Advertisment

୮୦୦୦ କୋଟିର ବ୍ୟାଙ୍କ ଠକେଇ: କୋର୍ଟକୁ ଗଲା ଇଡି

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ନିରବ ମୋଦି ଏବଂ ମେହୁଲ୍‌ ଚୋକ୍‌ସୀ ବହୁ ଚର୍ଚ୍ଚିତ ନାଁ ହୋଇ ରହିଗଲେ କିନ୍ତୁ ସେମାନଙ୍କ ବାଦ ଆଉ ଯେଉଁମାନେ ବ୍ୟାଙ୍କ ଠକେଇର  କାଣ୍ଡ ଭିଆଇଛନ୍ତି ସେମାନେ ବିଶେଷ ଚର୍ଚ୍ଚା ମଧ୍ୟରେ ରହିଲେନି। ସେମାନଙ୍କ ବାବଦରେ ସେତେ ପ୍ରଚାର ମଧ୍ୟ ହେଉ ନାହିଁ। କିନ୍ତୁ ଚଳିତ ବର୍ଷ  ଆରମ୍ଭରେ ପଞ୍ଜାବ ନ୍ୟାଶନାଲ୍ ବ୍ୟାଙ୍କ(ପିଏନ୍‌ବି) ଠକେଇ ପରେ  ମଧ୍ୟ ଏକାଧିକ ବ୍ୟାଙ୍କ ଠକେଇ ଘଟଣା ସାମ୍ନାକୁ ଆସିଛି। ତା ଭିତରେ କ୍ଷତିରେ ଚାଲିଥିବା ଭିଡିଓକନ୍‌ […]

୮୦୦୦ କୋଟିର ବ୍ୟାଙ୍କ ଠକେଇ: କୋର୍ଟକୁ ଗଲା ଇଡି

Untitled-3

Advertisment

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ନିରବ ମୋଦି ଏବଂ ମେହୁଲ୍‌ ଚୋକ୍‌ସୀ ବହୁ ଚର୍ଚ୍ଚିତ ନାଁ ହୋଇ ରହିଗଲେ କିନ୍ତୁ ସେମାନଙ୍କ ବାଦ ଆଉ ଯେଉଁମାନେ ବ୍ୟାଙ୍କ ଠକେଇର  କାଣ୍ଡ ଭିଆଇଛନ୍ତି ସେମାନେ ବିଶେଷ ଚର୍ଚ୍ଚା ମଧ୍ୟରେ ରହିଲେନି। ସେମାନଙ୍କ ବାବଦରେ ସେତେ ପ୍ରଚାର ମଧ୍ୟ ହେଉ ନାହିଁ। କିନ୍ତୁ ଚଳିତ ବର୍ଷ  ଆରମ୍ଭରେ ପଞ୍ଜାବ ନ୍ୟାଶନାଲ୍ ବ୍ୟାଙ୍କ(ପିଏନ୍‌ବି) ଠକେଇ ପରେ  ମଧ୍ୟ ଏକାଧିକ ବ୍ୟାଙ୍କ ଠକେଇ ଘଟଣା ସାମ୍ନାକୁ ଆସିଛି। ତା ଭିତରେ କ୍ଷତିରେ ଚାଲିଥିବା ଭିଡିଓକନ୍‌ ଗ୍ରୁପ୍‌ର ମାଲିକ ବେଣୁଗୋପାଳ ଧୂତ୍ ଅଛନ୍ତି। ତାଙ୍କ ଛଡ଼ା ଏକ ଗୁଜୁରାଟୀ ପରିବାରର ବାୟୋଟେକ୍‌ କମ୍ପାନୀ ମଧ୍ୟ ଏଭଳି ଠକେଇରେ ସମ୍ପୃକ୍ତ ରହିଛି।

ସଦ୍ୟତମ ସୂଚନା ଅନୁସାରେ ଏହି ବାୟୋଟେକ୍‌ କମ୍ପାନୀ ଏକାଧିକ ବ୍ୟାଙ୍କରୁ ପ୍ରାୟ ୮୧୦୦ କୋଟି ଟଙ୍କା ବେଆଇନ୍‌ ଭାବେ ଋଣ ନେଇଛି। ଏହି କମ୍ପାନୀର ମାଲିକଙ୍କୁ ପଳାତକ ଆର୍ଥିକ ଅପରାଧୀ ରୂପେ ଘୋଷଣା କରିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଏଠାରେ ଏକ ସ୍ୱତନ୍ତ୍ର ଅଦାଲତଙ୍କ ଦ୍ଵାରସ୍ଥ ହୋଇଛି।

ଏହି କମ୍ପାନୀର ଚାରି ଜଣ ପ୍ରମୋଟର ହେଲେ ନୀତିନ ସନ୍ଦେସରା, ଚେତନ ସନ୍ଦେସରା, ଦିପ୍ତୀ ସନ୍ଦେସରା ଏବଂ ହିତେଶ ପଟେଲ୍।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe