୯୦ ବର୍ଷରେ ପଦାର୍ପଣ କରିଛି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ବା RBI। ଆଜିର ଦିନକୁ ସ୍ମରଣୀୟ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୯୦ ଟଙ୍କିଆ କଏନ ଉନ୍ମୋଚନ କରିଛନ୍ତି।
ଏହି କଏନ ସମ୍ପୂର୍ଣ୍ଣ ରୁପାରେ ପ୍ରସ୍ତୁତ, ଯାହାର ଓଜନ ୪୦ ଗ୍ରାମ ହେବ। ଆରବିଆର ସ୍ୱତନ୍ତ୍ର ଦିବସ ଅବସରରେ ମୁମ୍ବାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମର ଏହି କଏନ ଉନ୍ମୋଚନ ହୋଇଛି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଯୋଗ ଦେଇଥିଲେ।
Also Read
ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ଆର୍ଥିକ ପ୍ରଗତିରେ ଆରବିଆଇର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ। ୨୦୧୪ରେ ସାରା ଦେଶରେ ବ୍ୟାଙ୍କିଂ ବ୍ୟବସ୍ଥା ଅତି ଦୁର୍ବଳ ଥିଲା। ଆର୍ଥିକ ଭବିଷ୍ୟତକୁ ବ୍ୟାଙ୍କିଂ ବ୍ୟବସ୍ଥା ନିଶ୍ଚିତ କରିପାରୁନଥିଲା। ଏବେ କିନ୍ତୁ ସ୍ଥିତିରେ ଅନେକ ପ୍ରଗତି ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Guest Column
ଋଣଗ୍ରସ୍ତ ଭାରତ ଓ ବିକଶିତ ଭାରତ
କେନ୍ଦ୍ରୀୟ ବଜେଟ୍ ୨୦୨୫-୨୬ ପାଇଁ ଲୋକସଭାରେ ଆଗତ ହୋଇସାରିଛି। ପ୍ରତ୍ୟେକ ବଜେଟ୍ରେ ସବୁବର୍ଗର ଲୋକ କିଛି ନା କିଛି ଲାଭ ପାଇବାର ଆଶା ରଖିଥାନ୍ତି। ଏହି ଆଶାଭିତ୍ତିକ ବଜେଟକୁ ତିନି ଭାଗରେ ବିଭକ୍ତ କରାଯାଇଥାଏ। ପ୍ରଥମ ହେଲା ଖାଲି ହାତ, ଦ୍ୱିତୀୟଟି ବୁଜା ହାତ ଓ ତୃତୀୟଟି ମୁକୁଳା ହାତ। ଏହି ତିନି ପ୍ରକାର ଆଶାୟୀ ବଜେଟରୁ ପାଇବା ପାଇଁ ଆଶା ରଖିଥାନ୍ତି।

Guest Column
ବଜେଟରେ ବାସ୍ତବ ଆର୍ଥିକ ପ୍ରଶ୍ନର ଉତ୍ତର କେତେ ଅଛି?
କେନ୍ଦ୍ର ସରକାର ପୁଞ୍ଜି କ୍ଷେତ୍ରରେ ଯେଉଁ ଆଗ୍ରହ ପ୍ରଦର୍ଶନ କରୁଛନ୍ତି ସେଥିରେ ଘରୋଇ ପୁଞ୍ଜି ଆକର୍ଷିତ ହେଉନାହିଁ। କେନ୍ଦ୍ର ସରକାର ପୁଞ୍ଜି କ୍ଷେତ୍ରରେ ବାର୍ଷିକ ହାରାହାରି ଶତକଡ଼ା ୧୬ ହାରରେ ଅଭିବୃଦ୍ଧି ପ୍ରଦର୍ଶନ କରିଥିଲେ ମଧ୍ୟ ଘରୋଇ କମ୍ପାନୀମାନେ ମାତ୍ର ଶତକଡ଼ା ୬ ହାରରେ ପୁଞ୍ଜି ବିନିଯୋଗ କରୁଛନ୍ତି।

National
କେନ୍ଦ୍ର ବଜେଟ ୨୦୨୫-୨୬ରେ ପ୍ରତ୍ୟକ୍ଷ ଟିକସ କ୍ଷେତ୍ରରେ ସଂସ୍କାର ପାଇଁ ଥିବା କେତେକ ପ୍ରସ୍ତାବ
କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୫- ୨୬ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରିଛନ୍ତି। ବଜେଟ ନଥିରେ ଦେଶର ସାଧାରଣ ଜନତା ଏବଂ ଅର୍ଥନୀତି ସକାଶେ ସୁଶାସନ ଲକ୍ଷ୍ୟ ହାସଲ କରିବା ନିମନ୍ତେ ପ୍ରତ୍ୟକ୍ଷ ଟିକସ ବ୍ୟବସ୍ଥାରେ ସଂସ୍କାର ଘଟାଇବା ଲାଗି ପ୍ରସ୍ତାବ ରହିଛି।

National
କ’ଣ ରହିଛି ୨୦୨୪-୨୫ ଆର୍ଥିକ ସର୍ବେକ୍ଷଣରେ, ଜାଣନ୍ତୁ ମୁଖ୍ୟାଂଶ
ମୋଟ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ (ଏଫ.ଡି.ଆଇ.) ପ୍ରବାହ ଆର୍ଥିକ ବର୍ଷ ୨୦୨୫ରେ ପୁନରୁଦ୍ଧାର ରେକର୍ଡ କରିଛି, ଯାହା ଆର୍ଥିକ ବର୍ଷ ୨୦୨୪ର ପ୍ରଥମ ଆଠ ମାସରେ ୪୭.୨ କୋଟି ଆମେରିକୀୟ ଡଲାରରୁ ବୃଦ୍ଧି ପାଇ ଆର୍ଥିକ ବର୍ଷ ୨୦୨୫ର ସମାନ ଅବଧିରେ ୫୫.୬ କୋଟି ଆମେରିକୀୟ ଡଲାରରେ ପହଞ୍ଚିଛି, ଯାହାକି ବାର୍ଷିକ ୧୭.୯ ପ୍ରତିଶତ ଅଭିବୃଦ୍ଧିକୁ ଦର୍ଶାଉଛି।

National
୫ ବର୍ଷରେ ହାରାହାରି ୫ ପ୍ରତିଶତ ଅଭିବୃଦ୍ଧି କରିଛି କୃଷି କ୍ଷେତ୍ର
ଅର୍ଥନୈତିକ ସର୍ବେକ୍ଷଣ ଅନୁଯାୟୀ, 'କୃଷି ଏବଂ ଆନୁଷଙ୍ଗିକ କାର୍ଯ୍ୟକଳାପ' ଭାରତୀୟ ଅର୍ଥନୀତିର ମେରୁଦଣ୍ଡ ଅଟେ, ଯାହା ଜାତୀୟ ଆୟ ଏବଂ ନିଯୁକ୍ତିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥାଏ। ବିଗତ ବର୍ଷଗୁଡ଼ିକରେ (୨୦୧୬-୧୭ ଆର୍ଥିକ ବର୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷ) କୃଷି କ୍ଷେତ୍ରରେ ବାର୍ଷିକ ହାରାହାରି ୫ ପ୍ରତିଶତ ଅଭିବୃଦ୍ଧି ରେକର୍ଡ କରାଯାଇଛି।