Advertisment

ଉଷୁନା ଚାଉଳ ରପ୍ତାନୀ ଉପରେ ଲାଗିଲା ୨୦% ଅତିରିକ୍ତ ଶୁଳ୍କ

ଦେଶରେ ଉଷୁନା ଚାଉଳର ଦାମ ବୃଦ୍ଧି ପାଉଛି। ଜୁଲାଇରେ ଖାଦ୍ୟ ମୁଦ୍ରାସ୍ଫୀତି ରେକର୍ଡ ୧୧% ପହଞ୍ଚି। ଏଥିଯୋଗୁ ଖୁଚରା ମୁଦ୍ରାସ୍ଫୀତି ମଧ୍ୟ ୭.୪୪% ଛୁଇଁଛି।

parboiled rice

parboiled rice

Advertisment

ଉଷୁନା ଚାଉଳ ରପ୍ତାନୀ ଉପରେ କୌଣସି ପ୍ରକାରର କଟକଣା ଲାଗୁ କରିବାର ଯୋଜନା ନ ଥିବା କହି ୟୁ-ଟର୍ଣ୍ଣ ନେଇଛନ୍ତି ଭାରତ ସରକାର। ତତ୍କାଳ ଭାବେ ସରକାର ଉଷୁନା ଚାଉଳ ରପ୍ତାନୀ ଉପରେ ୨୦%ର ଅତିରିକ୍ତ ଶୁଳ୍କ ଲାଗୁ କରିଛନ୍ତି।

Advertisment

ଦେଶରେ ଉଷୁନା ଚାଉଳର ଦାମ ବୃଦ୍ଧି ପାଉଛି। ଜୁଲାଇରେ ଖାଦ୍ୟ ମୁଦ୍ରାସ୍ଫୀତି ରେକର୍ଡ ୧୧% ପହଞ୍ଚି। ଏଥିଯୋଗୁ ଖୁଚରା ମୁଦ୍ରାସ୍ଫୀତି ମଧ୍ୟ ୭.୪୪% ଛୁଇଁଛି। ଦରବୃଦ୍ଧି ଓ ମହଙ୍ଗା ମାଡ଼କୁ ଦୃଷ୍ଟିରେ ରଖି ସରକାର ଉଷୁନା ଚାଉଳ ରପ୍ତାନୀ ଉପରେ ଅତିରିକ୍ତ ଶୁଳ୍କ ଲଗାଇଥିବା କୁହାଯାଉଛି।

୨୦% ଅତିରିକ୍ତ ଶୁଳ୍କ ଲଗାଯିବାର ଅର୍ଥ ବିଦେଶ ରାଷ୍ଟ୍ରଗୁଡ଼ିକୁ ଏଣିକି ଅଧିକ ଟଙ୍କା ଦେଇ ଉଷୁନା ଚାଉଳ କିଣିବାକୁ ପଡ଼ିବ। ଫଳରେ ସେମାନେ ସେମାନଙ୍କ ଆମଦାନୀକୁ ସୀମିତ ରଖିବେ। ଏହାଦ୍ୱାରା ଭାରତରେ ଉଷୁନା ଚାଉଳ ଆବଶ୍ୟକ ମାତ୍ରାରେ ଉପଲବ୍ଧ ହେବ। ଦର ମଧ୍ୟ ନିୟନ୍ତ୍ରଣ ମଧ୍ୟରେ ରହିବ ବୋଲି ସରକାର ଆଶା ରଖିଛନ୍ତି। 

Advertisment

ଏହାପୂର୍ବରୁ ଭାରତ ସରକାର ଜୁଲାଇ ୨୦ରେ ଅରୁଆ ଚାଉଳ ରପ୍ତାନୀ ଉପରେ ରୋକ ଲଗାଇ ଦେଇଥିଲେ। ଫଳରେ ବିଶ୍ୱରେ ଏହାର ଦାମ ୧୨ ବର୍ଷ ମଧ୍ୟରେ ସବୁଠାରୁ ଅଧିକ ହୋଇଛି। ଏବେ ଉଷୁନା ଚାଉଳ ରପ୍ତାନୀ ଉପରେ ଅତିରିକ୍ତ ଶୁଳ୍କ ଲାଗି ଥିବାରୁ ବିଶ୍ୱ ସ୍ତରରେ ପୁଣି ଦରଦାମ ବୃଦ୍ଧି ପାଇବାର ଆଶଙ୍କା ରହିଛି।

ଶୁକ୍ରବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଯେ ମୁଦ୍ରାସ୍ଫୀତିକୁ ହ୍ରାସ କରିବା ସରକାରଙ୍କ ପ୍ରାଥମିକତା। ତାଙ୍କର ଏପରି ବୟାନ ପରେ ହିଁ ଉଷୁନା ଚାଉଳ ଉପରେ ଅତିରିକ୍ତ ଶୁଳ୍କ ଲାଗୁ କରାଯାଇଛି।

Inflation Rate Inflation Parboiled Rice
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe