Advertisment

EPF ଖାତାଧାରୀଙ୍କ ପାଇଁ ଖୁସି ଖବର, ବଢ଼ିଲା ସୁଧହାର

ସୁଧହାର ୮.୧୫ରୁ ବଢ଼ାଇ ୮.୨୫ ପ୍ରତିଶତ କରାଯାଇଛି।

author-image
Madhupriya Mistry
EPFO

EPFO

EPF ଖାତାଧାରୀଙ୍କ ପାଇଁ ଖୁସି ଖବର। ବଢ଼ିଲା ସୁଧହାର। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସୁଧହାର ବୃଦ୍ଧି ନେଇ ଘୋଷଣା କରିଛି EPFO। ସୁଧହାର ୮.୧୫ରୁ ବଢ଼ାଇ ୮.୨୫ ପ୍ରତିଶତ କରାଯାଇଛି। ଫଳରେ ଲକ୍ଷଲକ୍ଷ କର୍ମଚାରୀ ଉପକୃତ ହେବେ।

Advertisment

ବିଗତ ୩ ବର୍ଷରେ ଏହା ସର୍ବାଧିକ ସୁଧହାର। EPFOର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣ ସଂସ୍ଥା ସେଣ୍ଟ୍ରାଲ ବୋର୍ଡ ଅଫ ଟ୍ରଷ୍ଟି ଏହି ନିଷ୍ପତ୍ତି ନେଇଛନ୍ତି। ୨୦୨୧-୨୨ରେ ସୁଧହାର ୮.୧ ପ୍ରତିଶତ ଥିବା ବେଳେ ୨୦୨୨-୨୩ରେ ୮.୧୫ ପ୍ରତିଶତ ଓ ୨୦୨୩-୨୪ରେ ଏହାକୁ ବୃଦ୍ଧି କରି ୮.୨୫ ପ୍ରତିଶତ କରାଯାଇଛି।

ଏକ ସୂତ୍ରରୁ ପ୍ରକାଶ ଯେ, ଇପିଏଫ୍ଓର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ ସଂସ୍ଥା, 'ସେଣ୍ଟ୍ରାଲ୍ ଟ୍ରଷ୍ଟି ବୋର୍ଡ' (ସିବିଟି) ଶନିବାର ହୋଇଥିବା ଏକ ବୈଠକରେ ୨୦୨୩-୨୪ ପାଇଁ EPF ଉପରେ ୮.୨୫ ପ୍ରତିଶତ ସୁଧ ହାର ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି।

Advertisment

ସିବିଟିର ନିଷ୍ପତ୍ତି ପରେ, ୨୦୨୩-୨୪ ପାଇଁ EPF ଜମା ଉପରେ ସୁଧ ହାର ସମ୍ବନ୍ଧୀୟ ନିଷ୍ପତ୍ତି ଅନୁମୋଦନ ପାଇଁ ଅର୍ଥ ମନ୍ତ୍ରଣାଳୟକୁ ପଠାଯିବ।ସରକାରଙ୍କ ଅନୁମୋଦନ ପରେ, ସୁଧ ହାର EPFO ​​ର ୬କୋଟିରୁ ଅଧିକ ଗ୍ରାହକଙ୍କ ଆକାଉଣ୍ଟରେ ଜମା ହେବ।

EPF EPFO EPFO Interest