଟିଥାଏ। ସମସ୍ତ ସରକାରୀ ଉଦ୍ୟୋଗ ସହିତ ବିଚାର ବିମର୍ଶ କରି ଚଳିତ ଆର୍ଥିକ ବର୍ଷ ପାଇଁ ଏକ ପୁଞ୍ଜିନିବେଶ ଯୋଜନା ପ୍ରସ୍ତୁତ କରିବା ବିଧେୟ ମନେହୁଏ। କାରଣ ସରକାରୀ ଉଦ୍ୟୋଗ କ୍ଷେତ୍ରରେ ବେସରକାରୀ ଉଦ୍ୟୋଗଗୁଡ଼ିକ ତୁଳନାରେ ଏକ ଦୀର୍ଘକାଳୀନ ଉଦ୍ଦେଶ୍ୟର ପରିପୂରଣ ପାଇଁ ଯୋଜନା ପ୍ରସ୍ତୁତ କରିବା ସମ୍ଭବପର ହୁଏ। ଏହାସହିତ ଏପରି ଏକ ସରକାରୀ ଯୋଜନା ବେସରକାରୀ ଉଦ୍ୟୋଗ କ୍ଷେତ୍ର ପାଇଁ ଉତ୍ସାହଦାୟୀ ଏବଂ ସାହାଯ୍ୟ ପ୍ରଦାନକାରୀ ମନୋଭାବ ସୃଷ୍ଟି କରେ। ବିଭିନ୍ନ କ୍ଷେତ୍ର ବା ଶିଳ୍ପ ପାଇଁ ଭିନ୍ନ ଭିନ୍ନ ନୀତି ନିର୍ଦ୍ଧାରଣ କରାଯାଇପାରେ। ସେହି କ୍ଷେତ୍ରର ଶିଳ୍ପପତିମାନଙ୍କ ସହ ଆଲୋଚନା କରି କେଉଁଠି କି ପ୍ରକାରର ଅସୁବିଧା ରହିଛି ତାକୁ ବିଚାର କରି ସରଳ ପୁଞ୍ଜି ନିବେଶ ପ୍ରକ୍ରିୟା ସୃଷ୍ଟି କରିବାର  ନିଷ୍ପତ୍ତି ନିଆଯାଇପାରେ।

ପୁଞ୍ଜିନିବେଶ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ହେଉଛି ଅର୍ଥ ବା liquidity। ବର୍ତ୍ତମାନ ପରିସ୍ଥିତିରେ ଉଭୟ ବ୍ୟାଙ୍କ ଓ ଅଣବ୍ୟାଙ୍କ ଆର୍ଥିକ ଅନୁଷ୍ଠାନ (Banks and Non-Banking Financial Institutions) ମାନଙ୍କର ମେରୁଦଣ୍ଡ ଅତ୍ୟନ୍ତ ଦୁର୍ବଳ। ନନ୍ ପରଫର୍ମିଂ ଆସେଟ୍ ପରିମାଣରେ ବୃଦ୍ଧି ବ୍ୟାଙ୍କମାନଙ୍କୁ ଋଣ ପ୍ରଦାନ କରିବାରେ ଅନ୍ତରାୟ ସାଜିଛି। ସେଥିପାଇଁ ଏହି ପ୍ରସଙ୍ଗ ପ୍ରତି ଅର୍ଥମନ୍ତ୍ରୀ ଠିକଣା ଭାବରେ  ଦୃଷ୍ଠି ଦେବାକୁ ହେବ। ଏକ ଦୀର୍ଘକାଳୀନ ଓ ବୃହତ୍‌କାୟ ପୁଞ୍ଜି ପ୍ରବାହର ବ୍ୟବସ୍ଥା କରିବାକୁ ହେବ। ବ୍ୟାଙ୍କ ଓ ଅଣ-ବ୍ୟାଙ୍କିଙ୍ଗ୍ ସଂସ୍ଥାଗୁଡ଼ିକର ପରିଚାଳନା ବା ଶାସନଗତ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନର ମଧ୍ୟ ଆବଶ୍ୟକତା ରହିଛି।

ଅଭିବୃଦ୍ଧି ଓ ନିଯୁକ୍ତି ସମସ୍ୟା

ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ନିଯୁକ୍ତି। ଅଭିବୃଦ୍ଧି ହାରରେ ବୃଦ୍ଧି ହେଲେ ଏହା ଆପେ ଆପେ ନିଯୁକ୍ତି ବୃଦ୍ଧିରେ ସହାୟକ ହେବ ନାହିଁ। ତା’ ଛଡା ବର୍ତ୍ତମାନର ମାନ୍ଦାବସ୍ଥା ଚାହିଦା କମିଯିବା କାରଣରୁ ଉପୁଜିଛି। ତେଣୁ ଚାହିଦା ବୃଦ୍ଧି ପାଇଁ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଲୋକଙ୍କ ହାତକୁ କ୍ରୟଶକ୍ତି ପହଞ୍ଚାଇବାକୁ ପଡିବ। ଯାହାଫଳରେ ଉଭୟ ଆବଶ୍ୟକ ତଥା ଇଚ୍ଛାମୂଳକ ଚାହିଦାରେ ଉନ୍ନତି ହେବ। ତଥ୍ୟ ଅନୁସାରେ ବର୍ତ୍ତମାନର ବେରୋଜଗାରୀ ହାର ବିଗତ ୪୫ ବର୍ଷରେ ସର୍ବାଧିକ। ପ୍ରକୃତରେ ସମ୍ପୂର୍ଣ୍ଣ ବେରୋଜଗାରୀ ତୁଳନାରେ ଅଣ୍ଡର ଏମ୍ପ୍ଲୟମେଣ୍ଟ ସଂଖ୍ୟା ଦେଶରେ ବହୁତ ବେଶୀ।

ଅଭିବୃଦ୍ଧି ଓ ପୁଞ୍ଜିନିବେଶର ଢାଞ୍ଚା ବା ପ୍ରକୃତି ହିଁ ରୋଜଗାରୀ ଓ ଅର୍ଦ୍ଧ-ବେରୋଜଗାରୀକୁ ନିୟନ୍ତ୍ରଣ କରେ। ଶ୍ରମିକ ନିୟୋଜନ ଭିତ୍ତିକ କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶ ଅଣକୁଶଳୀ ଓ ଅର୍ଦ୍ଧ-କୁଶଳୀ ଶ୍ରମିକଙ୍କ ନିଯୁକ୍ତି ବୃଦ୍ଧିରେ ସହାୟକ ହେବ। କୃଷି ତଥା କୃଷି-ଭିତ୍ତିକ କ୍ଷେତ୍ର ତଥା ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଭିତ୍ତିଭୂମିରେ ସରକାରୀ ପୁଞ୍ଜି ନିବେଶ ବୃଦ୍ଧି ଆବଶ୍ୟକ ଦ୍ରବ୍ୟ ତଥା ଅନ୍ୟାନ୍ୟ ଦ୍ରବ୍ୟର ଚାହିଦା ବୃଦ୍ଧିରେ ସହାୟକ ହେବ। ଏହାଦ୍ୱାରା ମଲଟିପ୍ଲାଏର ପ୍ରକ୍ରିୟାରେ ଆୟ ଓ ନିଯୁକ୍ତି ମଧ୍ୟ ବହୁଗୁଣିତ ହେବ। ଏହାବାଦ୍ ସାମାଜିକ ସୁରକ୍ଷା/ ନିରାପତ୍ତା ପାଇଁ ଉଦ୍ଦିଷ୍ଟ କଲ୍ୟାଣମୂଳକ ଯୋଜନା ଯେଉଁଥିରେ ପ୍ରତ୍ୟକ୍ଷ ଅର୍ଥ ଅନୁଦାନ ଉଦ୍ଦିଷ୍ଟ, ହିତାଧିକାରୀର ବ୍ୟାଙ୍କ ଜମାଖାତାରେ ଜମା ହୋଇଯିବ। ( PM Kisan Nidhi ) ଓ  (MGNREGA) ପରି ଯୋଜନାକୁ ପରିବ୍ୟାପ୍ତ କରିବାର ପ୍ରୟାସ କରାଯିବା ଉଚିତ। କୃଷିଜନିତ ସମସ୍ୟା ସମାଧାନ ଦିଗରେ ପ୍ରାଥମିକତା ଦେବା ବଜେଟ୍‌ର ଏକ ମୁଖ୍ୟ ଉଦ୍ଦେଶ୍ୟ ହେବା କଥା।

ମଧ୍ୟବିତ୍ତ ଶ୍ରେଣୀଙ୍କୁ ଧ୍ୟାନ

ମଧ୍ୟବିତ୍ତ ଶ୍ରେଣୀର ଚାହିଦା ବୃଦ୍ଧି ପାଇଁ ଆୟକରରେ କିଛି ରିହାତି ଦେବା ଯୁକ୍ତିଯୁକ୍ତ ମନେ ହୁଏ। ଯୋଗାଣ ବୃଦ୍ଧି ପାଇଁ ଜିଏସଟି ( ସେବା-ଦ୍ରବ୍ୟ ଟିକସ)କୁ ଆହୁରି ସରଳ କରାଯାଇପାରେ।  ଉପଯୁକ୍ତ ପୁଞ୍ଜି ପ୍ରଦାନ ଓ ନିବେଶ ପାଇଁ ଏକ ବିଶ୍ୱସନୀୟ ବାତାବରଣ ସୃଷ୍ଟି କରିବା ସରକାରୀ ନୀତିର ଆଧାର ହେବା ଉଚିତ। କାରଣ କେବଳ ସୁଧ ହାର ହ୍ରାସ ( Lowering the Repo Rate) ପୁଞ୍ଜି ନିବେଶ ବୃଦ୍ଧିରେ ସହାୟକ ହୋଇ ନ ପାରେ। ପୁଞ୍ଜିନିବେଶକାରୀଙ୍କ ଅର୍ଥନୀତି ତଥା ସରକାରୀ ନୀତି ନିୟମ ଉପରେ ଦୀର୍ଘମିଆଦି ବିଶ୍ୱାସ ପୁଞ୍ଜି ନିବେଶ ହାର ବୃଦ୍ଧିରେ ସହାୟକ ହୁଏ। ବିତ୍ତୀୟ ବ୍ୟବସ୍ଥା( Financial System)ରେ ଉନ୍ନତି ଆଣି ପାରିଲେ ଶିକ୍ଷିତ ଦକ୍ଷତାଧାରୀଙ୍କ(Skilled) ପାଇଁ ନିଯୁକ୍ତି ସୁଯୋଗ ସମ୍ପ୍ରସାରିତ ହୋଇପାରିବ। ସେଥିପାଇଁ ବିତ୍ତ ମନ୍ତ୍ରୀ ସେବା କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ପାଇଁ ଚେଷ୍ଟା କରିବା ଉଚିତ।

ଅବହେଳିତ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ର

ସ୍ୱାଧୀନତା ପରଠାରୁ ୨ଟି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରକୁ ପ୍ରାୟ ପ୍ରତ୍ୟେକ ସରକାର ଅବହେଳା କରି ଆସିଛନ୍ତି। ତାହା ହେଲା ଶିକ୍ଷା ଓ ସ୍ୱାସ୍ଥ୍ୟ। ଉଭୟ ଶିକ୍ଷା ଓ ସ୍ୱାସ୍ଥ୍ୟ ହେଉଛି ୨ଟି ମୌଳିକ ଭିତ୍ତିଭୂମି ଯାହାର ଗୁଣାତ୍ମକ ବିକାଶ ଉପରେ କୌଣସି ଦେଶ ଓ ସମାଜର ପ୍ରକୃତ ବିକାଶ ନିର୍ଭରଶୀଳ। ଶିକ୍ଷା ଓ ସ୍ୱାସ୍ଥ୍ୟର ଗୁଣାତ୍ମକ ପ୍ରସାର ବିନା କୌଣସି ରାଜନୈତିକ ତଥା ସାମାଜିକ ଆନୁଷ୍ଠାନିକ ବ୍ୟବସ୍ଥାର ସ୍ଥାୟୀ ଓ ନିରପେକ୍ଷ କାର୍ଯ୍ୟଦକ୍ଷତା ସମ୍ଭବ ନୁହେଁ। ସରକାର ନୂତନ ଶିକ୍ଷାନୀତିର ଚିଠାକୁ ସର୍ବସାଧାରଣ ବିତର୍କ ପାଇଁ ଏବେ ଖୋଲି ଦେଇଛନ୍ତି। ଏହା ସ୍ୱାଗତଯୋଗ୍ୟ। ଆମ ଦେଶର ସାକ୍ଷରତା ହାର ବାଂଲାଦେଶଠାରୁ ମଧ୍ୟ କମ୍‌। ସ୍ୱାସ୍ଥ୍ୟକ୍ଷେତ୍ରରେ ଆମ ଦେଶର ପ୍ରଦର୍ଶନ ବାଂଲାଦେଶ, ନେପାଳ, ମିଆଁମାର, ଇଥିଓପିଆ, ଘାନା, କେନିୟା ଓ ଉଗାଣ୍ଡା ଭଳି ଦେଶଠାରୁ ମଧ୍ୟ ନିମ୍ନମାନର। ଆମେ ଆମ ଜାତୀୟ ଉତ୍ପାଦନ (GDP)ର ମାତ୍ର ୨.୯ ପ୍ରତିଶତ ଶିକ୍ଷା କ୍ଷେତ୍ରରେ ବ୍ୟୟ କରୁଛୁ। ଆମର ଶିକ୍ଷାର ମାନ ଏତେ ନିମ୍ନସ୍ତରରେ ଯେ, ଦଶ ବର୍ଷର ଛୁଆଙ୍କ ମଧ୍ୟରୁ ୫୦ ପ୍ରତିଶତ ୬ ବର୍ଷର ଛୁଆଙ୍କ ପାଠ ଜାଣି ନାହାନ୍ତି। ବିତ୍ତମନ୍ତ୍ରୀଙ୍କୁ ଅନୁରୋଧ ଯେ, ସେ ଅନ୍ତତଃ ଜାତୀୟ ଉତ୍ପାଦନର ୬ ପ୍ରତିଶତ ଶିକ୍ଷା କ୍ଷେତ୍ରରେ‍ ଖର୍ଚ୍ଚ କରନ୍ତୁ ଏବଂ ଏହାର ସିଂହ ଭାଗ ସ୍କୁଲ ଶିକ୍ଷାରେ ବିନିଯୋଗ କରନ୍ତୁ। ସ୍ୱାସ୍ଥ୍ୟକ୍ଷେତ୍ରରେ  ଆମ ଜାତୀୟ ଉତ୍ପାଦନର ମାତ୍ର ୧% ପ୍ରତିଶତ ଖର୍ଚ୍ଚ ହେଉଛି। ଆମର ଅନୁରୋଧ ଏହାକୁ ଅନ୍ତତଃ ତିନି ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରନ୍ତୁ। ଆୟୁଷ୍ମାନ ଭାରତ ଯୋଜନାର ସଫଳତା ପାଇଁ ଅଧିକ ଖର୍ଚ୍ଚ ବ୍ୟବସ୍ଥା ନିହାତି ଜରୁରୀ। ସ୍ୱଚ୍ଛ ଭାରତରେ ଶୌଚାଳୟ ନିର୍ମାଣ ପରି ସ୍ୱାସ୍ଥ୍ୟ ସମ୍ପର୍କିତ ଯୋଜନା ପାଇଁ ଅଧିକ ତତ୍ପରତା, ଆଗ୍ରହ ଓ ଉତ୍ସାହ ସହିତ ଅଧିକ ଖର୍ଚ୍ଚ କରିବାର ଆବଶ୍ୟକତା ରହିଛି।

ଜିଏସ୍‌ଟିର ପୁନର୍ବିନ୍ୟାସ ତଥା ବିଭିନ୍ନ ସବ୍‌ସିଡି ପ୍ରଦାନରେ ଥିବା ଭୁଲ୍‌ ଭଟ୍‌କାରେ ସୁଧାର, ପିଏମ୍‌ କିଷାନ ଯୋଜନାର ସଂପ୍ରସାରଣ କରି ଅଯଥା, ଅବ୍ୟବସ୍ଥିତ ରହାତି ବ୍ୟବସ୍ଥାର ଉଚ୍ଛେଦ, ଭାରତୀୟ ଖାଦ୍ୟ ନିଗମର ତ୍ରୁଟିପୂର୍ଣ୍ଣ ଶସ୍ୟ ଅଧିଗ୍ରହଣରେ ସୁଧାର ପରି ପଦକ୍ଷେପ କରି ଦ୍ୱାରା ସରକାରଙ୍କ ଟିକସ ତଥା ଅଣଟିକସ ରାଜସ୍ୱ ଆୟରେ ପାଖାପାଖି ଜାତୀୟ ଉତ୍ପାଦନ ଚାରିରୁ ପାଞ୍ଚ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇପାରିବ। ଏହି ବୃଦ୍ଧିକୁ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ବ୍ୟବହାର କରାଯାଇପାରେ।

ମୁଦ୍ରାନୀତି ନିଷ୍ପତ୍ତି

ରିଜର୍ଭ  ବ୍ୟାଙ୍ଗ ଅଫ୍‌ ଇଣ୍ଡିଆର ମୁଦ୍ରାନୀତି ନିଷ୍ପତ୍ତି କେବଳ ମୁଦ୍ରାସ୍ଫୀତି ଜନିତ ଲକ୍ଷ୍ୟରେ କେନ୍ଦ୍ରିତ ନହୋଇ ଏହା ଅଭିବୃଦ୍ଧି ଓ ନିଯୁକ୍ତି ବୃଦ୍ଧି ସହିତ ମଧ୍ୟ ସଂମ୍ପୃକ୍ତ ହେବା ଉଚିତ। ଏହା ଫଳରେ ସରକାରଙ୍କ ରାଜକୋଷୀୟ ରଣକୌଶଳ ନୀତି ଓ ମୁଦ୍ରାନୀତି ମଧ୍ୟରେ ଏକ ଉଚିତ ସମନ୍ୱୟ ରକ୍ଷା ହୋଇପାରିବ। ଯାହା ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅର୍ଥନୈତିକ ଲକ୍ଷ୍ୟ- ‘ଅଭିବୃଦ୍ଧି-ନିଯୁକ୍ତି-ସ୍ଥିରତା’ର ତ୍ରିଭୂଜକୁ ଏକ ସମଦୃଷ୍ଟି ସମ୍ପନ୍ନ ଭିତ୍ତିଭୂମିରୁ ବିଚାର କରିବାରେ ସହାୟକ ହେବ।ବଜେଟ୍‌ ଆଲୋଚନା ସମୟରେ ପ୍ରାୟତଃ ଅର୍ଥନୀତି ବିଶାରଦମାନେ ରାଜକୋଷିୟ ବିଜ୍ଞତାର ପ୍ରବଚନ ଦେଇଥାନ୍ତି। ରାଜକୋଷୀୟ ନିଅଣ୍ଟକୁ ଏକ ନିର୍ଦ୍ଦିଷ୍ଟ ସୀମା ଭିତରେ ପ୍ରାୟ ୩.୫ ପ୍ରତିଶତ ରଖିବା ପାଇଁ ଉପଦେଶ ଦେଇଥାନ୍ତି। ନହେଲେ ଅର୍ଥନୀତି ରେ ମୁଦ୍ରାସ୍ପୀତି ଦେଖାଯିବା ସଙ୍ଗେସଙ୍ଗେ ବେସରକାରୀ ପୁଞ୍ଜି ନିବେଶ ଶିକାର ହୋଇ କମିଯିବାର ସମ୍ଭାବନା ଥାଏ ବୋଲି ଯୁକ୍ତି ରଖିଥାନ୍ତି। କିନ୍ତୁ ସବୁ ସମୟରେ ଏହି ଆଶଙ୍କା ସତ୍ୟ ହୋଇ ନ ପାରେ। ବର୍ତ୍ତମାନ ପରିସ୍ଥିତିରେ ପ୍ରାୟ ଅଧିକାଂଶ କ୍ଷେତ୍ର ନିଜର ଉତ୍ପାଦନ ଅବସ୍ଥିତି କ୍ଷମତା(Existing Capacity)ଠାରୁ ନିମ୍ନରେ ପରିଚାଳିତ ହେଉଛନ୍ତି। ଏହା ସହିତ ମୁଦ୍ରାସ୍ଫୀତି ମଧ୍ୟ ଏକ ଗ୍ରହଣୀୟ ସୀମା ମଧ୍ୟରେ ରହିଛି। ତେଣୁ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ସୁଧାର ଆଣି ଯଦି ପୁଞ୍ଜି ଯୋଗାଣରେ ଉନ୍ନତି ଦେଖାଯାଏ, ତେବେ ନିଯୁକ୍ତି, ଯୋଗାଣ ଏବଂ ଚାହିଦା ବୃଦ୍ଧି ପାଇ ଅଭିବୃଦ୍ଧି ହାର ମଧ୍ୟ ଉର୍ଦ୍ଧ୍ୱଗାମୀ ହେବାର ସମ୍ଭାବନା ରହିଛି। ତେଣୁ ରାଜକୋଷିୟ ବିଜ୍ଞତାର ଦ୍ୱାହି ଦେଇ ସରକାରୀ ଖର୍ଚ୍ଚକୁ କାଣ୍ଟ ଛାଣ୍ଟ କରିବା ଉଚିତ ମନେ ହୁଏ ନାହିଁ। ବରଂ ବିତ୍ତିୟ ନିୟଣ୍ଟ(Revenue Deficit )କୁ ନିଦ୍ଧିଷ୍ଟ ସୀମା ଭିତରେ ରଖିବାର ପ୍ରଚେଷ୍ଟା କରାଯାଉ। ସରକାରୀ ଉଦ୍ୟୋଗର ବିକ୍ରି ବା ପୁଞ୍ଜି  ପ୍ରତ୍ୟାହାରକୁ ସରକାରୀ ଆୟ (Revenue) ଭାବରେ କଳନା କରି ବିତ୍ତିୟ ନିଅଣ୍ଟ କମ୍‌ କରିବାର ପ୍ରୟାସ ଆଦୌ ସ୍ୱାଗତଯୋଗ୍ୟ ନୁହେଁ। ବରଂ ସରକାରୀ ଉଦ୍ୟୋଗରୁ ପୁଞ୍ଜି ପ୍ରତ୍ୟେହାରର ସମାନ ପରିମାଣକୁ ଅନ୍ୟ ପ୍ରକାର ସରକାରୀ ଭିତ୍ତିଭୂମି ସୃଷ୍ଟି କରିବାରେ ଲଗାଯାଉ- ଯେମିତିକି ସରକାରୀ ସମ୍ପତ୍ତିରେ ଏକ ସମାନତା ଓ ସମତୁଳତା( Balance) ବଜାୟ ରହିବ।

ଅର୍ଥମନ୍ତ୍ରୀ ମହାଶୟାଙ୍କୁ ଅଶେଷ ଶୁଭେଚ୍ଛା ସହ ଉପରୋକ୍ତ ବିଶ୍ଳେଷଣ ତଥା ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ପାଇଁ ଅନୁରୋଧ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story