Advertisment

ବଢିଲା 2000 ଟଙ୍କିଆ ନୋଟ୍ ବଦଳ ଅବଧି

2000 ଟଙ୍କିଆ ନୋଟ୍ ଜମା ଏବଂ ବଦଳ ସମୟସୀମାକୁ ଆଉ ସପ୍ତାହେ ବୃଦ୍ଧି କରାଯାଇଛି।

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

ବଢିଲା 2000 ଟଙ୍କିଆ ନୋଟ୍ ବଦଳ ଅବଧି। ପାଖରେ 2000 ଟଙ୍କିଆ ନୋଟ୍ ଥିଲେ ଆଗକୁ ବଦଳାଇ ପାରିବ। ଆଜି ବଦଳ କରାଇବାର ଶେଷ ତାରିଖ ଥିଲା। କିନ୍ତୁ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଅବଧିକୁ ଅକ୍ଟୋବର 7 ପର୍ଯ୍ୟନ୍ତ ବୃଦ୍ଧି କରିଛି।

Advertisment

ଏକ ସୂଚନା ଅନୁସାରେ, 2000 ଟଙ୍କିଆ ନୋଟ୍ ଜମା ଏବଂ ବଦଳ ସମୟସୀମାକୁ ଅନ୍ୟୁନ ମାସେ ବୃଦ୍ଧି କରାଯିବାର ଥିଲା। କିନ୍ତୁ ଆରବିଆଇ ଆଉ ସପ୍ତାହେ ସମୟ ଦେଇଛି। ବିଦେଶରେ ଥିବା ଲୋକଙ୍କୁ ପ୍ରାଧାନ୍ୟ ଦିଆଯାଇ ଏହି ନିଷ୍ପତ୍ତି ନିଆଯାଇଛି। 

ନିକଟରେ ଆରବିଆଇ ଏନେଇ ଏକ ସର୍କୁଲାର୍ ଜାରି କରିଥିଲା। ଏଥିରେ ବିମୁଦ୍ରିକରଣ ପରେ ଛପା ଯାଇଥିବା 2000 ଟଙ୍କିଆ ନୋଟକୁ ବଦଳ କରିବା ପାଇଁ ଆରବିଆଇ ଘୋଷଣା କରିଥିଲା। ସେପ୍ଟେମ୍ବର 30 ତାରିଖ ମଧ୍ୟରେ 2000 ଟଙ୍କିଆ ନୋଟ୍ ଜମା କିମ୍ବା ବ୍ୟାଙ୍କରେ ବଦଳ କରାଇବାକୁ କହିଥିଲା ବ୍ୟାଙ୍କ୍। ବ୍ୟାଙ୍କ ଆହୁରି କହିଛି ଯେ, ଡେଡଲାଇନ୍ ଶେଷ ପରେ ବି 2000 ଟଙ୍କିଆ ନୋଟ୍ ବୈଧ ରହିବ।

Advertisment

କାରଣ ବର୍ତ୍ତମାନ ସୁଦ୍ଧା 3 କୋଟି 5 ଲକ୍ଷ 6000 ଟଙ୍କା ଫେରି ଥିବାବେଳେ ଆହୁରି 25 ହଜାର କୋଟିର ନୋଟ୍ ଫେରିନି। ତେଣୁ ଛପା ଯାଇଥିବା ଏସବୁ ନୋଟକୁ ଫେରସ୍ତ ପାଇଁ ବ୍ୟାଙ୍କ୍ ଏହି ନୋଟ୍ ବଦଳି ଅବଧିକୁ ଆଉ ସାତ ଦିନ ବୃଦ୍ଧି କରିଛନ୍ତି। 

RBI 2000 Currency Note Exchange Note Exchange Date Extended 2000 Note 2000 Note Exchange Deadline