Advertisment

ଗୋଟିଏ ସଂସ୍ଥାରେ ମିଶିବେ ଦେଶର ଦୁଇ ବଡ଼ ଷ୍ଟକ ଏକ୍ସଚେଞ୍ଜ

ଏହି ମିଶ୍ରଣ ପ୍ରକ୍ରିୟା ଏକ ପ୍ରକାରର ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ଯାଇଛି। ଉଭୟ ସଂସ୍ଥା ଏନେଇ ଚଳିତ ମାସ ଶେଷ ଭାଗରେ ନ୍ୟାଶନାଲ କମ୍ପାନୀ ଲ’ ଟ୍ରିବ୍ୟୁନାଲ(ଏନସିଏଲଟି) ନିକଟରେ ଆବେଦନ ଦାଖଲ କରିବେ ବୋଲି ସେବି ସୂତ୍ରରୁ ଜଣାପଡ଼ିଛି।

BSE

BSE

Advertisment

ଦେଶର ଦୁଇ ବଡ଼ ସଂସ୍ଥା ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ(ଏନଏସ୍‌ଇ) ଓ ବମ୍ବେ ଷ୍ଟକ ଏକ୍ସଚେଞ୍ଜ(ବିଏସ୍‌ଇ) ଏକାଠି ହେବେ। ଏନଏସଇ ଓ ବିଏସ୍‌ଇ ମିଳିତ ଭାବେ ଗୁଜରାଟ ଇଣ୍ଟରନ୍ୟାଶନାଲ ଫାଇନାନ୍ସ ଟେକ ସିଟି(ଜିଆଇଏଫଟି ସିଟି)ରେ ଲୀନ ହେବେ।

Advertisment

ଏହି ମିଶ୍ରଣ ପ୍ରକ୍ରିୟା ଏକ ପ୍ରକାରର ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ଯାଇଛି। ଉଭୟ ସଂସ୍ଥା ଏନେଇ ଚଳିତ ମାସ ଶେଷ ଭାଗରେ ନ୍ୟାଶନାଲ କମ୍ପାନୀ ଲ’ ଟ୍ରିବ୍ୟୁନାଲ(ଏନସିଏଲଟି) ନିକଟରେ ଆବେଦନ ଦାଖଲ କରିବେ ବୋଲି ସେବି ସୂତ୍ରରୁ ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଏନଏସ୍‌ଇ ଓ ବିଏସ୍‌ଇର ମିଶ୍ରଣ ପ୍ରସ୍ତାବକୁ ଉଭୟ ସଂସ୍ଥାର ବୋର୍ଡ ଅନୁମତି ଦେଇଛନ୍ତି। ଏକଦା ଦୁଇ ବଡ଼ ଷ୍ଟକ ଏକ୍ସଚେଞ୍ଜ ଚୀରପ୍ରତିଦ୍ୱନ୍ଦ୍ୱୀ ଭାବେ କାମ କରୁଥିଲେ। କିନ୍ତୁ ଏବେ ଉଭୟ ଏକାଠି ହୋଇ ଗୁଜରାଟ ଇଣ୍ଟରନ୍ୟାଶନାଲ ଫାଇନାନ୍ସ ଟେକ ସିଟି(ଜିଆଇଏଫଟି ସିଟି)ରେ ଲୀନ ହେବେ। ଏଥିପାଇଁ ସରକାରୀ ସ୍ତରରେ ମଧ୍ୟସ୍ଥତା କରାଯାଇଥିବା ମଧ୍ୟ ଜଣାପଡ଼ିଛି।

Advertisment

ବିଏସଇ ପ୍ରାୟ ୨୨୫ କୋଟି ଟଙ୍କା ଇଣ୍ଡିଆ ଆଇଏନଏକ୍ସରେ ନିବେଶ କରିଛି। ତେବେ ଏନଏସଇ ମିଶ୍ରଣ ବେଳେ ଅଧିକ ଶେୟାର ପାଇବ। ଉଭୟ ଇଣ୍ଡିଆ ଆଇଏନଏକ୍ସ ଓ ଏନଏସ୍‌ଇ ଆଇଏଫଏସ୍‌ସି ୨୦୧୭ରୁ ତାଙ୍କ କାର୍ଯ୍ୟ ଆରମ୍ଭ କରିଛି।

Business Updates
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe