Advertisment

ଅଳିଆ ଗଦାରୁ ମିଳିଲା ୨୫ କୋଟି ଆମେରିକୀୟ ଡଲାର

ନଭେମ୍ବର ୧ରେ ବେଙ୍ଗାଲୁରୁର ହେବବଲସ୍ଥିତ ଏକ ଅଳିଆଗଦାରୁ ସଲମାନ ଶେଖ ୨୩ ବଣ୍ଡଲ ଆମେରିକୀୟ ନୋଟ ପାଇଥିଲେ।

ଅଦ୍ୟତନ ହୋଇଛି
Seized US Dollar

Seized US Dollar

Advertisment

ଭାରତରେ ଆମେରିକାର ନକଲି ଡଲାର୍। ବିଡା ବିଡା ନକଲି ଆମେରିକୀୟ ଡଲାର୍ ପୁଲିସ ହାତରେ ଲାଗିଛି। ଜଣେ ଅଳିଆ ଗୋଟାଳି 3 ମିଲିୟନ୍ ଡଲାର ଅର୍ଥାତ୍ ୨୫ କୋଟି ଟଙ୍କାର ଆମେରିକୀୟ ଡଲାର୍ ପାଇଛନ୍ତି। କିନ୍ତୁ ଯାଞ୍ଚ ପରେ ଏସବୁ ନକଲି ବୋଲି ଜଣାପଡିଛି। 

Advertisment

ନଭେମ୍ବର ୧ରେ ବେଙ୍ଗାଲୁରୁର ହେବବଲସ୍ଥିତ ଏକ ଅଳିଆଗଦାରୁ ସଲମାନ ଶେଖ ୨୩ ବଣ୍ଡଲ ଆମେରିକୀୟ ନୋଟ ପାଇଥିଲେ। ଏନେଇ ସୂଚନା ପାଇବା ପରେ ପୁଲିସ ନୋଟଗୁଡିକର ଯାଞ୍ଚ କରିଥିଲା।

ସଲମାନ କହିଛନ୍ତି, "କାମ କରିବା ବେଳେ ରାତି ପ୍ରାୟ ଗୋଟାଏ ବେଳେ ହଠାତ୍ ମୋ ଆଖି ଏହି ବ୍ୟାଗ ଉପରେ ପଡିଗଲା। ବ୍ୟାଗରେ ବହୁତ ନଗଦ ଟଙ୍କା ଥିଲା, ଏତେ ଗୁଡିଏ ଟଙ୍କା ଦେଖି ପ୍ରଥମେ ମୁଁ ଆଶ୍ଚର୍ଯ୍ୟ ହୋଇଗଲି। କିନ୍ତୁ ଏହା ଭାରତୀୟ ମୁଦ୍ରା ନୁହେଁ ବୋଲି ଜାଣିଥିଲି।" 

Advertisment

ନୋଟ୍ ସହ ସଲମାନ ମଧ୍ୟ ଜାତିସଙ୍ଘର ମୋହର ଲାଗିଥିବା ଏକ ଚିଠି ପାଇଥିଲେ, ଯେଉଁଥିରେ ଲେଖାଯାଇଥିଲା ଦକ୍ଷିଣ ସୁଦାନରେ ମିଳିତ ଜାତିସଂଘର ଶାନ୍ତି ରକ୍ଷା ବାହିନୀକୁ ସହାୟତା କରିବା ପାଇଁ ଅର୍ଥନୀତି ଏବଂ ଅର୍ଥ କମିଟି ଏକ ସ୍ୱତନ୍ତ୍ର ପାଣ୍ଠି ଗଠନ କରିଛି, ଯାହାକୁ ସୁରକ୍ଷା ପରିଷଦ ସଦସ୍ୟମାନେ ଭୋଟ୍ ଦେଇଛନ୍ତି।

ସଲମାନ ନଭେମ୍ବର ୫ରେ ତାଙ୍କ ବସ୍ ବପ୍ପାଙ୍କୁ ନୋଟ୍ ବାବଦରେ କହିଥିଲେ। ବପ୍ପା ସାମାଜିକ କର୍ମୀ କାଲିମୁଲ୍ଲାଙ୍କ ସହ ଯୋଗାଯୋଗ କରିଥିଲେ। କାଲିମୁଲ୍ଲା ଏନେଇ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆମେରୀକୀୟ ଡଲାରଗୁଡିକୁ ଜବତ କରିଥିଲା। 

ନୋଟଗୁଡିକର ପୁଙ୍ଖାନୁପୁଙ୍ଖ ଯାଞ୍ଚ ପରେ ଏହା ନକଲି ବୋଲି ନିଶ୍ଚିତ କରିଛି ବେଙ୍ଗାଲୁରୁ ପୁଲିସ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏହି ନୋଟଗୁଡିକୁ ଯାଞ୍ଚ କରିଥିଲା। 

US Dollar US Dollar Found In India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe