China
ଚାଇନା ସହ ସୀମା ବିବାଦ ଲାଗି ରହିଥିବା ବେଳେ ଦୁଇ ଦେଶ ବାରମ୍ବାର ପରସ୍ପରକୁ ନାଲି ଆଖି ଦେଖାଉଛନ୍ତି। ଭାରତ ସରକାର ଚାଇନାକୁ ଆର୍ଥିକ ସ୍ତରରେ ଦୁର୍ବଳ କରିବା ପାଇଁ ଏକାଧିକ ଆପ୍ ଓ ବ୍ୟବସାୟକୁ ବ୍ୟାନ କରିଛନ୍ତି। ହେଲେ ଭାରତର ଦ୍ୱାର ଚାଇନିଜ ପୁଞ୍ଜିନିବେଶ ପାଇଁ ଖୋଲା ରହିଥିବା କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିବା ପରେ ହଇଚଇ ସୃଷ୍ଟି ହୋଇଛି।
ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ରାଷ୍ଟ୍ରମନ୍ତ୍ରୀ ଚନ୍ଦ୍ରଶେଖର ଭଲ ଭାବେ ଚାଇନା ସହ ଭାରତର ସୀମା ବିବାଦ ଲାଗି ରହିଥିବା କଥା ଜାଣିଛନ୍ତି। ତଥାପି ସେ କହିଛନ୍ତି, “ଆମେ ବିଶ୍ୱର ଯେକୌଣସି କମ୍ପାନୀ ସହ ବ୍ୟବସାୟ କରିବାକୁ ରାଜି। ଉକ୍ତ କମ୍ପାନୀ ଯେଉଁଠାର ହୋଇଥିଲେ ବି ଯଦି ସେମାନେ ଭାରତରେ ନିବେଶ କରୁଛନ୍ତି ଓ ଭାରତର ଆଇନକାନୁନକୁ ମାନୁଛନ୍ତି, ତା’ହେଲେ କିଛି ବି ଅସୁବିଧା ନାହିଁ। ଚାଇନିଜ ସହ ସବୁ ଦେଶର ପୁଞ୍ଜିନିବେଶ ପାଇଁ ଭାରତର ଦ୍ୱାର ଖୋଲା ରହିଛି।” ଏନେଇ ଫାଇନାନ୍ସିଆଲ ଟାଇମ୍ସରେ ରିପୋର୍ଟ ପ୍ରକାଶ ପାଇଛି।
୨୦୨୦ ଗଲୱାନ ଘାଟି ସଂଘର୍ଷ ପରେ ଭାରତ ଓ ଚାଇନା ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଚରମ ସ୍ଥିତିରେ ପହଞ୍ଚିଛି। ଭାରତ ସରକାର ସୀମା ବିବାଦ ପାଇଁ ଜାତୀୟ ସୁରକ୍ଷାର ଦ୍ୱାହି ଦେଇ ଟିକଟକ ଠାରୁ ଆରମ୍ଭ କରି ୩୦୦ରୁ ଅଧିକ ଚାଇନିଜ ଆପକୁ ବ୍ୟାନ କରିଥିଲେ। ସେହିପରି ଭାରତରେ ପୁଞ୍ଜିନିବେଶ କରିଥିବା ଚାଇନିଜ କମ୍ପାନୀଗୁଡ଼ିକର ମଧ୍ୟ ଯାଞ୍ଚ କରୁଛନ୍ତି।
ଗତ ସପ୍ତାହରେ ଇକୋନୋମିକ୍ସ ଟାଇମ୍ସରେ ଖବର ପ୍ରକାଶ ପାଇଥିଲା ଯେ ଚାଇନିଜ ଅଟୋମେକର ବିୱାଡି କକର୍ପୋରେସନ ଭାରତରେ ୧ ବିଲୟନର ଡଲାରର ଫ୍ୟାକ୍ଟ୍ରୀ ଖୋଲିବାକୁ ପ୍ରସ୍ତାବ ଦେଇଥିଲା।
ହେଲେ ଭାରତ ସରକାର ସୁରକ୍ଷାର ଦୃଷ୍ଟିରୁ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ। ତେବେ ଫାଇନାନ୍ସିଆଲ ଟାଇମ୍ସ କହିଛି ଯେ ବିୱାଇଡର ଆବେଦନ ଏବେ ବି ଭାରତ ସରକାରଙ୍କ ପାଖରେ ପଡ଼ି ରହିଛି। ଏହାକୁ ସରକାର ପ୍ରତ୍ୟାଖ୍ୟାନ କରି ନାହାନ୍ତି। ଏସବୁ ଭିତରେ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ବୟାନ ସାମ୍ନାକୁ ଆସିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/China_1690383312.jpg)