Advertisment

ପୁଣେରେ ଜାଗା ନେଲେ ଏଲନ ମସ୍କ, ମାସିକ ଭଡ଼ା ୧୨ ଲକ୍ଷ

୫ ବର୍ଷ ପାଇଁ କମ୍ପାନୀ ଏହି ସ୍ଥାନକୁ ନିଜର ଅଫିସ ପାଇଁ ଲିଜ୍‌ରେ ନେଇଛି। ଏହାର ଅର୍ଥ ଇଭି(ଇଲେକ୍ଟ୍ରୋନିକ ଭେଇକିଲ) ନିର୍ମାଣ କରୁଥିବା ମସ୍କଙ୍କ ଟେଲସା ଭାରତୀୟ ମାର୍କେଟରେ ପ୍ରବେଶ କରିବା ଏକ ପ୍ରକାରର ନିଶ୍ଚିତ ହୋଇଛି।

Tesla

Tesla

Advertisment

ଭାରତରେ ବ୍ୟବସାୟ କରିବାକୁ ଆଗ୍ରହ ଦେଖାଉଥିବା ବିଶ୍ୱର ୧ନଂ ଧନୀ ଏଲନ ମସ୍କ ଏ ଦିଗରେ ଆଉ ପାଦେ ଆଗେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମେରିକାରେ ଭେଟିବା ପରେ ମସ୍କ ଭାରତରେ ବ୍ୟବସାୟ କରିବେ ବୋଲି ଘୋଷଣା କରିଥିଲେ। ଏବେ ଟେଲସା ଇଣ୍ଡିଆ ମୋଟର୍ସ ଓ ଏନର୍ଜି ପ୍ରାଇଭେଟ ଲିଃ ଅଫିସ ପାଇଁ ଭାରତରେ ଜାଗା ନେଇଛନ୍ତି।

Advertisment

ମହାରାଷ୍ଟ୍ରର ପୁଣେର ପଞ୍ଚଶିଳ ବିଜନେସ ପାର୍କରେ ମସ୍କଙ୍କୁ ଜାଗା ମିଳିଛି। ଏଥିପାଇଁ ମସ୍କଙ୍କ କମ୍ପାନୀ ମାସିକ ୧୧.୬୫ ଲକ୍ଷ ଟଙ୍କାର ଭଡ଼ା ଦେବ। ୫ ବର୍ଷ ପାଇଁ କମ୍ପାନୀ ଏହି ସ୍ଥାନକୁ ନିଜର ଅଫିସ ପାଇଁ ଲିଜ୍‌ରେ ନେଇଛି। ଏହାର ଅର୍ଥ ଇଭି(ଇଲେକ୍ଟ୍ରୋନିକ ଭେଇକିଲ) ନିର୍ମାଣ କରୁଥିବା ମସ୍କଙ୍କ ଟେଲସା ଭାରତୀୟ ମାର୍କେଟରେ ପ୍ରବେଶ କରିବା ଏକ ପ୍ରକାରର ନିଶ୍ଚିତ ହୋଇଛି।

ଏହି ଜାଗା ଲିଜ୍‌ରେ ନେବା ପୂର୍ବରୁ ଟେଲସାର ଅଧିକାରୀମାନେ ନିବେଶ ସମ୍ପର୍କରେ ତାଙ୍କ ଭାରତୀୟ ପ୍ରତିପକ୍ଷମାନଙ୍କ ସହ କଥା ହୋଇଥିଲେ। ଭାରତରେ ଇଭିର ନିର୍ମାଣ ପାଇଁ ଗୋଟିଏ ଉପଯୁକ୍ତ ଜାଗା ଚିହ୍ନଟ ଏହି ଆଲୋଚନାର ମୂଳ ଲକ୍ଷ୍ୟ ରହିଥିଲା।

Advertisment

ସିଆଇ ମାଟ୍ରିକ୍ସର ତଥ୍ୟ ଅନୁଯାୟୀ, ଟେଲସା ଇଣ୍ଡିଆ ମୋଟର୍ସ ଓ ଏନର୍ଜି ପ୍ରାଇଭେଟ ଲିଃ ୫,୮୫୦ ବର୍ଗ ଫୁଟ ଅଞ୍ଚଳ ସ୍ଥାନ ନାଇଛନ୍ତି। ନିର୍ମାଣଧୀନ ପଞ୍ଚଶିଳ ବିଜେନସ ପାର୍କର ପ୍ରଥମ ଫ୍ଲୋରେ ଥିବା ବି’ ୱିଙ୍ଗରେ ଏହି ଜାଗା ରହିଛି। ୫ ବର୍ଷ ପାଇଁ ଟେବୁଲସ୍ପେସ ଟେକ୍ନୋଲୋଜି ପ୍ରାଇଭେଟ ଲିଃ ସହ ଟେଲସା ଇଣ୍ଡିଆ ମୋଟର୍ସ ଓ ଏନର୍ଜି ପ୍ରାଇଭେଟ ଲିଃ ଡିଲ୍‌ କରିଛନ୍ତି।

ଏହାର ମାସିକ ଭଡ଼ା ୧୧.୬୫ ଲକ୍ଷ ହୋଇଥିବା ବେଳେ ୫ ବର୍ଷ ପାଇଁ ସିକ୍ୟୁରିଟି ଜମା ଭାବେ ୩୪.୯୫ ଲକ୍ଷ ଦେବାକୁ ଡିଲ୍‌ରେ ସର୍ତ୍ତ ରହିଛି। ଏହାବାଦ ୫ଟି କାର ଓ ୧୦ଟି ବାଇକ ପାର୍କର ବ୍ୟବସ୍ଥା କଥା ସର୍ତ୍ତରେ ଉଲ୍ଲେଖ କରାଯାଇଛି। ଅକ୍ଟୋବର ୧ ତାରିଖରୁ ଭଡ଼ା ଦେବା ପ୍ରକ୍ରିୟା ଆରମ୍ଭ ହେବ।

Elon Musk Tesla Tesla Car Factory In India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe