Advertisment

ତେଲର ଉତ୍ପାଦ ଶୁଳ୍କ ବଢ଼ାଇଲା କେନ୍ଦ୍ର: ପେଟ୍ରୋଲ ୧୦ ଟଙ୍କା, ଡିଜେଲ ୧୩ ଟଙ୍କା

ନୂଆଦିଲ୍ଲୀ: ମଙ୍ଗଳବାର ରାତିରେ ପେଟ୍ରୋଲ ଓ ଡିଜେଲର ଉତ୍ପାଦ ଶୁଳ୍କ ବଢ଼ାଇଛନ୍ତି କେନ୍ଦ୍ର ସରକାର। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ଦାମ କମିବା ପରେ ପେଟ୍ରୋଲ ଓ ଡିଜେଲ ଦର ନକମାଇ ସ୍ଥିର ରଖିବାକୁ ଦ୍ୱିତୀୟ ଥର ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର। ଉଭୟ ପେଟ୍ରୋଲ ଓ ଡିଜେଲରେ ୮ ଟଙ୍କା ଲେଖାଏଁ ଉତ୍ପାଦ ଟ୍ୟାକ୍ସ ବଢ଼ାଇଛନ୍ତି ସରକାର। ଏହାବାଦ ପେଟ୍ରୋଲରେ ଅତିରିକ୍ତ ୨ ଟଙ୍କା ଏବଂ ଡିଜେଲରେ ୫ ଟଙ୍କା ଅତିରିକ୍ତ ଶୁଳ୍କ ବଢ଼ାଇଛନ୍ତି। […]

author-image
Subhransu Sekhar
ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର

petrol price

ନୂଆଦିଲ୍ଲୀ: ମଙ୍ଗଳବାର ରାତିରେ ପେଟ୍ରୋଲ ଓ ଡିଜେଲର ଉତ୍ପାଦ ଶୁଳ୍କ ବଢ଼ାଇଛନ୍ତି କେନ୍ଦ୍ର ସରକାର। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ଦାମ କମିବା ପରେ ପେଟ୍ରୋଲ ଓ ଡିଜେଲ ଦର ନକମାଇ ସ୍ଥିର ରଖିବାକୁ ଦ୍ୱିତୀୟ ଥର ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର। ଉଭୟ ପେଟ୍ରୋଲ ଓ ଡିଜେଲରେ ୮ ଟଙ୍କା ଲେଖାଏଁ ଉତ୍ପାଦ ଟ୍ୟାକ୍ସ ବଢ଼ାଇଛନ୍ତି ସରକାର। ଏହାବାଦ ପେଟ୍ରୋଲରେ ଅତିରିକ୍ତ ୨ ଟଙ୍କା ଏବଂ ଡିଜେଲରେ ୫ ଟଙ୍କା ଅତିରିକ୍ତ ଶୁଳ୍କ ବଢ଼ାଇଛନ୍ତି। ମୋଟ୍ ଉପରେ ପେଟ୍ରୋଲ ଓ ଡିଜେଲର ଉତ୍ପାଦ ଶୁଳ୍କ ୧୦ ଟଙ୍କା ଓ ୧୩ ଟଙ୍କା ବଢ଼ାଇଛନ୍ତି ସରକାର।

Advertisment

https://twitter.com/ANI/status/1257731292227153928

ସରକାରଙ୍କ ଏହି ନିଷ୍ପତ୍ତି ଗ୍ରାହକଙ୍କ ପକେଟ ଉପରେ କୌଣସି ପ୍ରଭାବ ପକାଇବନି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ଦାମ କମିଛି। ଏବେ ଏହି ଟଙ୍କା ବଢ଼ାଇ ସରକାର ରାଜକୋଷରେ ଆଡଜଷ୍ଟ କରିଛନ୍ତି। ଉତ୍ପାଦ ଶୁଳ୍କ ବଢ଼ାଇବା ପରେ କେନ୍ଦ୍ର ସରକାର ୧.୬ ଲକ୍ଷ କୋଟି ଟଙ୍କା ଅତିରିକ୍ତ ରାଜସ୍ୱ ଲାଭ କରିବେ ବୋଲି ଆଶା ରଖିଛନ୍ତି।