Advertisment

ନିତା ଅମ୍ବାନୀଙ୍କ ଇସ୍ତଫା, ରିଲାଏନ୍ସ ବୋର୍ଡରେ ଈଶା, ଆକାଶ ଓ ଅନନ୍ତ

ନିତା ଅମ୍ବାନୀ ବୋର୍ଡ ଅଫ ଡିରେକ୍ଟର୍ସରୁ ଇସ୍ତଫା ଦେଇଥିଲେ ମଧ୍ୟ ବୋର୍ଡର ସମସ୍ତ ବୈଠକରେ ଯୋଗଦେବେ।

author-image
Hemant Lenka
Reliance

Reliance

ରିଲାଏନ୍ସକୁ ମିଳିବ ନୂଆ ନେତୃତ୍ୱ। କମ୍ପାନୀର ବୋର୍ଡ ଅଫ ଡିରେକ୍ଟର୍ସରୁ ଓହରି ଯାଇଛନ୍ତି ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପତ୍ନୀ ନିତା। ଏଥିସହ ସେ କମ୍ପାନୀର ବଡ଼ ପଦରେ ନିଜର ୩ ପିଲା ଈଶା, ଆକାଶ ଓ ଅନନ୍ତଙ୍କ ପ୍ରବେଶ ପାଇଁ ପଥ ପରିଷ୍କାର କରିଛନ୍ତି।

Advertisment

ଈଶା, ଆକାଶ ଓ ଅନନ୍ତ ରିଲାଏନ୍ସ ବୋର୍ଡରେ ସାମିଲ ହୋଇଛନ୍ତି। ସେମାନେ ପୂରା ରିଲାଏନ୍ସ ଗ୍ରୁପ୍‌ର ଅଣ କାର୍ଯ୍ୟନିର୍ବାହୀ ଡିରେକ୍ଟର୍ସ ଭାବେ ନିଯୁକ୍ତି ପାଇବେ। କାଗଜପତ୍ରରେ ସବୁ ପ୍ରକାରର ନିଯୁକ୍ତି ଶେଷ ହୋଇଥିବା ବେଳେ କେବଳ କମ୍ପାନୀର ଅଂଶିଦାରଙ୍କ ଅନୁମୋଦନର ଅପେକ୍ଷା ରହିଛି। ସୋମବାର କମ୍ପାନୀର ବାର୍ଷିକ ସାଧାରଣ ପରିଷଦ ବୈଠକ ବସିଥିବା ବେଳେ ଏଭଳି ପ୍ରସ୍ତାବ ସାମ୍ନାକୁ ଆସିଛି।

ମୁକେଶ ଅମ୍ବାନୀ ହେଉଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରୀ ଲିଃର ଅଧ୍ୟକ୍ଷ। ସେ ହିଁ ୩ ପିଲାଙ୍କୁ କମ୍ପାନୀ ବୋର୍ଡରେ ସାମିଲ କରିବାକୁ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି। ବିଗତ କିଛି ବର୍ଷ ହେଲାଣି ଅମ୍ବାନୀ ପରିବାରର ୩ ପିଲା ରିଟେଲ, ଡିଜିଟାଲ ସେବା, ଶକ୍ତି ଓ ବିଭିନ୍ନ ପ୍ରକାରର ବ୍ୟବସାୟରେ ଜଡ଼ିତ ହୋଇ ରହିଛନ୍ତି। ତେଣୁ ଏବେ ସେମାନଙ୍କ ପ୍ରମୋସନ ହେବ।

Advertisment

ଅନ୍ୟପକ୍ଷରେ ନିତା ଅମ୍ବାନୀ ବୋର୍ଡ ଅଫ ଡିରେକ୍ଟର୍ସରୁ ଇସ୍ତଫା ଦେଇଥିଲେ ମଧ୍ୟ ବୋର୍ଡର ସମସ୍ତ ବୈଠକରେ ଯୋଗଦେବେ। ସେ ସ୍ଥାୟୀ ନିମନ୍ତ୍ରିତ ଅତିଥି ଭାବେ ବୋର୍ଡ ସହ ଯୋଡ଼ି ହୋଇ ରହିବେ। ତାଙ୍କ ପରାମର୍ଶକୁ ବିଚାରକୁ ନେଇ କମ୍ପାନୀ କାମ କରିବ ବୋଲି ରିଲାଏନ୍ସ ତରଫରୁ ଜାରି ବିବୃତିରେ କୁହାଯାଇଛି।

ବିବୃତିରେ କୁହାଯାଇଛି ଯେ “ବୋର୍ଡ ଅଫ ଡିରେକ୍ଟର୍ସ ନିତା ଅମ୍ବାନୀଙ୍କ ଇସ୍ତଫାକୁ ଗ୍ରହଣ କରି ନେଇଛି। ବୋର୍ଡ ତାଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଉଛି।”

ମୁକେଶ ଅମ୍ବାନୀ ୨୦୨୧ରେ ପ୍ରଥମଥର ପାଇଁ ନିଜର ଉତ୍ତରାଧିକାରୀ ସମ୍ପର୍କରେ ମତ ରଖିଥିଲେ। ସେ ନିଜର ୩ ପିଲାଙ୍କ ପାଇଁ ୩ଟି ଭିନ୍ନ ରେଖା ଟାଣିଥିଲେ। ସେତେବେଳେ ନୂଆ ଶକ୍ତି ବ୍ୟବସାୟ ଅନନ୍ତଙ୍କୁ ମିଳିଥିଲା।

ଟେଲିକମ ଓ ଡିଜିଟାଲ ବ୍ୟବସାୟ ଆକାଶ ଓ ଈଶା ପାଇଥିଲେ। ଗତବର୍ଷ ମୁକେଶ ଅମ୍ବାନୀ ରିଲାଏନ୍ସ ଜିଓ ଇନଫୋକମ ଲିଃର ଦାୟିତ୍ୱ ଆକାଶଙ୍କୁ ଦେଇଥିଲା। ସେ ଜିଓ ପ୍ଲାଟଫର୍ମର ଅଧ୍ୟକ୍ଷ ମଧ୍ୟ ରହିଛନ୍ତି।

Reliance Mukesh Ambani