Advertisment

ସରିଯିବ କି ୱାର୍କ ଫ୍ରମ୍ ହୋମ୍? କର୍ମଚାରୀଙ୍କୁ ଅଫିସ୍ ଆସିବାକୁ ଟିସିଏସର ନୋଟିସ୍

ଆଉ ଘରେ ରହି କାମ କରିବାର ବ୍ୟବସ୍ଥା ରହିନପାରେ। ଅଫିସ୍ ଆସି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଲା ଟିସିଏସ୍।

author-image
Debibandita Barick
TCS Office

TCS Office

ଏଣିକି ଆଉ ଘରେ ରହି କାମ କରିବାର ସୁବିଧା ମିଳିନପାରେ। କାରଣ ଆଇଟି ସେବା ପ୍ରମୁଖ ଟାଟା କନସଲଟାନ୍ସି ସର୍ଭିସେସ୍ (ଟିସିଏସ୍) କର୍ମଚାରୀଙ୍କୁ ଅଫିସ୍ ଆସି କାର୍ଯ୍ୟ କରିବାକୁ ଦେଇଛି ନିର୍ଦ୍ଦେଶ। କମ୍ପାନୀ ଅକ୍ଟୋବର 1, 2023ରୁ ହାଇବ୍ରିଡ୍ କାମ ଶେଷ କରିବାର ସମ୍ଭାବନା ରହିଛି। 

Advertisment

ଏକ ଆଭ୍ୟନ୍ତରୀଣ ଇମେଲରେ, କମ୍ପାନୀ ଏହାର କର୍ମଜୀବୀଙ୍କୁ ସପ୍ତାହକୁ ପାଞ୍ଚ ଦିନ ଅଫିସରେ ଯୋଗଦେବାକୁ କହିଛି, ଯାହା ଫଳରେ ପାଞ୍ଚ ଲକ୍ଷରୁ ଅଧିକ ଭାରତୀୟ ନିୟୋଜିତ ଥିବା ୱାର୍କ ଫ୍ରମ୍ ହୋମ୍ ସୁବିଧା ଶେଷ ହୋଇଯିବ। 

ସୂତ୍ର ଅନୁସାରେ, କମ୍ପାନୀ ମଧ୍ୟ ଏବେ ବି ସପ୍ତାହକୁ ତିନି ଦିନ ଅଫିସ୍ ଆସି କାର୍ଯ୍ୟ କରିବାର ନିୟମ ଜାରି ରଖିବ। କିନ୍ତୁ ମୋନିକର୍ଣ୍ଟ୍ରୋଲ୍ ସୂତ୍ର ଅନୁସାରେ, ଏହି ନିୟମ ବିଭିନ୍ନ ପ୍ରୋଜେକ୍ଟର ମ୍ୟାନେଜରଙ୍କ ଉପରେ ନିର୍ଭର କରେ। ଯେଉଁ ପ୍ରୋଜେକ୍ଟର ମ୍ୟାନେଜର କର୍ମଚାରୀଙ୍କୁ ସପ୍ତାହକୁ ପାଞ୍ଚ ଦିନ ଆସି କାମ କରିବାକୁ କହିବେ, ସେହି କର୍ମଚାରୀମାନେ ଅଫିସ୍ ଆସିବେ। 

Advertisment

CNBC-TV18 ରିପୋର୍ଟ କରିଛି ଯେ, ବିଭିନ୍ନ ଟାଉନ୍ ହଲରେ କମ୍ପାନୀର ସିଇଓ ତଥା ମୁଖ୍ୟ ମାନବ ସମ୍ବଳ ଅଧିକାରୀ(ସିଏଚଆରଓ)ଙ୍କ ସହ ହୋଇଥିବା ଆଲୋଚନା ଅନୁସାରେ, ସମସ୍ତ କର୍ମଜୀବୀ ଯଦି ସରକାରୀ ଛୁଟି ଦିବସ ନଥାଏ ସପ୍ତାହକୁ ପାଞ୍ଚ ଦିନ ଅଫିସରେ ଯୋଗଦେବା ବାଧ୍ୟତାମୂଳକ। ଏହି ନିୟମ ଅକ୍ଟୋବର 1, 2023ରୁ ଆରମ୍ଭ। ଏକ ଆଭ୍ୟନ୍ତରୀଣ ଇମେଲ୍ ଜରିଆରେ କର୍ମଚାରୀଙ୍କୁ ଏହି ନିର୍ଦ୍ଦେଶନାମା ଦିଆଯାଇଛି।

ପ୍ରକାଶ ଥାଉକି, ମହାମାରୀ କରୋନା ସମୟରେ ୱାର୍କ ଫ୍ରମ୍ ହୋମ୍ ବ୍ୟବସ୍ଥା ଆରମ୍ଭ ହୋଇଥିଲା। ପାଣ୍ଡାମିକ୍ ସରିବା ପରେ ବି କିଛି ଆଇଟି ସେବା ସହ ଅନ୍ୟାନ୍ୟ ସଂସ୍ଥ୍ୟା ମଧ୍ୟ ଏହି ବ୍ୟବସ୍ଥା ଲାଗୁ ରଖିଛନ୍ତି। 

TCS WFH TCS Notice WFH India Work From Home IT Sector