Advertisment

ଏସାର ଗ୍ରୁପ୍ ସହପ୍ରତିଷ୍ଠାତାଙ୍କ ଦେହାନ୍ତ

୮୦ ବର୍ଷ ବୟସରେ ଶଶି ରୁଇଆଙ୍କ ପରଲୋକ ହୋଇଛି।

author-image
Debibandita Barick
Shashi Ruia

Shashi Ruia

ଏସାର ଗ୍ରୁପ (Essar Group)ର ସହପ୍ରତିଷ୍ଠାତା ଶଶି ରୁଇଆଙ୍କ ପରଲୋକ। ସୋମବାର ଶଶି ରୁଇଆଙ୍କ ପରଲୋକ ଘଟି ଥିବାବେଳେ ଆଜି ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ୮୦ ବର୍ଷ ବୟସରେ ଏହି ବ୍ୟସାୟୀଙ୍କ ମୃତ୍ୟୁ ହୋଇଛି। 

Advertisment

ଉଦ୍ୟୋଗୀ ତଥା ଶିଳ୍ପପତି ଶଶି ରୁଇଆ ୧୯୬୫ ମସିହାରେ ତାଙ୍କ ବାପା ନନ୍ଦ କିଶୋର ରୁଇଆଙ୍କ ପରାମର୍ଶରେ ବ୍ୟବସାୟିକ କ୍ୟାରିଅର୍ ଆରମ୍ଭ କରିଥିଲେ। ସେ ତାଙ୍କ ଭାଇ ରବି ରୁଇଆଙ୍କ ସହ ଏସାର ପ୍ରତିଷ୍ଠା କରିଥିଲେ। କମ୍ପାନୀର ବ୍ୟବସାୟ ରଣନୀତି, ଅଭିବୃଦ୍ଧି ଏବଂ ବିବିଧକରଣରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଶଶି।

ଶଶି ରୁଇଆ ଅନେକ ଜାତୀୟ ସଂସ୍ଥା ଏବଂ ଶିଳ୍ପ ସଙ୍ଗଠନରେ ସକ୍ରିୟ ଭାବରେ ଜଡ଼ିତ ଥିଲେ। ସେ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବରସ୍ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (FICCI) ପରିଚାଳନା କମିଟିରେ କାର୍ଯ୍ୟ କରିଥିଲେ। ଏଥିସହ ଭାରତ-ଆମେରିକା ମିଳିତ ବ୍ୟବସାୟ ପରିଷଦର ଅଧ୍ୟକ୍ଷ ଥିଲେ ଶଶି ରୁଇଆ। 

Advertisment

ଏହା ବ୍ୟତୀତ ଭାରତୀୟ ଜାତୀୟ ଜାହାଜ ମାଲିକ ସଂଘର ପୂର୍ବତନ ସଭାପତି ତଥା ଉଭୟ ପ୍ରଧାନମନ୍ତ୍ରୀଙ୍କ ଇଣ୍ଡୋ-ଆମେରିକା ସିଇଓ ଫୋରମ୍ ଏବଂ ଭାରତ-ଜାପାନ ବ୍ୟବସାୟ ପରିଷଦର ସଦସ୍ୟ ଥିଲେ।

Essar Group Sashi Ruia