Advertisment

EPFO ଖାତାଧାରୀଙ୍କ ପାଇଁ ବଡ଼ ଖବର, ଲାଗୁ ହେଲା ଏହି ନିୟମ

ଏହି ବ୍ୟବସ୍ଥା ଦ୍ୱାରା ୬୦ ମିଲିୟନରୁ ଅଧିକ ଆକାଉଣ୍ଟଧାରୀ ଲାଭବାନ ହେବେ। ପ୍ରଥମେ ଇପିଏଫଓ ପକ୍ଷରୁ ୨୦୨୦ ଏପ୍ରିଲ ମାସରେ ସ୍ୱାସ୍ଥ୍ୟ ସେବା ସହ ଜଡ଼ିତ କ୍ଷେତ୍ର ପାଇଁ ଅଗ୍ରୀମ ବ୍ୟବସ୍ଥା ଲାଗୁ କରାଯାଇଥିଲା।

EPFO

EPFO

Advertisment

କର୍ମଚାରୀ ଭବିଷ୍ୟ ନିଧି ପାଣ୍ଠି (ଇପିଏଫଓ) ଏହାର ଆକାଉଣ୍ଟଧାରୀଙ୍କ ପାଇଁ ବଡ଼ ଘୋଷଣା କରିଛି। EPFOରେ ଅଟୋ କ୍ଲେମ ସେଟଲେମେଣ୍ଟ ବା ସ୍ୱଂୟ ଦାବି ବ୍ୟବସ୍ଥାକୁ ଅଧିକ ବିସ୍ତାର କରିଛି। ପୂର୍ବରୁ କେବଳ ଅସୁସ୍ଥତା ପାଇଁ ଇପିଏଫଓ ଆକାଉଣ୍ଟରୁ ଅଗ୍ରୀମ ରାଶି ଉଠାଇ ହେଉଥିଲା।

Advertisment

କିନ୍ତୁ ଏବେ ଶିକ୍ଷା, ବାହାଘର ଓ ଘର କାମ ପାଇଁ ମଧ୍ୟ ଜମା ରାଶିରୁ ଅଗ୍ରୀମ ପରିମାଣ ଉଠାଇ ହେବ। ଏଥିପାଇଁ କୌଣସି ପ୍ରକାରର କାଗଜପତ୍ରର କାମ କରିବାକୁ ପଡ଼ିବ ନାହିଁ। କେବଳ ଅନଲାଇନରେ ଆବେଦନ କଲେ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଚାଲି ଆସିବ। EPFO ଇଜ ଅଫ ଲିଭିଂ ଅଧୀନରେ ଅଟୋ କ୍ଲେମ ସେଟଲେମେଣ୍ଟ ବ୍ୟବସ୍ଥାକୁ ବିସ୍ତାର କରିଛି।

ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ଏହି ବ୍ୟବସ୍ଥା ଦ୍ୱାରା ୬୦ ମିଲିୟନରୁ ଅଧିକ ଆକାଉଣ୍ଟଧାରୀ ଲାଭବାନ ହେବେ। ପ୍ରଥମେ ଇପିଏଫଓ ପକ୍ଷରୁ ୨୦୨୦ ଏପ୍ରିଲ ମାସରେ ସ୍ୱାସ୍ଥ୍ୟ ସେବା ସହ ଜଡ଼ିତ କ୍ଷେତ୍ର ପାଇଁ ଅଗ୍ରୀମ ବ୍ୟବସ୍ଥା ଲାଗୁ କରାଯାଇଥିଲା।

Advertisment

ଏବେ ଏହାର ପରିଧିକୁ ବୃଦ୍ଧି କରାଯାଇଛି। ପାରା ୬୮କେ(ଶିକ୍ଷା ଓ ବାହାଘର) ଓ ୬୮ବି(ଗୃହ ନର୍ମାଣ) ପାଇଁ ମଧ୍ୟ ଏହା ଲାଗୁ ହେବ। ଅତିରିକ୍ତ ଭାବେ ଇପିଏଫଓ ସ୍ୱାସ୍ଥ୍ୟ ସେବା ଅଗ୍ରୀମକୁ ୫୦ ହଜାର ଟଙ୍କାରୁ ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି।

ଇପିଏଫ ଆଶା କରିଛି ଯେ ନୂଆ ନିୟମ ଦ୍ୱାରା ଚଳିତ ବର୍ଷ ପ୍ରାୟ ଅଢ଼େଇ କୋଟି ଲୋକ ଉପକୃତ ହେବେ। ୨୦୨୩-୨୪ ଆର୍ଥିକ ବର୍ଷରେ ସଂସ୍ଥା ୪୪.୫ ମିଲିୟନ ଲୋକଙ୍କୁ କ୍ଲେମ ସେଟଲେମେଣ୍ଟ କରିଛି। ଏହା ମଧ୍ୟରୁ ୬୦% ଅର୍ଥାତ ୨୮.୪ ମିଲିୟନ ଅଗ୍ରୀମ ଦାବି ରହିଥିଲା। ଅଟୋ ମୋଡ ମାଧ୍ୟମରେ ୮.୯୫ ମିଲିୟନ ଦାବି ସମାଧାନ ହୋଇଛି।

EPF EPFO
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe