Advertisment

ବିଶ୍ୱରେ ୫ ଜଣ ଧନୀଙ୍କ ଧନ ଦୁଇ ଗୁଣ ବଢ଼ିଛି, ୫୦୦ କୋଟି ଗରିବ ହୋଇଛନ୍ତି!

କୋଭିଡ ମହାମାରୀ ପରଠୁଁ ଅର୍ଥାତ୍ ୨୦୨୦ ମସିହା ପରଠାରୁ ବିଶ୍ୱର ପାଞ୍ଚ ଜଣ ଅରବପତିଙ୍କ ସମ୍ପତ୍ତି ଦ୍ୱିଗୁଣିତ ହୋଇଯାଇଛି, ମାତ୍ର ଏପରି ସମୟରେ ଶହ ଶହ କୋଟି ଲୋକ ଅଧିକ ଗରିବ ହୋଇଛନ୍ତି।

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

ବିଶ୍ୱରେ ଧନୀ ବ୍ୟକ୍ତି ଅଧିକ ଧନୀ ହୋଇଚାଲିଥିବା ବେଳେ ଗରିବ ଅଧିକ ଗରିବ ହୋଇ ରହିଯାଉଛି। ପୃଥିବୀର ମାତ୍ର ପାଞ୍ଚ ଜଣ ଧନୀ ବ୍ୟକ୍ତିଙ୍କ ଧନ ଦୁଇ ଗୁଣ ବଢ଼ିଥିବାବେଳେ ୫୦୦ କୋଟି ଲୋକ  ଅଧିକ ଗରିବ ହୋଇଯାଇଛନ୍ତି। ଏକଥା ଆମେ କହୁନୁ, ଅକ୍ସଫାମର "ଇନେକ୍ୱାଲିଟି ଇଙ୍କ୍‌" ବାର୍ଷିକ ରିପୋର୍ଟ ଏହା ଦର୍ଶାଇଛି। 

Advertisment

Oxfam ହେଉଛି ଏକ ଏନଜିଓ ସଂସ୍ଥା, ଯାହା ବିଶ୍ୱସ୍ତରରେ ଅର୍ଥନୈତିକ, ଦାରିଦ୍ର୍ୟ ଉପରେ ଆଲୋକପାତ କରେ। ୨୦୧୪ ମସିହା ପରଠାରୁ ଏହି ସଂସ୍ଥା ସଂଗ୍ରହ କରିଥିବା ତଥ୍ୟକୁ ବିଶ୍ୱ ଅର୍ଥନୈତିକ ଫୋରମ (WEF)ରେ ଉପସ୍ଥାପନ କରିଆସୁଛି, ଯାହା ବିଶ୍ୱର ଆର୍ଥିକ ଅସମାନତାକୁ ପ୍ରତିପାଦନ କରେ ଏବଂ ଆଗାମୀ ଭବିଷ୍ୟତ ପାଇଁ ବ୍ୟବସ୍ଥିତ ପରିବର୍ତ୍ତନ ଉପରେ ଦୃଷ୍ଟି ଆକର୍ଷଣ କରେ।

ନିକଟରେ ଅକ୍ସଫାମ ଏହାର "ଇନଇକ୍ୟାଲିଟି Inc." ରିପୋର୍ଟରେ ବିଶ୍ୱର ଅର୍ଥନୈତିକ ଏବଂ ଲିଙ୍ଗଗତ ଅସମାନତାକୁ ଦର୍ଶାଇଛି। ଏହାର ରିପୋର୍ଟରେ ଦର୍ଶାଯାଇଛି ଯେ, କୋଭିଡ ମହାମାରୀ ଅର୍ଥାତ୍ ୨୦୨୦ ମସିହା ପରଠାରୁ ବିଶ୍ୱର ପାଞ୍ଚ ଜଣ ଅରବପତିଙ୍କ ସମ୍ପତ୍ତି ଦ୍ୱିଗୁଣିତ ହୋଇଯାଇଛି, ମାତ୍ର ଏପରି ସମୟରେ ଶହ ଶହ କୋଟି ଲୋକ ଗରିବ ହୋଇ ରହିଯାଇଛନ୍ତି। 

Advertisment

ଏହି ତାଲିକାରେ କର୍ପୋରେଟ ଏବଂ ବିଶ୍ୱର ଟପ୍ ଟେନ୍ ଧନୀଙ୍କ ମଧ୍ୟରେ ସାତ ଜଣ ବଡ଼ ବଡ଼ କମ୍ପାନୀର ସିଇଓ କିମ୍ବା ଶେୟାରହୋଲ୍ଡର ଅଛନ୍ତି।

ଶ୍ରେଷ୍ଠ ପାଞ୍ଚ ଅରବପତିଙ୍କ ଧନ ବୃଦ୍ଧି 
ବିଶ୍ୱର ଆର୍ଥିକ ଅସମାନତା ଦୃଷ୍ଟିରୁ ପୃଥିବୀର ଶ୍ରେଷ୍ଠ ପାଞ୍ଚ ଜଣ ଧନୀ ବ୍ୟକ୍ତିଙ୍କ ସମ୍ପତ୍ତି ବୃଦ୍ଧି ହୋଇଥିବା ଏହି ରିପୋର୍ଟ ଦର୍ଶାଯାଇଛି। ୨୦୨୦ ପରଠାରୁ ଦୁନିଆର ପାଞ୍ଚ ଜଣ ଧନୀ ବ୍ୟକ୍ତିଙ୍କ ଅର୍ଥ ଦ୍ୱିଗୁଣିତ ହୋଇ ୮୬,୯୦୦ କୋଟି ଡ଼ଲାରରେ ପହଞ୍ଚିଛି। ଏହି ତାଲିକାରେ ଟେସଲା ଏବଂ ସ୍ପେସ୍ ଏକ୍ସ ସିଇଓ ଏଲନ୍ ମସ୍କଙ୍କ ଭଳି ହାଇ-ପ୍ରୋଫାଇଲ୍ ଧନୀ ଅଛନ୍ତି।

ସେମାନଙ୍କ ମଧ୍ୟରୁ ଲୁଇ ଭ୍ୟୁଟନ୍ ମୋଏଟ୍ ହେନେସି (LVMH)ର ମାଲିକ ବର୍ନାର୍ଡ ଆର୍ନଲ୍ଟ ଏବଂ ତାଙ୍କ ପରିବାର, ଆମାଜନ୍ ସିଇଓ ଜେଫ୍ ବେଜୋସ୍, ଓରାକଲ୍ ପ୍ରତିଷ୍ଠାତା ଲ୍ୟାରି ଏଲିସନ ଏବଂ ୱାରେନ୍ ବଫେଟ୍, ସିଇଓ ତଥା ନିବେଶ ସଂସ୍ଥାର ମାଲିକ ବେର୍କଶୈର୍ ହଥୱେ ଅଛନ୍ତି। ସମଗ୍ର ବିଶ୍ୱ ମହାମାରୀର ସଙ୍କଟରେ ଗତି କରୁଥିବାବେଳେ ସେମାନଙ୍କ ସମ୍ପତ୍ତି ଗତ ତିନିବର୍ଷ ମଧ୍ୟରେ ୧୧୪% ଅର୍ଥାତ ୪୬,୪୦୦ କୋଟି ଡଲାର ବୃଦ୍ଧି ପାଇଛି।

ବିଶ୍ୱର ଦାରିଦ୍ର ଏବଂ ଅସମାନତା
"Inequality Inc." ର ଅନ୍ୟ ଏକ ପ୍ରମୁଖ ସନ୍ଧାନ ବିଶ୍ୱର ଉତ୍ତର ଏବଂ ଅନ୍ୟ ଅଂଶରେ ରହୁଥିବା ଅଧିବାସୀଙ୍କ ମଧ୍ୟରେ ଆର୍ଥିକ କ୍ଷେତ୍ରରେ ଅସମାନତା ଥିବା ଦର୍ଶାଇଛି। ଏହାର ରିପୋର୍ଟେର ଦର୍ଶାଯାଇଛି ଯେ, ବିଶ୍ୱର ଉତ୍ତର ଭାଗରେ ବିଶେଷ କରି ଉତ୍ତର ଆମେରିକା ଏବଂ ପଶ୍ଚିମ ୟୁରୋପରେ ସର୍ବାଧିକ ଧନୀ ଶ୍ରେଣୀର ଲୋକ ରହୁଛନ୍ତି।

ଏଠାରେ ବିଶ୍ୱର ମାତ୍ର ୨୦.୬ ପ୍ରତିଶତ ଲୋକ ଥାଇ ମଧ୍ୟ ମାନବ ବିକାଶ ଏବଂ ଶିଳ୍ପାୟନ କ୍ଷେତ୍ରରେ ଅଧିକ ଧନୀ ଶ୍ରେଣୀ ଅଛନ୍ତି। ଏହି ଲୋକମାନେ ବିଶ୍ୱର ଧନ ସମ୍ପତ୍ତିର ୬୯.୩%ର ଅଧିକାରୀ ହୋଇଛନ୍ତି। ବିଶ୍ୱର ୬୫୩ ବିଲିଓନେୟର ବା ଅରବପତି ଏହି ଅଞ୍ଚଳ ବା ଗ୍ଲୋବାଲ୍ ନର୍ଥରେ ବସବାସ କରୁଛନ୍ତି। ଅଥଚ ବିଶ୍ୱର ମୋଟ ଜନସଂଖ୍ୟାର ୭୯.୪% ଅବଶିଷ୍ଟ ୩୦.୭% ଧନର ମାଲିକ ଅଛନ୍ତି।  

ଲିଙ୍ଗଗତ ପାର୍ଥକ୍ୟ
ବିଶ୍ୱର ଜନସଂଖ୍ୟାର ପ୍ରାୟ ଅର୍ଦ୍ଧେକ ମହିଳା ଥିବାବେଳେ ବ୍ୟବସାୟ ନେତୃତ୍ୱ ଉପରେ ସେମାନଙ୍କର ସେତେଟା ପ୍ରଭାବ ନାହିଁ। ବିଶ୍ୱବ୍ୟାପୀ କେବଳ ୩୩% ବ୍ୟବସାୟ ମହିଳାଙ୍କ ହାତରେ ରହିଛି। ଏହି ଡାଟା ବ୍ୟବସାୟ କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣର ଏକ ବଡ଼ ପାର୍ଥକ୍ୟକୁ ସୂଚାଉଛି। କାରଣ ପୂର୍ବ ଏସିଆ ଏବଂ ପ୍ରଶାନ୍ତ ମହାସାଗରରେ (୪୭% ମହିଳା ଅଂଶ) ଥିବାବେଳେ ୟୁରୋପ ଏବଂ ମଧ୍ୟ ଏସିଆ (୩୩%) ରହିଛି। ସେହିପରି ଦକ୍ଷିଣ ଏସିଆରେ ସବୁଠାରୁ ଅସନ୍ତୁଳନ ଦେଖାଯାଉଛି, ଯେଉଁଠାରେ ବ୍ୟବସାୟ ନେତୃତ୍ୱ କ୍ଷେତ୍ରରେ କେବଳ ୧୮% ମହିଳାଙ୍କ ଅଂଶ ରହିଛି। 

World Billionaires Economy World Economy World Richest Person Oxfam Report