Advertisment

ଟ୍ୱିଟରକୁ କିଣିବାକୁ ଏଲନ ମସ୍କ ଦେଲେ ପ୍ରସ୍ତାବ

ନୂଆଦିଲ୍ଲୀ: ଟ୍ୱିଟରକୁ ସମ୍ପୂର୍ଣ୍ଣ କିଣିବାକୁ ମନ ବଳାଇଛନ୍ତି ଟେଲସା ସିଇଓ ଏଲନ ମସ୍କ। ଟ୍ୱିଟରର ପ୍ରତି ଶେଆର ପିଛା ୫୪.୨୦ ଡଲାର ହିସାବରେ ମୋଟ ପ୍ରାୟ ୪୩ ମିଲିୟନ ଡଲାର ଦେଇ ସେ ଶତପ୍ରତିଶତ ମାଲିକ ହେବାକୁ ଗୋଡ କାଢ଼ିଛନ୍ତି। ଏଥିନିମନ୍ତେ ସେ ଆମେରିକା ସୁରକ୍ଷା ସଂସ୍ଥା ଓ ଏକ୍ସଚେଞ୍ଜ କମିଶନଙ୍କ ଆଗରେ ପ୍ରସ୍ତାବ ରଖିଛନ୍ତି। ଗୁରୁବାର ଏନେଇ ଖବର ଜଣାପଡ଼ିବା ପରେ ଚର୍ଚ୍ଚା ଜୋର ଧରିଛି। ସେ କହିଛନ୍ତି, ଗଣତାନ୍ତ୍ରିକ ବ୍ୟବସ୍ଥା ଉପରେ ବିଶ୍ୱାସ କରୁଥିବା […]

ଅଦ୍ୟତନ ହୋଇଛି
ଟ୍ୱିଟରକୁ କିଣିବାକୁ ଏଲନ ମସ୍କ ଦେଲେ ପ୍ରସ୍ତାବ

Elon Musk

Advertisment

ନୂଆଦିଲ୍ଲୀ: ଟ୍ୱିଟରକୁ ସମ୍ପୂର୍ଣ୍ଣ କିଣିବାକୁ ମନ ବଳାଇଛନ୍ତି ଟେଲସା ସିଇଓ ଏଲନ ମସ୍କ। ଟ୍ୱିଟରର ପ୍ରତି ଶେଆର ପିଛା ୫୪.୨୦ ଡଲାର ହିସାବରେ ମୋଟ ପ୍ରାୟ ୪୩ ମିଲିୟନ ଡଲାର ଦେଇ ସେ ଶତପ୍ରତିଶତ ମାଲିକ ହେବାକୁ ଗୋଡ କାଢ଼ିଛନ୍ତି। ଏଥିନିମନ୍ତେ ସେ ଆମେରିକା ସୁରକ୍ଷା ସଂସ୍ଥା ଓ ଏକ୍ସଚେଞ୍ଜ କମିଶନଙ୍କ ଆଗରେ ପ୍ରସ୍ତାବ ରଖିଛନ୍ତି। ଗୁରୁବାର ଏନେଇ ଖବର ଜଣାପଡ଼ିବା ପରେ ଚର୍ଚ୍ଚା ଜୋର ଧରିଛି।

Advertisment

ସେ କହିଛନ୍ତି, ଗଣତାନ୍ତ୍ରିକ ବ୍ୟବସ୍ଥା ଉପରେ ବିଶ୍ୱାସ କରୁଥିବା ବିଶ୍ୱର ଲକ୍ଷଲକ୍ଷ ଲୋକଙ୍କୁ ସେମାନଙ୍କ ମତ ଉପସ୍ଥାପନ କରିବାରେ ଏହା ଏକ ଉପଯୁକ୍ତ ମାଧ୍ୟମ ଦେଇପାରିଛି। ଏଥିରେ ବ୍ୟାପକ ପରିବର୍ତ୍ତନ ନିମନ୍ତେ ଏହା ଏକ ଘରୋଇ କମ୍ପାନୀ ହେବା ଆବଶ୍ୟକ ହୋଇଛି। ଦୀର୍ଘଦିନ ଭାବିବା ପରେ ସେ ଏହି ପଦକ୍ଷେପ ନେଇଛନ୍ତି। ୩୮ ପ୍ରତିଶତ ପ୍ରିମିୟମ ବିନିଯୋଗ ନିମନ୍ତେ ପୂର୍ବରୁ ସେ ଘୋଷଣା କରିଥିବା ବେଳେ ବାକି ୫୪ ପ୍ରତିଶତ ପ୍ରିମିୟମ ବିନିଯୋଗ ନିମନ୍ତେ ପାଦ କାଢ଼ିଛନ୍ତି। ଏହା ଚୂଡାନ୍ତ ଓ ସବୁଠାରୁ ଭଲ ପ୍ରସ୍ତାବ। ଏହା ଗ୍ରହଣ କରା ନ ଗଲେ ସେ ଟ୍ୱିଟରର ଭାଗିଦାର ରହିବା ନେଇ ବିଚାର କରିବେ ବୋଲି ମଧ୍ୟ କହିଛନ୍ତି। ମସ୍କ ଏବେ ଟୁଇଟର ୯.୨ ପ୍ରତିଶତ ଭାଗିଦାର ରହିଛନ୍ତି।

ଟ୍ୱିଟରର ବୋର୍ଡ ସଦସ୍ୟ ରହିବାର ମାତ୍ର ଅଳ୍ପ କିଛି ଦିନ ଭିତରେ ସେ ଏହାକୁ ସମ୍ପୂର୍ଣ୍ଣ ଦଖଲ କରିବା ନିମନ୍ତେ ପଦକ୍ଷେପ ନେଇଛନ୍ତି ମସ୍କ। ତେବେ ଏହି ପ୍ରସ୍ତାବ ଗ୍ରହଣ କରାଯାଇପାରିବନି ବୋଲି ଗତ ସପ୍ତାହରେ ବସିଥିବା ବୋର୍ଡ ବୈଠକରେ ମସ୍କଙ୍କୁ ସ୍ୱାଗତ କରି ସିଇଓ ପରାଗ ଅଗ୍ରଓ୍ୱାଲ କହିଥିବା ଜଣାପଡ଼ିଛି। ଏଭଳି କରି ଟ୍ୱିଟରର ସେବାକୁ ଆଲୋଚନାକୁ ଆଣିବା ମସ୍କଙ୍କର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସିଇଓ କହିଛନ୍ତି। ଏହି ବୈଠକରେ ମସ୍କ ଅନୁପସ୍ଥିତ ଥିଲେ। ଏହାକୁ ନେଇ ଘଟଣା ରହସ୍ୟଜନକ ହୋଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe