Advertisment

ପଛରେ ପଡ଼ିଲେ ଏଲନ ମସ୍କ, ଏବେ ଜେଫ୍ ବେଜୋସ୍ ଧନୀ ନଂ ୧

ଜେଫ୍ ବେଜୋସ୍ କିଏ ଜାଣନ୍ତୁ...

Elon Musk & Jeff Bezos

Elon Musk & Jeff Bezos

Advertisment

ବିଶ୍ୱର ଅରବପତି ଟାଇଟଲ୍ ହରାଇଲେ ଏଲନ ମସ୍କ। ଧନୀ ତାଲିକାରେ ମସ୍କଙ୍କୁ ପଛରେ ପକାଇ ଅନ୍ୟ ଜଣେ ବ୍ୟକ୍ତି ଆଗେଇ ଯାଇଛନ୍ତି। ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ, ଏକ୍ସ ଏବଂ ଟେସଲା ପରି ବିଶାଳ କମ୍ପାନୀର ମାଲିକ ଏଲନ ମସ୍କ ଆଉ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ନୁହଁନ୍ତି। ଗତ ୯ ମାସ ମଧ୍ୟରେ ପ୍ରଥମ ଥର ପାଇଁ ମସ୍କ ଏହି ଟାଇଟଲରୁ ବଞ୍ଚିତ ହୋଇଛନ୍ତି।

Advertisment

ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଭାବରେ ଏଲନ୍ ମସ୍କଙ୍କ ଆଖ୍ୟା ବର୍ତ୍ତମାନ ଅନ୍ୟ ଜଣେ ବ୍ୟବସାୟୀଙ୍କ ନିକଟକୁ ଯାଇଛି। ସୋମବାର ଟେସଲାର ଶେଆର ୭.୨% ହ୍ରାସ ପାଇବା ପରେ ବ୍ଲୁମବର୍ଗ ବିଲିୟନିୟର ଇଣ୍ଡେକ୍ସରେ ଏଲନ୍ ମସ୍କ ସବୁଠାରୁ ଧନୀ ବ୍ୟକ୍ତିଙ୍କ ପଦ ହରାଇଛନ୍ତି।

ବର୍ତ୍ତମାନ ଜେଫ୍ ବେଜୋସ୍ ଏଲୋନ୍ ମସ୍କଙ୍କୁ ପଛରେ ପକାଇ ଦୁନିଆର ସବୁଠାରୁ ଧନୀ ବ୍ୟବସାୟୀଙ୍କ ଆଖ୍ୟା ଛଡ଼ାଇ ନେଇଛନ୍ତି। ସେ ବିଶ୍ୱର ଧନୀ ତାଲିକାର ନଂ ୱାନରେ ପହଞ୍ଚିଛନ୍ତି। ବର୍ତ୍ତମାନ ଏଲନ ମସ୍କଙ୍କ ନିଟ୍ ମୂଲ୍ୟ ୧୯୭.୭ ବିଲିୟନ ଡ଼ଲାର୍ ହୋଇଥିବାବେଳେ ବେଜୋସଙ୍କ ନିଟ୍ ମୂଲ୍ୟ ହେଉଛି ୨୦୦.୩ ବିଲିୟନ ଡ଼ଲାର୍। 

Advertisment

୨୦୨୧ ପରଠାରୁ ସବୁଠାରୁ ଧନୀ ବ୍ୟକ୍ତିଙ୍କ ବ୍ଲୁମବର୍ଗର ମାନ୍ୟତାରେ ପ୍ରଥମ ଥର ପାଇଁ ବେଜୋସ ଶୀର୍ଷରେ ରହିଛନ୍ତି। 60 ବର୍ଷୀୟ ଜେଫ୍ ବେଜୋସ ଆମାଜନ ଡଟ୍ ଇନ୍ ପ୍ରତିଷ୍ଠାତା। ୨୦୨୨ ପରଠାରୁ ତାଙ୍କ ସମ୍ପତ୍ତି ମୂଲ୍ୟ ବୃଦ୍ଧି ପାଇଥିବା ବ୍ଲୁମବର୍ଗ ରିପୋର୍ଟ କରିଛନ୍ତି। 

World's Richest Person Elon Musk Amazon Tesla Jeff Bezos
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe