Advertisment

୩୦.୫୦ ଟଙ୍କା ହ୍ରାସ ପାଇଲା ଗ୍ୟାସ୍ ଦର

କ୍ରମାଗତ ୩ ମାସ ହେବ ଦର ବୃଦ୍ଧି ଧାରା ଉପରେ ଲାଗିଛି ବ୍ରେକ୍।

author-image
Debibandita Barick
Commercial Gas Cylinder

Commercial Gas Cylinder

ଶସ୍ତା ହେଲା ଏଲପିଜି ଗ୍ୟାସ ଦର। କ୍ରମାଗତ ୩ ମାସ ହେବ ଦର ବୃଦ୍ଧି ଧାରା ଉପରେ ଲାଗିଛି ବ୍ରେକ୍। ସିଲିଣ୍ଡର ପିଛା ୩୦.୫୦ ଟଙ୍କା ହ୍ରାସ ପାଇଛି। ଏହି ଦର ଏପ୍ରିଲ ପହିଲା ଅର୍ଥାତ୍ ଆଜିଠାରୁ ଲାଗୁ ହେବ। ଏହି ଦର ହ୍ରାସ କେବଳ କମର୍ସିଆଲ(ବାଣିଜ୍ୟିକ) ସିଲିଣ୍ଡର ଉପରେ କରାଯାଇଛି।

Advertisment

ମାର୍ଚ୍ଚ ପୂର୍ବରୁ ସିଲିଣ୍ଡର ପିଛା ମୂଲ୍ୟ ୨୫.୫୦ ଟଙ୍କା ବୃଦ୍ଧି ପାଇଥିଲା। ଏଥି ସହିତ ଫେବୃଆରୀରେ ୧୪ ଟଙ୍କା ଏବଂ ଜାନୁଆରୀରେ ୧.୫୦ ଟଙ୍କା ବୃଦ୍ଧି ଘଟିଥିଲା। ବର୍ତ୍ତମାନ ୧୯ କେଜି କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର ହ୍ରାସ କରାଯାଇଛି। ତେବେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। 

କେଉଁଠାରେ ଗ୍ୟାସ ସିଲିଣ୍ଡର ଶସ୍ତା ହେଲା?
ଦିଲ୍ଲୀରେ ଗ୍ୟାସ ସିଲିଣ୍ଡର ଦର ୩୦.୫୦ ଟଙ୍କା ହ୍ରାସ ପାଇବା ପରେ ବର୍ତ୍ତମାନ ମୂଲ୍ୟ ୧୭୬୪.୫୦ ଟଙ୍କା ରହିଛି।
କୋଲକାତାରେ ୩୨ ଟଙ୍କା ହ୍ରାସ ପାଇବା ପରେ ୧୮୭୯ ଟଙ୍କା ହୋଇଛି।
ମୁମ୍ବାଇରେ ୩୧.୫୦ ଟଙ୍କା ହ୍ରାସ ସହ ବର୍ତ୍ତମାନର ମୂଲ୍ୟ ୧୭୧୭.୫୦ ଟଙ୍କା ରହିଛି।
ଚେନ୍ନାଇରେ ସିଲିଣ୍ଡର ମୂଲ୍ୟ ୩୦.୫୦ ଟଙ୍କା ହ୍ରାସ ପାଇବା ପରେ ୧୯୩୦.୦୦ ଟଙ୍କା ରହିଛି।

Advertisment

ଘରୋଇ ଗ୍ୟାସ ସିଲିଣ୍ଡରର ଦର ଅପରିବର୍ତ୍ତିତ ରହିଛି
ଯଦି ଆମେ ଘରୋଇ LPG ସିଲିଣ୍ଡର ଦର କଥା କହିବା, ତେବେ ଏଥିରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ୧୪.୨ କେଜି ଘରୋଇ ଗ୍ୟାସ ସିଲିଣ୍ଡର ଦର ସମାନ ରହିଛି। ଦିଲ୍ଲୀରେ ସିଲଣ୍ଡର ପିଛା ମୂଲ୍ୟ ୮୦୩ ଟଙ୍କା, କୋଲକାତାରେ ୮୨୯ ଟଙ୍କା, ମୁମ୍ବାଇରେ ୮୦୨.୫୦ ଟଙ୍କା ଏବଂ ଚେନ୍ନାଇରେ ୮୧୮.୫୦ ଟଙ୍କା ରହିଛି। 

Gas Price LPG Price Cut Commercial Gas