Advertisment

ଓଡ଼ିଶାରେ ମୁଦ୍ରାସ୍ଫୀତି ଦେଶରେ ସର୍ବାଧିକ, ସହର ଅପେକ୍ଷା ଗାଁରେ ଦର ବେଶି

ମାର୍ଚ୍ଚ ମାସରେ ଅନ୍ୟ ଅଞ୍ଚଳ ତୁଳନାରେ ଓଡ଼ିଶାରେ ମୁଦ୍ରାସ୍ଫୀତି ହାର ସର୍ବାଧିକ ୭.୧% ରହିଥିଲା...

ଅଦ୍ୟତନ ହୋଇଛି
Fruits

Fruits

Advertisment

ଦେଶର ବିଭିନ୍ନ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ଓଡ଼ିଶାରେ ମୁଦ୍ରାସ୍ଫୀତି ହାର ସର୍ବାଧିକ। ରିପୋର୍ଟ ଅନୁସାରେ, ମାର୍ଚ୍ଚ ମାସରେ ଅନ୍ୟ ଅଞ୍ଚଳ ତୁଳନାରେ ଓଡ଼ିଶାରେ ମୁଦ୍ରାସ୍ଫୀତି ହାର ସର୍ବାଧିକ ୭.୧% ରହିଥିଲା। ସବୁଠୁ ବଡ଼ କଥା ହେଉଛିକି ଓଡ଼ିଶାର ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ମୁଦ୍ରାସ୍ଫୀତି ହାର ବେଶି।

Advertisment

ଓଡ଼ିଶା ପରେ ଆସାମ ଏବଂ ହରିୟାଣା ୬.୧% ହାର ସହ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଦିଲ୍ଲୀରେ ସର୍ବନିମ୍ନ ହାର ରେକର୍ଡ କରାଯାଇଛି। ସେହିପରି ବିହାରରେ ୫.୭% ହାର ରେକର୍ଡ ହୋଇଥିବାବେଳେ ତେଲାଙ୍ଗାନାରେ ୫.୬% ହାର ରହିଛି। ଦିଲ୍ଲୀର ସର୍ବନିମ୍ନ ଖୁଚୁରା ମୁଦ୍ରାସ୍ଫୀତି ହାର ୨.୩%, ଉତ୍ତରାଖଣ୍ଡ ୩.୬%, ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ର ୩.୭% ଏବଂ ହିମାଚଳ ପ୍ରଦେଶ ୪.୧%ରେ ରହିଛି।

ଯଦି ଗ୍ରାମାଞ୍ଚଳ କଥା ଦେଖିବା, ତେବେ ଓଡ଼ିଶାର ଗ୍ରାମାଞ୍ଚଳରେ ମଧ୍ୟ ମୁଦ୍ରାସ୍ଫୀତି ହାର ସର୍ବାଧିକ ୭.୩% ରେକର୍ଡ ହୋଇଛି, ଯାହା ସହରାଞ୍ଚଳ ଅପେକ୍ଷା ଅଧିକ। ସେହିପରି ହରିୟାଣାର ଗ୍ରାମାଞ୍ଚଳରେ ମୁଦ୍ରାସ୍ଫୀତି ହାର ୭.୨% ସହ ଦ୍ୱିତୀୟ ସ୍ଥାନରେ ରହିଛି। 

Advertisment

ପୂର୍ବରୁ ପ୍ରକାଶ ପାଇଥିବା ତଥ୍ୟରୁ ଜଣାଯାଇଛି ଯେ, ପୂର୍ବ ପାଞ୍ଚ ମାସ ମଧ୍ୟରେ ଖାଦ୍ୟର ମୁଦ୍ରାସ୍ଫୀତି ମାର୍ଚ୍ଚରେ ୪.୯%କୁ ହ୍ରାସ ପାଇଛି, ଯାହା ଫେବୃଆରୀରେ ରେକର୍ଡ ହୋଇଥିବା ୫.୧% ଠାରୁ କମ୍। ତଥାପି ଓଡ଼ିଶାରେ ମୁଦ୍ରାସ୍ଫୀତି ହାର ସର୍ବାଧିକ ରେକର୍ଡ ହୋଇଛି। 

ମୁଦ୍ରାସ୍ଫୀତି ବୃଦ୍ଧି ପଛରେ ଅନେକ କାରଣ ରହିଛି। ଯୋଗାଣ ପରିଚାଳନା ଏବଂ ପାଣିପାଗ କାରଣରୁ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ମୁଦ୍ରାସ୍ଫୀତି ହାରରେ ପରିବର୍ତ୍ତନ ଦେଖାଯାଉଛି। ନିକଟ ଅତୀତରେ ଖୁଚୁରା ମୁଦ୍ରାସ୍ଫୀତି ହ୍ରାସ ପାଇଥିଲେ ବି ପନିପରିବା, ଡାଲି ଏବଂ କିଛି ଖାଦ୍ୟ ପଦାର୍ଥ ଉପରେ ଦର ଅଧିକ ରହିଛି।

ବିଶେଷଜ୍ଞମାନେ ଆକଳ କରୁଛନ୍ତି ଯେ, ଖାଦ୍ୟ ଏବଂ ପାନୀୟର ମୁଦ୍ରାସ୍ଫୀତି ହାର ପ୍ରାୟ ୭% ରହିବ ଏବଂ କେତେକ ସ୍ଥାନରେ ତାପମାତ୍ରା ବୃଦ୍ଧି ଏବଂ ପନିପରିବା ନଷ୍ଟ ହୋଇଯାଉଥିବା କାରଣରୁ ଦର ଅଧିକ ରହିପାରେ। ସେହିପରି ମଧ୍ୟପ୍ରାଚ୍ୟରେ ବିବାଦ ଲାଗି ରହିଥିବାରୁ ଆଗାମୀ ମାସରେ ବିଶ୍ୱରେ ଅଶୋଧିତ ତୈଳ ଦରରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିପାରେ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି।  

Inflation Food Price Business Highest Inflation
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe