Advertisment

ଦୀପାବଳି ଉପହାର, ପିଏଫ୍ ଆକାଉଣ୍ଟକୁ ସୁଧ ପଠାଇବା ଆରମ୍ଭ କଲେ ସରକାର

୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପିଏଫ୍ ଆକାଉଣ୍ଟ ଉପରେ ସୁଧ ହାର ୮.୧୫% ଆଧାରରେ ଏହି ଟଙ୍କା କ୍ରେଡିଟ୍ ହେବ।

ଅଦ୍ୟତନ ହୋଇଛି
Representative Image

Representative Image

Advertisment

ଇପିଏଫଓ ଆକାଉଣ୍ଟଧାରୀ କର୍ମଚାରୀଙ୍କ ପାଇଁ ଦୀପାବଳି ଉପହାର ଦେଲେ ସରକାର। ଏମ୍ପ୍ଲୋଇଜ୍ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ୍(ଇପିଏଫଓ) କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ (ପିଏଫ) ବା ଭବିଷ୍ୟତ ପାଣ୍ଠି ଆକାଉଣ୍ଟକୁ ସୁଧ ପଠାଇବା ଆରମ୍ଭ କରିଛି। ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପିଏଫ୍ ଆକାଉଣ୍ଟ ଉପରେ ସୁଧ ହାର ୮.୧୫% ଆଧାରରେ ଏହି ଟଙ୍କା କ୍ରେଡିଟ୍ ହେବ। 

Advertisment

କିଛି ଉପଭୋକ୍ତା ସେମାନଙ୍କ ଆକାଉଣ୍ଟରେ ସୁଧ ଗ୍ରହଣ କରିସାରିଛନ୍ତି। କିନ୍ତୁ ଆକାଉଣ୍ଟରେ ସୁଧ ଟଙ୍କା ଶୋ' କରିବା ପାଇଁ ସମୟ ଲାଗିପାରେ ବୋଲି ଇପିଏଫ୍ଓ କହିଛି।

ଇପିଏଫଓ ପକ୍ଷରୁ ଏକ୍ସ(ପୂର୍ବର ଟୁଇଟର) ଯୋଗେ କୁହାଯାଇଛି ଯେ, ଏହି ପ୍ରକ୍ରିୟା ଜାରି ରହିଛି ଖୁବ୍ ଶୀଘ୍ର କର୍ମଚାରୀଙ୍କ ଆକାଉଣ୍ଟରେ ସୁଧ ଟଙ୍କା ଶୋ' କରିପାରେ। ଯେତେବେଳେ ସୁଧ କ୍ରେଡିଟ୍ ହୋଇଯିବ, ଶୋ' କରିବ। କୌଣସି ବି କର୍ମଚାରୀଙ୍କ ସୁଧ ଟଙ୍କା ବାକି ରହିବ ନାହିଁ। ଅପେକ୍ଷା କରନ୍ତୁ, ନିଶ୍ଚିତ ରୂପେ ସବୁ ଟଙ୍କା କ୍ରେଡିଟ୍ ହୋଇଯିବ ବୋଲି ଇପିଏଫ୍ଓ କହିଛି।

Advertisment

କେନ୍ଦ୍ର ଶ୍ରମ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି ଯେ, ୨୪ କୋଟିରୁ ଅଧିକ ଆକାଉଣ୍ଟରେ ସୁଧ ଜମା ହୋଇସାରିଛି। ଥରେ ସୁଧ କ୍ରେଡିଟ୍ ହୋଇଗଲେ, ଏହା କର୍ମଚାରୀଙ୍କ ପିଏଫ୍ ଆକାଉଣ୍ଟରେ ଶୋ' କରିବ। ଜଣେ ଏକାଧିକ ଉପାୟରେ ପ୍ରୋଭିଡେଣ୍ଟ ଫଣ୍ଡ ଆକାଉଣ୍ଟ ବାଲାନ୍ସ ଯାଞ୍ଚ କରିପାରିବ। ମେସେଜ୍, ମିସ୍ କଲ, UMANG ଆପ୍ କିମ୍ବା ଇପିଏଫଓ ୱେବସାଇଟ୍ ମାଧ୍ୟମରେ ଆକାଉଣ୍ଟ୍ ଚେକ୍ କରିପାରିବେ।

ପିଏଫ୍ ସୁଧ ହାର ପ୍ରତିବର୍ଷ ଅର୍ଥ ମନ୍ତ୍ରଣାଳୟର ପରାମର୍ଶ କ୍ରମେ ଇପିଏଫଓର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ (ସିବିଟି) ଦ୍ୱାରା ସ୍ଥିର କରାଯାଏ। ଚଳିତ ବର୍ଷ ଜୁଲାଇରେ ଇପିଏଫଓ ସୁଧ ହାର ଘୋଷଣା କରାଯାଇଥିଲା।

EPFO PF Diwali Gift EPFO Interest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe