Advertisment

ଜୁଲାଇ ୨୩ରେ କେନ୍ଦ୍ର ବଜେଟ

୨୦୨୪-୨୫ ବର୍ଷ ପାଇଁ ଆସିବ ପୂର୍ଣ୍ଣ ଆର୍ଥିକ ବଜେଟ।

ଅଦ୍ୟତନ ହୋଇଛି
Nirmala Sitharaman

Nirmala Sitharaman

Advertisment

ଜୁଲାଇ ୨୩ରେ ଉପସ୍ଥାପନ ହେବ କେନ୍ଦ୍ର ବଜେଟ। ୨୦୨୪-୨୫ ବର୍ଷ ପାଇଁ ଆସିବ ପୂର୍ଣ୍ଣ ଆର୍ଥିକ ବଜେଟ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିବେ।

Advertisment

ଏନେଇ ସଂସଦୀୟ ମନ୍ତ୍ରୀ କିରଣ ରିଜିଜୁ ସୂଚନା ଦେଇଛନ୍ତି। ମୋଦି ସରକାରଙ୍କ ତୃତୀୟ ପାଳିର ଏହା ହେବ ପ୍ରଥମ ବଜେଟ ଅଧିବେଶନ। ଏହା ପୂର୍ବରୁ ଦ୍ୱିତୀୟ ପାଳିର ଅନ୍ତିମ କାମଚଳା ବଜେଟ ଫେବ୍ରୁଆରୀରେ ବସିଥିଲା। 

ଏକ୍ସ ପୋଷ୍ଟରେ ରିଜିଜୁ କହିଛନ୍ତି ଯେ, ଆସନ୍ତା ୨୩ରୁ କେନ୍ଦ୍ରର ପୂର୍ଣ୍ଣ ଆର୍ଥିକ ବଜେଟ୍ ଉପସ୍ଥାପନ ହେବ। ଏହାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଜୁଲାଇ ୨୨ରୁ ସଂସଦ ଅଧିବେଶନ ଆରମ୍ଭ ହେବ ଏବଂ ଅଗଷ୍ଟ ୧୨ ପର୍ଯ୍ୟନ୍ତ ଚାଲିବ। 

Advertisment

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଷ୍ଟାଦଶ ଲୋକସଭାର ପ୍ରଥମ ବଜେଟ ଉପସ୍ଥାପନ କରିବେ। ଏହା ସାଙ୍ଗକୁ ସେ ମଧ୍ୟ କ୍ରମାଗତ ଭାବେ ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କରିବେ। ଏପରି କରିବାରେ ସୀତାରମଣ ପୂର୍ବତନ ଅର୍ଥମନ୍ତ୍ରୀ ମୋରାର୍ଜି ଦେସାଇଙ୍କ ରେକର୍ଡ ଭାଙ୍ଗି ପ୍ରଥମ ଭାରତୀୟ ଅର୍ଥମନ୍ତ୍ରୀ ହେବେ। 

Finance Minister Union Budget
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe