କେନ୍ଦ୍ରୀୟ ଅନୁଦାନକୁ ରାଜ୍ୟ ଅନୁଦାନରେ ମିଶାଇ ଅନେକ ସମୟରେ ରାଜ୍ୟ ବାହାବା ନିଏ ବୋଲି ଅଭିଯୋଗ ହୁଏ। ତେବେ ଏଭଳି ଏକ ଅଭିଯୋଗର ସତ୍ୟତାକୁ ଏବେ ଧରିଛନ୍ତି ସିଏଜି। ନିକଟରେ ସିଏଜି ବିଧାନସଭାରେ ଉପସ୍ଥାପନ କରିଥିବା ସ୍ଥାନୀୟ ପଂଚାୟତିରାଜ ଅନୁଷ୍ଠାନ ଓ ପୌର ସଂସ୍ଥାଗୁଡ଼ିକର ଅଡିଟ କରିବା ବେଳେ ଏହା ପଦାକୁ ଆସିଛି। ନମୁନା ରୂପେ ୯ଟି ପୌର ସଂସ୍ଥାର ଅନୁପାଳନ ସମୀକ୍ଷା କଲାବେଳେ ସିଏଜି ଭୁବନେଶ୍ବର ମହାନଗର ନିଗମ ବା ବିଏମସିରେ କେନ୍ଦ୍ରୀୟ ଅନୁଦାନ ଡାଇଭର୍ସନକୁ ଧରିଛନ୍ତି।