Advertisment

ଶସ୍ତା ଋଣ ଆଶା ମଉଳିଲା, ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ଆରବିଆଇ

ରିଜର୍ଭ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆରୁ ଶସ୍ତା ଋଣ ଆଶା ମଉଳିଲା। ରେପୋ ରେଟରେ କୌଣସି ପରିବର୍ତ୍ତନ ଆଣିଲାନି ବ୍ୟାଙ୍କ୍।

ଅଦ୍ୟତନ ହୋଇଛି
RBI Governor Shaktikanta Das

RBI Governor Shaktikanta Das

Advertisment

ଭାରତୀୟ ରିଜର୍ଭ ବ୍ୟାଙ୍କ ଆଜି ଏହାର ମୁଦ୍ରା ନୀତି(ଆରବିଆଇ କ୍ରେଡିଟ୍ ପଲିସି) ଘୋଷଣା କରିଛି। ରେପୋ ରେଟ୍ ଏବଂ ରିଭର୍ସ ରେପୋ ରେଟରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି। ପୂର୍ବରୁ ଥିବା ରେପୋ ହାର ୬.୫୦ ପ୍ରତିଶତକୁ ବଳବତ୍ତର ରଖାଯାଇଛି। ଏହା ଋଣ ନେଇଥିବା ବ୍ୟକ୍ତିଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ହୋଇଥିଲେ ମଧ୍ୟ ଯେଉଁମାନେ ବ୍ୟାଙ୍କରୁ ଶସ୍ତା ଋଣ ପାଇଁ ଆଶା କରିଥିଲେ ସେମାନଙ୍କ ପାଇଁ ନୈରାଶ୍ୟଜନକ ଖବର। 

Advertisment

ସେଣ୍ଟ୍ରାଲ୍ ବ୍ୟାଙ୍କ୍ ମନିଟାରୀ ପଲିସି କମିଟିର ତିନି ଦିନିଆ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଆରବିଆଇ ଗଭର୍ଣ୍ଣର୍ ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ଦରଦାମ୍ ହ୍ରାସ କରିବା ଉପରେ ଆରବିଆଇର ଫୋକସ୍ ରହିଛି ଏବଂ ଆମ ଅର୍ଥନୀତିରେ ଅଭିବୃଦ୍ଧି ମଧ୍ୟ ଅକ୍ଷୁର୍ଣ୍ଣ ରହିଛି। ଯଦିଓ ଦରଦାମ୍ ବୃଦ୍ଧି ଆରବିଆଇର ଲକ୍ଷ୍ୟଠାରୁ ଅଧିକ ରହିଛି, ତଥାପି ୪ ପ୍ରତିଶତ ମୁଦ୍ରାସ୍ଫୀତି ହାସଲ କରିବାକୁ ଆରବିଆଇ ପ୍ରତିଶ୍ରୁତିବଦ୍ଧ। ମୂଳ ଦରଦାମ୍ ହାର ହ୍ରାସ ପାଉଛି, ଏହି କାରଣରୁ ଏହାର ପ୍ରଭାବ ନିୟମିତ ଦରଦାମ୍ ଉପରେ ମଧ୍ୟ ଦେଖାଯିବ। ପନିପରିବା ଦରବୃଦ୍ଧି କାରଣରୁ ଜୁଲାଇ-ଅଗଷ୍ଟରେ ମୁଦ୍ରାସ୍ଫିତି ହାର ଅଧିକ ହେବାର ସମ୍ଭାବନା ରହିଛି ବୋଲି ଆରବିଆଇ ଗଭର୍ଣ୍ଣର୍ କହିଛନ୍ତି।

ରିଜର୍ଭ ବ୍ୟାଙ୍କ ୨୦୨୪ ଆର୍ଥିକ ବର୍ଷ ପାଇଁ ମୁଦ୍ରାସ୍ଫୀତି ହାର ବୃଦ୍ଧି ପାଇବା ନେଇ ଅନୁମାନ କରିଛନ୍ତି। ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ମୁଦ୍ରାସ୍ଫୀତି ହାର ୫.୪ ପ୍ରତିଶତ ବୋଲି ଆକଳନ କରାଯାଇଛି, ଯାହା ଗତଥର ୫.୧ ପ୍ରତିଶତ ରଖାଯାଇଥିଲା। ମୌଦ୍ରିକ ନୀତି(ମନିଟାରୀ ପଲିସି) କମିଟି ମୁଦ୍ରାସ୍ଫୀତି ହାର ଉପରେ ନଜର ରଖିବ ବୋଲି ଆରବିଆଇ ଗଭର୍ଣ୍ଣର କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ଖାଦ୍ୟ ମୁଦ୍ରାସ୍ଫୀତି ଚିନ୍ତାର ବିଷୟ ପାଲଟିଥିଲେ ମଧ୍ୟ ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ଭାରତୀୟ ଅର୍ଥନୀତି ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି କରିଛି।

Advertisment

ଜିଡିପି ଅଭିବୃଦ୍ଧି ଉପରେ ଆରବିଆଇର ଆକଳନ
ଆରବିଆଇ ଆର୍ଥିକ ବର୍ଷ ୨୦୨୪ ପାଇଁ ଜିଡିପି ଅଭିବୃଦ୍ଧି ୬.୫୦ ପ୍ରତିଶତରେ ବଳବତ୍ତର ରହିବ ବୋଲି ପୂର୍ବାନୁମାନ କରିଛନ୍ତି। ଏହା ଅନେକ ଦେଶର ଅର୍ଥନୀତି ଅପେକ୍ଷା ଭଲ ହେବ ବୋଲି ଆରବିଆଇ ଗଭର୍ଣ୍ଣର କହିଛନ୍ତି। ବିଶ୍ୱ ସ୍ତରରେ ଅନିଶ୍ଚିତତା ସତ୍ତ୍ୱେ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ହାର ମଜବୁତ ରହିଛି। ଦେଶର ମାକ୍ରୋ ଆର୍ଥିକ ସ୍ଥିତି ଶକ୍ତିଶାଳୀ ରହିଛି। ଭାରତ ବିଶ୍ୱ ପାଇଁ ଅର୍ଥନୈତିକ ଅଭିବୃଦ୍ଧିର ଇଞ୍ଜିନ ପାଲଟିଛି। ଅନ୍ୟ ଦେଶ ତୁଳନାରେ ଭଲ ସ୍ଥିତିରେ ଅଛି, ଚଳିତ ଆର୍ଥିକ ବର୍ଷରେ ଆର୍ଥିକ ଅଭିବୃଦ୍ଧି ହାର ୬.୫୦ ପ୍ରତିଶତ ହେବ ବୋଲି ଆଶା କରାଯାଉଛି।

RBI Shaktikant Das RBI Keeps Repo Rate Unchanged Repo Rate RBI Governor
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe