facebook (1)
ନୂଆଦିଲ୍ଲୀ: ଫେସ୍ବୁକରୁ ଡାଟା ଚୋରି ଅଭିଯୋଗ ହେବା ପରେ ଏବେ ଏହା ନିଜ ସୁରକ୍ଷା ବ୍ୟବସ୍ଥାକୁ ମଜଭୁତ କରିବା ପାଇଁ ଦିନକୁ ଦିନ ନୂଆ ନୂଆ ଫିଚର ଆଣିବାରେ ଲାଗିଛି। ଏବେ ଏହା ଏକ ନୂଆ ଫିଚର୍ର ଟେଷ୍ଟିଂ କରୁଛି। ଯେଉଁଥିରେ ୟୁଜର ନିଜ ଫଟୋରେ ମିଳୁଥିବା ଲାଇକ୍କୁ ହାଇଡ୍ କରିପାରିବେ। ଲାଇକ୍ ବ୍ୟତୀତ ବାକି ସବୁ ରିଆକ୍ସନ୍କୁ ବି ହାଇଡ୍ କରିପାରିବେ।
ଫେସବୁକ୍ରେ ସେଟିଂକୁ ବଦଳାଇଲେ ଆପଣଙ୍କ ଫଟୋରେ ଲାଇକ୍ କିମ୍ବା ରିଆକ୍ସନ୍ କେବଳ ଆପଣ ହିଁ ଦେଖିପାରିବେ। କେବଳ ଫେସ୍ବୁକ୍ ନୁହେଁ ଇନ୍ଷ୍ଟାଗ୍ରାମ୍ ପାଇଁ ମଧ୍ୟ ଚଳିତ ବର୍ଷ ଏହି ଫିଚର୍ ଟେଷ୍ଟିଂ କରାଯାଇଛି। ଏହା କେବେଳ ଫେସବୁକ୍ର ପ୍ରାଇଭେସି ସେଟିଂକୁ ମଜଭୁତ୍ କରିବା ପାଇଁ କରାଯାଉଛି।
ସୂଚନା ମୁତାବକ ଏହି ନୂଆ ଫିଚର ଖୁବ୍ ଶୀଘ୍ର ଆରମ୍ଭ ହେବ ଓ ପ୍ରଥମେ ଏହାର ସୁବିଧା ଅଷ୍ଟ୍ରେଲିଆରେ ଦିଆଯିବ। କମ୍ପାନୀ ପ୍ରଥମେ ଏହି ଫିଚର ପାଇଁ ଲୋକଙ୍କ ଫିଡ୍ବ୍ୟାକ୍ ନେବ ଓ ପରେ ଫେସବୁକ୍ରେ ଲୋକଙ୍କ ଅନୁଭବକୁ ଆହୁରି ଭଲ କରିବାକୁ ଏହି ନୂଆ ଫିଚର ତିଆରି କରାଯିବ। ବିଶେଷ କରି ଏହି ଫିଚର ସେମାନଙ୍କ ପାଇଁ ଫାଇଦା ଦେବ ଯେଉଁମାନେ ତାଙ୍କ ପୋଷ୍ଟରେ କମ୍ ଲାଇକ୍ ମିଳିବାରୁ କିଛି ପୋଷ୍ଟ କରିବାକୁ ଚାହାଁନ୍ତି ନାହିଁ କିମ୍ବା ଡିଲିଟ୍ କରିଦିଅନ୍ତି। ଫେସବୁକ୍ ଏଭଳି ୟୁଜରଙ୍କୁ ଏହି ନୂଆ ଫିଚର ଜରିଆରେ ଏକ ନୂଆ ଅନୁଭବ ଦେବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2018/11/facebook-1.jpg)