Advertisment

ଜୁଲାଇରେ ଜିଏସ୍‌ଟି ଆଦାୟ ୧୧% ବଢ଼ି ୧.୬୫ ଲକ୍ଷ କୋଟିରେ ପହଞ୍ଚିଲା

ଜୁଲାଇ ମାସରେ ମୋଟ ୧,୬୫,୧୦୫ କୋଟି ଟଙ୍କା ଜିଏସଟି ବାବଦରୁ ମିଳିଛି। ଏହା ମଧ୍ୟରେ କେନ୍ଦ୍ରୀୟ ଜିଏସ୍‌ଟିର ପରିମାଣର ୨୯,୭୭୩ କୋଟି ଓ ରାଜ୍ୟ ଜିଏସଟିର ପରିମାଣ ୩୭,୬୨୩ କୋଟି ରହିଛି।

author-image
Hemant Lenka
GST

GST

ଦେଶରୁ ଜିଏସ୍‌ଟି ବାବଦରେ ଆଦାୟ ହେଉଥିବା ରାଜସ୍ୱ ସଂଗ୍ରହର ପରିମାଣ ବୃଦ୍ଧି ପାଇଛି। ଜୁଲାଇ ମାସରେ ସମଗ୍ର ଦେଶରୁ ୧,୬୫,୧୦୫ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ କରାଯାଇଛି। ଏହା ଗତବର୍ଷ ତୁଳନାରେ ୧୧% ଅଧିକ। ଏନେଇ ଆଜି ଅର୍ଥମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କ୍ରମାଗତ ୫ମଥର ପାଇଁ ଜିଏସ୍‌ଟି ସଂଗ୍ରହ ୧.୫୦ ଲକ୍ଷ କୋଟି ଉପରେ ରହିଛି। ୨୦୨୩ ଏପ୍ରିଲରେ ୧.୮୭ ଲକ୍ଷ କୋଟି ଟଙ୍କାର ଜିଏସଟି ସଂଗ୍ରହ ହୋଇଥିଲା। ଏହା ସର୍ବକାଳୀନ ରେକର୍ଡ ରହିଥିଲା। 

ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଜୁଲାଇ ମାସରେ ମୋଟ ୧,୬୫,୧୦୫ କୋଟି ଟଙ୍କା ଜିଏସଟି ବାବଦରୁ ମିଳିଛି। ଏହା ମଧ୍ୟରେ କେନ୍ଦ୍ରୀୟ ଜିଏସ୍‌ଟିର ପରିମାଣର ୨୯,୭୭୩ କୋଟି ଓ ରାଜ୍ୟ ଜିଏସଟିର ପରିମାଣ ୩୭,୬୨୩ କୋଟି ରହିଛି।

Advertisment

ସେହିପରି ଆଇଜିଏସ୍‌ଟି ବାବଦରେ ୮୫,୯୩୦ କୋଟି ମିଳିଛି। ଏହା ମଧ୍ୟରେ ଆମଦାନୀ ଦ୍ରବ୍ୟରୁ ମିଳିଥିବା ୪୧,୨୩୯ କୋଟି ଟଙ୍କା ମିଶିଛି। ଏହାବାଦ ସେସରୁ ୧୧,୭୭୯ କୋଟି ଟଙ୍କା ସଂଗ୍ରହ କରାଯାଇଛି।

ଜୁନ ମାସରେ ଜିଏସ୍‌ଟି ବାବଦରେ ୧,୬୧,୪୮୭ କୋଟି ଟଙ୍କା ମିଳିଥିଲା। ସେହିପରି ଏପ୍ରିଲ ମାସରେ ଏହା ରେକର୍ଡ ୧.୮୭ ଲକ୍ଷ କୋଟି ଛୁଇଁ ଥିଲା। ମେ’ ମାସରେ ଜିଏସ୍‌ଟି ଆଦାୟ ପରିମାଣ ୧,୫୭,୦୯୦ କୋଟି ଥିଲା।

ମନ୍ତ୍ରଣାଳୟ କହିଛି ଯେ ଘରୋଇ ନେଣଦେଣ(ଆମଦାଦୀ ସେବାକୁ ମିଶାଇ) ବାବଦରେ ମିଳିଥିବା ରାଜସ୍ୱ ଗତବର୍ଷ ଜୁଲାଇ ମାସ ତୁଳନାରେ ୧୫% ଅଧିକ।

GST