Advertisment

ମହଙ୍ଗା ମାଡ଼ରୁ ମିଳୁନି ଆଶ୍ୱସ୍ତି, ରେକର୍ଡ ସ୍ତରରେ ପହଞ୍ଚିଲା ମୁଦ୍ରାସ୍ଫୀତି

ଦେଶର ଖୁଚୁରା ମୁଦ୍ରାସ୍ଫୀତି ୧୫ ମାସ ମଧ୍ୟରେ ସବୁଠାରୁ ଉପରେ ପହଞ୍ଚି ଯାଇଛି।

Inflation

Inflation

Advertisment

ମହଙ୍ଗା ମାଡ଼ରେ ଆଉଟ ପାଉଟ ହେଉଥିବା ଲୋକଙ୍କୁ କୌଣସି ପ୍ରକାରର ଆଶ୍ୱସ୍ତି ମିଳନି। ଦେଶର ଖୁଚୁରା ମୁଦ୍ରାସ୍ଫୀତି ୧୫ ମାସ ମଧ୍ୟରେ ସବୁଠାରୁ ଉପରେ ପହଞ୍ଚି ଯାଇଛି। ଜୁଲାଇ ମାସରେ ଖୁଚୁରା ମୁଦ୍ରାସ୍ଫୀତି ରେକର୍ଡ ୭.୪୪% ଛୁଇଁଛି।

Advertisment

ବିଭିନ୍ନ ପନି ପରିବାର ଦାମ ବଢ଼ୁଥିବାରୁ ଏପରି ସ୍ଥିତି ଦେଖିବାକୁ ମିଳିଛି। ଜୁନ ମାସରେ ଖୁଚୁରା ମୁଦ୍ରାସ୍ଫୀତି ୪.୮୭% ରହିଥିବା ବେଳେ ମେ’ ମାସରେ ଏହା ୪.୨୫% ରହିଥିଲା। କିନ୍ତୁ ଖାଦ୍ୟ ସାମଗ୍ରୀ ବିଶେଷ କରି ପନିପରିବା ଦାମ ବୃଦ୍ଧି ପାଇବା ଯୋଗୁ ମୁଦ୍ରାସ୍ଫୀତି ବେକାବୁ ହୋଇଛି।

ସିପିଆଇ ବାସ୍କେଟର ପ୍ରାୟ ଅଧା ଅବଦାନ ଖାଦ୍ୟ ମୁଦ୍ରାସ୍ଫୀତି ଉପରେ ନିର୍ଭର କରେ। ସିପିଆଇ(ଗ୍ରାହକ ଦର ସୂଚକାଙ୍କ) ମୁଦ୍ରାସ୍ଫୀତି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ବା ଆରବିଆଇର ଧାର୍ଯ୍ୟର ମଧ୍ୟ ଭାଗରେ ରହିଛି। ଆରବିଆଇ ସବୁବେଳେ ଖାଦ୍ୟ ସାମଗ୍ରୀର ଖୁଚୁରା ମୁଦ୍ରାସ୍ଫୀତି ୨ରୁ ୬% ରଖିବା ଉପରେ ଗୁରୁତ୍ୱ ଦେଇଥାଏ। ଏହାଦ୍ୱାରା ଅର୍ଥନୀତି ଉପରେ ଦରମଦାର ବୃଦ୍ଧିର ପ୍ରଭାବ କମ ହୁଏ। ଏବେ ୭.୪୪% ରହିଥିବାରୁ ଅର୍ଥନୀତି ପାଇଁ ଆଦୌ ଭଲ ଖବର ନୁହେଁ।

Advertisment

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କ୍ରମାଗତ ୪ ମାସ ହେଲା ମୁଦ୍ରାସ୍ଫୀତି ଆରବିଆଇର ନିୟନ୍ତ୍ରଣ ସୀମା ମଧ୍ୟରେ ରହୁଥିଲା। ଏପ୍ରିଲ ମାସରେ ମୁଦ୍ରାସ୍ଫୀତି ୪.୭% ଓ ମାର୍ଚ୍ଚରେ ଏହା ୫.୬୬% ରହିଥିଲା। କିନ୍ତୁ ଏଥର ସବୁ କିଛି ଓଲଟ ପାଲଟ ହୋଇଯାଇଛି।

ଅନ୍ୟପକ୍ଷରେ ଚଳିତ ବର୍ଷ ଜୁଲାଇ ମାସରେ ଗ୍ରାମୀଣ ମୁଦ୍ରାସ୍ଫୀତି ୭.୬୩% ଓ ସହରର ମୁଦ୍ରାସ୍ଫୀତି ୭.୨୦% ରେକର୍ଡ କରାଯାଇଛି।

Inflation Rate Indian Economy Inflation 2023 Economy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe