Advertisment

ଲ୍ୟାପଟପ୍‌ ଓ ଟ୍ୟାବଲେଟ୍‌ ଆମଦାନୀ ଉପରେ କଟକଣା ଲଗାଇଲେ କେନ୍ଦ୍ର ସରକାର

ନୂଆ କଟକଣାର ଅର୍ଥ ଏଣିକି ଲ୍ୟାପଟପ, ଟ୍ୟାବଲେଟ କିମ୍ବା ପିସି ଆମଦାନୀ କରିବା ପାଇଁ ବୈଧ ଲାଇସେନ୍ସ ଦେଖାଇବାକୁ ପଡ଼ିବ। ସେହିପରି ଆମଦାନୀ ପୂର୍ବରୁ ସରକାରଙ୍କ ଅନୁମତି ମଧ୍ୟ ନେବାକୁ ହେବ।

Laptop

Laptop

Advertisment

କେନ୍ଦ୍ର ସରକାର ବିଦେଶରୁ ଆମଦାନୀ ହେଉଥିବା ଲ୍ୟାପଟପ, ଟ୍ୟାବଲେଟ ଓ ପର୍ସନାଲ କମ୍ପ୍ୟୁଟର ଉପରେ କଟକଣା ଲଗାଇ ଦେଇଛନ୍ତି। ତତ୍କାଳ ଭାବେ ଏହି କଟକଣା ଲାଗୁ କରାଯିବ। ସ୍ଥାନୀୟ ଜିନିଷ ଓ କମ୍ପାନୀକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ସରକାର ଏପରି ପଦକ୍ଷେପ ନେଇଥିବା କୁହାଯାଉଛି।

Advertisment

ନୂଆ କଟକଣାର ଅର୍ଥ ଏଣିକି ଲ୍ୟାପଟପ, ଟ୍ୟାବଲେଟ କିମ୍ବା ପିସି ଆମଦାନୀ କରିବା ପାଇଁ ବୈଧ ଲାଇସେନ୍ସ ଦେଖାଇବାକୁ ପଡ଼ିବ। ସେହିପରି ଆମଦାନୀ ପୂର୍ବରୁ ସରକାରଙ୍କ ଅନୁମତି ମଧ୍ୟ ନେବାକୁ ହେବ।

ବିଦେଶ ବ୍ୟାପାର ମହାନିର୍ଦ୍ଦେଶାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ୨୦ଟି ଜିନିଷ ଆମଦାନୀ ପାଇଁ ଏବେ ଲାଇସେନ୍ସ ପ୍ରଦାନ କରାଯିବ। ଏହାପରେ କେବଳ ବୈଧ ଲାଇସେନ୍ସ ଓ ସ୍ୱତନ୍ତ୍ର ଅନୁମତି ଦ୍ୱାରା ହିଁ ଆମଦାନୀ ହୋଇପାରିବ।

Advertisment

ଏପରି ନିଷ୍ପତ୍ତି ଦ୍ୱାରା ଚାଇନା ଭଳି ଦେଶରୁ ହେଉଥିବା ଆମଦାନୀ ପରିମାଣ ହ୍ରାସ ପାଇବ। ବିଦେଶରୁ ଆସୁଥିବା ଜିନିଷ ଯଦି ଏଠାରେ ଉତ୍ପାଦନ ହେବ, ତା’ହେଲେ ଭାରତର ଅର୍ଥନୀତିକୁ ଏହା ବଳ ଯୋଗାଇବ। ଦେଶରେ ଉତ୍ପାଦନ ହେଲେ ଲୋକଙ୍କୁ ନିଯୁକ୍ତି ମିଳିତ ଓ ଏହା ଜିଡିପିକୁ ମଧ୍ୟ ମଜବୁତ କରିବାରେ ସହାୟକ ହେବ।

ତେଣୁ ଲ୍ୟାପଟପ, ଟ୍ୟାବଲେଟ, ଅଲ ଇନ ୱାନ ପର୍ସନାଲ କମ୍ପ୍ୟୁଟର ଓ ସର୍ଭରର ଆମଦାନୀ ଉପରେ ତତ୍କାଳ ପ୍ରଭାବରେ କଟକଣା ଲାଗୁ କରାଯାଉଛି। କିଛି ସୁକ୍ଷ୍ମ କମ୍ପ୍ୟୁଟର, ବଡ଼ କମ୍ପ୍ୟୁଟର ଓ ଡାଟା ପ୍ରୋସେସିଂ ମେସିନାରୀ ଆମଦାନୀ ଉପରେ ମଧ୍ୟ ସରକାର କଟକଣା ଲଗାଇଛନ୍ତି।

ସରକାରଙ୍କ ଏପରି ନିଷ୍ପତ୍ତି ଭାରତକୁ ରପ୍ତାନୀ କରୁଥିବା ରାଷ୍ଟ୍ରଗୁଡ଼ିକୁ ଶକ୍ତ ଝଟକା ସଦୃଶ ହୋଇଛି। କାରଣ ଏପ୍ରିଲ-ଜୁନ କ୍ୱାର୍ଟର୍‌ରେ ବୈଦ୍ୟୁତିକ ଉପକରଣର ଆମଦାନୀ ପରିମାଣ ୧୯.୭ ବିଲିୟନର ଡଲାର ରହିଥିଲା। ଗତବର୍ଷ ତୁଳନାରେ ଏହା ୬.୨୫% ଅଧିକ। ତେଣୁ ଏବେ ଏତେ ପରିମାଣର ଟଙ୍କା ଆଉ ବିଦେଶ ଯିବନି। ଭାରତରେ ହିଁ ସବୁ ଜିନିଷ ଉତ୍ପାଦନ ହେବ।

ଅନ୍ୟପକ୍ଷରେ ଭାରତରେ ବ୍ୟବସାୟ କରୁଥିବା ଡେଲ, ଆସେର, ସାମସଙ୍ଗ, ପାନାସୋନିକ, ଆପଲ, ଲେନୋଭୋ ଓ ଏଚ୍‌ପି କମ୍ପାନୀଗୁଡ଼ିକ ପାଇଁ ଏପରି ନିଷ୍ପତ୍ତି ଚ୍ୟାଲେଞ୍ଜ ସୃଷ୍ଟି କରିପାରେ। କାରଣ ଏହିସବୁ ବଡ଼ କମ୍ପାନୀଗୁଡ଼ିକ ଆମାଦୀ ଉପରେ ହିଁ ନର୍ଭର କରି ଥାନ୍ତି। ଗ୍ରାହକଙ୍କ ଚାହିଦା ମେଣ୍ଟାଇବା ପାଇଁ ସେମାନେ ଚାଇନା ଭଳି ଦେଶରୁ ଆମଦାନୀ କରନ୍ତି।

Business Updates
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe