Advertisment

ସରକାରଙ୍କ ହସ୍ତକ୍ଷେପ ପରେ ବି ଖସୁନି ଆଳୁ ଦର

ରାଜ୍ୟରେ ଆଳୁ ଅଭାବ ଦୂର କରିବାକୁ ପଶ୍ଚିମବଙ୍ଗ ନହେଲେ ଉତ୍ତରପ୍ରଦେଶ ଏପରିକି ପଞ୍ଜାବରୁ ମଧ୍ୟ ଆଳୁ ଆଣିବାକୁ ଯୋଜନା କରାଯାଉଥିବା ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ।

Patato

Patato

Advertisment

ରାଜ୍ୟରେ ଆଜିଠୁ ପର୍ଯ୍ୟାପ୍ତ ପରିମାଣରେ ଆଉ ଉଚିତ୍ ଦାମରେ ଆଳୁ ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ଯୋଗାଣ ମନ୍ତ୍ରୀ। ଚଢ଼ା ଦରରେ ଆଳୁ ବିକିଲେ କାର୍ଯ୍ୟାନୁଷ୍ଠାନର ଚେତାବନୀ ବି ଦେଇଥିଲେ। ହେଲେ ବଜାର ସ୍ଥିତି ପୂରା ଓଲଟା। ନା ଗୋଦାମରେ ଆଳୁ ଅଛି ନା ଦର ଖସୁଛି। ଏମିତିକି ଖୁଚୁରା ବଜାରରେ ଚଢ଼ା ଦାମରେ ଆଳୁ ବିକ୍ରି ହେଉଥିଲେ ବି କାର୍ଯ୍ୟାନୁଷ୍ଠାନ ଶୂନ୍। ଏସବୁ ଭିତରେ କଲବଲ ହେଉଛି ବିଚରା ଖାଉଟି। ବାଧ୍ୟହୋଇ କିଲୋ ପିଛା ୫୦ ଉପରେ କିଣୁଛି ଆଳୁ।

Advertisment

ଅନ୍ୟପଟେ ଖୁଚୁରା ଆଳୁ ବେପାରୀଙ୍କ କହିବା କଥା, ଏବେ ବଜାରକୁ ଆସୁଥିବା ଆଳୁର ମାନ ବହୁତ ଖରାପ। ଢେର ପଚାସଢ଼ା ବାହାରୁଛି। ସରକାରଙ୍କ ଧାର୍ଯ୍ୟ ଦରରେ ଆଳୁ ବିକିଲେ ବ୍ୟାପକ କ୍ଷତି ସହିବାକୁ ହେବ।

ରାଜ୍ୟରେ ଆଳୁ ଅଭାବ ଦୂର କରିବାକୁ ପଶ୍ଚିମବଙ୍ଗ ନହେଲେ ଉତ୍ତରପ୍ରଦେଶ ଏପରିକି ପଞ୍ଜାବରୁ ମଧ୍ୟ ଆଳୁ ଆଣିବାକୁ ଯୋଜନା କରାଯାଉଥିବା ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ। ହେଲେ ୪ ଦିନ ହେଲା ନା ପଶ୍ଚିମବଙ୍ଗ ନା ଉତ୍ତର ପ୍ରଦେଶ କେଉଁଠୁ ବି ଆଳୁ ଆସିନି। ପ୍ରଶ୍ନ ଉଠୁଛି, ଯଦି ପଶ୍ଚିମବଙ୍ଗରୁ ନ ଆସି ପାରୁଛି, ଉତ୍ତରପ୍ରଦେଶରୁ କାହିଁକି ଆଳୁ ଅଣାଯାଉନି ? ପାଇକାରୀ ଆଳୁ ବ୍ୟବସାୟୀଙ୍କ କହିବା କଥା, ପଶ୍ଚିମବଙ୍ଗରେ ଏବର୍ଷ ଆଳୁ ଉତ୍ପାଦନ କମିଛି। ତେଣୁ ମମତା ସରକାର ଓଡ଼ିଶାକୁ ଆଳୁ ଯୋଗାଣ ଉପରେ କଟକଣା ଲଗାଇଛନ୍ତି। ଅନ୍ୟପଟେ ଉତ୍ତର ପ୍ରଦେଶରୁ ଗୋଟେ ଥର ଆଳୁ କିଣି ଢେର କ୍ଷତି ସହିଛନ୍ତି ବ୍ୟବସାୟୀ। ତେଣୁ ସରକାର ନିଜେ ଆଳୁ ମଗାଇ ଲୋକଙ୍କୁ ଯୋଗାନ୍ତୁ ବୋଲି ଦାବି କରିଛନ୍ତି।

Advertisment

ସେପଟେ ରାଜ୍ୟ ବ୍ୟବସାୟୀ ମହାସଂଘ କହିଛି, ଏବେ ପଶ୍ଚିମବଙ୍ଗ ସୀମାରେ ପାଖାପାଖି ୩୦୦ ଟ୍ରକ ଆଳୁ ବୋଝେଇ ହୋଇ ରହିଛି। ପଶ୍ଚିମବଙ୍ଗ ସରକାର ଓ ବ୍ୟବସାୟୀଙ୍କ ବୈଠକ ବସିବ ପରେ କାଲିଠୁ ଆମ ରାଜ୍ୟରେ ଆଳୁ ସ୍ଥିତି ସ୍ୱାଭାବିକ ହେବ ବୋଲି ଆଶା କରାଯାଉଛି।

ରାଜ୍ୟରେ ଆଳୁ ଦର ଆକାଶଛୁଆଁ ହେବାପରେ ସ୍କୁଲ ମଧ୍ୟାହ୍ନ ଭୋଜନ ଓ ଆହାର କେନ୍ଦ୍ର ଡାଲମାରୁ ଉଭେଇ ଯାଇଛି ଆଳୁ। ସେପଟେ ଅନୁଗୁଳରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଯୋଗାଣ ବିଭାଗ କର୍ମଚାରୀଙ୍କୁ ପଚା ଆଳୁ ଦେଇ ଆଳୁ ସମସ୍ୟାର ସମାଧାନ ପାଇଁ ପ୍ରତିବାଦ କରାଯାଇଛି।

Patato Price Hike
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe