Advertisment

ଏବେ ଫେସବୁକରେ ଅନଲାଇନ୍ ସପିଂ

ନୂଆଦିଲ୍ଲୀ: ଫେସବୁକ ଏବେ ଅନଲାଇନ୍ ବିଜନେସକୁ ଗୁରୁତ୍ୱ ଦେବା ଆରମ୍ଭ କରିଛି। ଏଥିପାଇଁ ଅନଲାଇନ୍ ଇ-କମର୍ସକୁ ଯୋଡ଼ିଛି ମାର୍କ ଜୁକରବର୍ଗଙ୍କ କମ୍ପାନୀ ଫେସବୁକ୍। ସୋଶାଲ ମିଡିଆ ଫେସବୁକରେ ଲୋକମାନେ ଅଧିକ ସଂଯୋଗ ହୋଇ ରହୁଛନ୍ତି। ତେଣୁ ଏହି ସମୟରେ ସମାନ୍ତରାଳ ଭାବରେ ଅନଲାଇନ୍ ସପିଂ ପାଇଁ ସୁବିଧା ଦେବାକୁ ଯାଇ ‘ସପ୍ସ’ ଫିଚର ଯୋଡ଼ିଛି ଫେସବୁକ ଏବଂ ଇନଷ୍ଚାଗ୍ରାମ୍। ଏହି ସପ୍ସକୁ ଜଣେ ଫେସବୁକ ବ୍ୟବହାରକାରୀ ନିଜ ଇଚ୍ଛାମୁତବକ ସେଟିଂ କରି ପାରିବ। ଏହାଦ୍ୱାରା ସଂପୃକ୍ତ ବ୍ୟକ୍ତି […]

ଅଦ୍ୟତନ ହୋଇଛି
ଏବେ ଫେସବୁକରେ ଅନଲାଇନ୍ ସପିଂ

facebook shops

Advertisment

ନୂଆଦିଲ୍ଲୀ: ଫେସବୁକ ଏବେ ଅନଲାଇନ୍ ବିଜନେସକୁ ଗୁରୁତ୍ୱ ଦେବା ଆରମ୍ଭ କରିଛି। ଏଥିପାଇଁ ଅନଲାଇନ୍ ଇ-କମର୍ସକୁ ଯୋଡ଼ିଛି ମାର୍କ ଜୁକରବର୍ଗଙ୍କ କମ୍ପାନୀ ଫେସବୁକ୍। ସୋଶାଲ ମିଡିଆ ଫେସବୁକରେ ଲୋକମାନେ ଅଧିକ ସଂଯୋଗ ହୋଇ ରହୁଛନ୍ତି। ତେଣୁ ଏହି ସମୟରେ ସମାନ୍ତରାଳ ଭାବରେ ଅନଲାଇନ୍ ସପିଂ ପାଇଁ ସୁବିଧା ଦେବାକୁ ଯାଇ 'ସପ୍ସ' ଫିଚର ଯୋଡ଼ିଛି ଫେସବୁକ ଏବଂ ଇନଷ୍ଚାଗ୍ରାମ୍। ଏହି ସପ୍ସକୁ ଜଣେ ଫେସବୁକ ବ୍ୟବହାରକାରୀ ନିଜ ଇଚ୍ଛାମୁତବକ ସେଟିଂ କରି ପାରିବ। ଏହାଦ୍ୱାରା ସଂପୃକ୍ତ ବ୍ୟକ୍ତି ରୁଚି ରଖୁଥିବା ଜିନିଷ ଉପରେ ନୋଟିଫିକେସନ ପାଇପାରିବେ।

Advertisment

ଏହି ସପ୍ସ ଫିଚର ଶୁଭାରମ୍ଭ ଅବସରରେ ଫେସବୁକର ପ୍ରଡକ୍ଚ ମ୍ୟାନେଜମେଣ୍ଟ ଡିରେକ୍ଟର ଜାର୍ଜ ଲି କଗିଛନ୍ତି, ଆମର ପ୍ରାଥମିକତା ଏମଏସଏମଇ ଉପରେ ରହିଛି। ଏମଏସଏମଇ ଉତ୍ପାଦକୁ ଅନଲାଇନ୍ ଜରିଆରେ ଆଣି କମ୍ପାନୀ ମାନଙ୍କୁ ଉଦ୍ଧାର କରିବାକୁ ଲକ୍ଷ୍ୟ ରଖାଯାଇଛି।

କରୋନା ଭାଇରସ ପାଇଁ ଆମେରିକା ସର୍ବାଧିକ କ୍ଷତି ହୋଇଛି। ସାମାଜିକ ଦୂରତ୍ୱ ଏବଂ କରୋନା ଭୟରେ ଏବେ ଖୁଚୁରା ଦୋକାନ ବନ୍ଦ ରହିଛି। ଏହାଦ୍ୱାରା ଖୁଚୁରା ବ୍ୟବସାୟ ପ୍ରଭାବିତ ହୋଇଛି। କରୋନା ଭାଇରସ ପାଇଁ ଆମେରିକାରେ ତିନି କୋଟିରୁ ଅଧିକ ଲୋକ ବେରୋଜଗାରର ଶିକାର ହୋଇଥିବା ଜଣାପଡ଼ିଛି।

Advertisment

କେମିତି କାମ କରିବ ଫେସବୁକ ସପ୍ସ?

ସପ୍ସ ଜରିଆରେ ଫେସବୁକ ପେଜ୍ ଏବଂ ଇନଷ୍ଟାଗ୍ରାମ୍ ପ୍ରୋଫାଇଲ୍ ଜରିଆରେ ଜଣେ ବ୍ୟବସାୟକୁ ବଢ଼ାଇପାରିବ। ଏହାବାଦ ଜଣେ ବ୍ୟବସାୟ ଷ୍ଟୋରକୁ ନେଇ ବିଜ୍ଞାପନ ଜରିଆରେ ଲୋକଙ୍କ ପାଖରେ ପହଞ୍ଚିପାରିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe