୨୮,୨୦୦କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଉପସ୍ଥାପିତ, ଭୋଟ୍ ଆଗରୁ ମହିଳାଙ୍କୁ ବାଣ୍ଟିବେ ୭୦୦କୋଟି

ପଂଚାୟତିରାଜ ବିଭାଗ, ସ୍କୁଲ ଓ ଗଣଶିକ୍ଷା ବିଭାଗ, ଅନୁସୂଚିତ ଜାତି ଓ ଜନଜାତି ବିଭାଗ, ମିଶନ ଶକ୍ତି, ପରିବହନ ଓ ନଗର ଉନ୍ନୟନ ବିଭାଗକୁ କାର୍ଯ୍ୟକ୍ରମବାବଦରେ ଅଧିକ ବ୍ୟୟବରାଦ କରି ସରକାର ଆଗାମୀ ନିର୍ବାଚନ ପୂର୍ବରୁ ସାଧାରଣ ଭୋଟରଙ୍କୁ ତୁଷ୍ଟୀକରଣ ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି।

Bikram Keshari Arukh PhotoOR

ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ

Ordigital Desk
  • Published: Friday, 22 September 2023
  • Updated: 22 September 2023, 07:30 PM IST

Sports

Latest News

୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଆଜି ବିଧାନସଭାରେ ୨୮୨୦୦କୋଟି ଟଙ୍କାର ପ୍ରଥମ ଅତିରିକ୍ତ ବଜେଟ୍ ଉପସ୍ଥାପିତ ହୋଇଛି । ୨୦୨୩-୨୪ ଆର୍ଥିକ ବର୍ଷର ମୂଳ ବଜେଟ ୨.୩୦ଲକ୍ଷ କୋଟି ଟଙ୍କା ଥିବାବେଳେ ଏହାର ପ୍ରାୟ ୧୨.୨୬ ପ୍ରତିଶତ ଅର୍ଥାତ୍ ୨୮୨୦୦କୋଟି ଟଙ୍କା ଅତିରିକ୍ତ ବଜେଟରେ ବ୍ୟବସ୍ଥା ହୋଇଛି । ଏହାସହିତ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ୍ ଆକାର ୨ଲକ୍ଷ ୫୮ହଜାର ୨୦୦କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଅତିରିକ୍ତ ବଜେଟରେ ପଂଚାୟତିରାଜ ବିଭାଗ ପାଇଁ ସର୍ବାଧିକ ୪୦୮୩କୋଟି ଟଙ୍କା ବ୍ୟୟବରାଦ କରି ଗ୍ରାମାଂଚଳ ଭୋଟରଙ୍କୁ ଆକୃଷ୍ଟ ନିମନ୍ତେ ଲକ୍ଷ୍ୟ ରଖିଥିବା କ୍ଷମତାସୀନ ବିଜେଡି ସରକାର ମହିଳା ଏସଏଚଜି ଓ ବ୍ଲକସ୍ତରୀୟ ମିଶନ ଶକ୍ତି ଫେଡେରେସନକୁ ୭୦୦କୋଟି ଟଙ୍କାର ସହାୟତା ବଂଟନ କରିବ ବୋଲି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ବଜେଟ୍ ଅଭିଭାଷଣରୁ ଜଣାପଡ଼ିଛି ।

ବିଧାନସଭାର ମୌସୁମୀ ଅଧିବେଶନ ଆଜିଠୁ ଆରମ୍ଭ ହୋଇଥିବାବେଳେ ଦ୍ୱିତୀୟାର୍ଦ୍ଧରେ ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହି ଅତିରିକ୍ତ ବଜେଟ ଆଗତ କରିଥିଲେ । ଏହି ଅତିରିକ୍ତ ବଜେଟରେ ୨୮୬୪କୋଟି ଟଙ୍କା ପ୍ରଶାସନିକ ଖର୍ଚ୍ଚ,୨୦୧୦୦କୋଟି ଟଙ୍କା କାର୍ଯ୍ୟକ୍ରମ ଖର୍ଚ୍ଚବାବଦରେ ଆବଂଟିତ ହୋଇଥିବାବେଳେ ୪୬୬୪କୋଟି ଟଙ୍କା ବିପର୍ଯ୍ୟୟ ପରିଚାଳନା ପାଣ୍ଠି ଓ ୫୭୨କୋଟି ଟଙ୍କା ରାଜ୍ୟ ସରକାରଙ୍କ ଦ୍ୱାରା ପଂଚାୟତ ଓ ପୌର ସଂସ୍ଥାକୁ ହସ୍ତାନ୍ତର ବାବଦରେ ଆବଂଟିତ ହୋଇଛି । ଅତିରିକ୍ତ ବଜେଟରେ ସର୍ବାଧିକ ୪୦୮୩କୋଟି ଟଙ୍କା ପଂଚାୟତିରାଜ ବିଭାଗ ପାଇଁ ବ୍ୟୟବରାଦ ହୋଇଥିବାବେଳେ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ୨୮୮୨କୋଟି ଟଙ୍କା, ଜଳସମ୍ପଦ ବିଭାଗକୁ ୨୪୦୭କୋଟି ଟଙ୍କା, ଅନୁସୂଚିତ ଜାତି ଓ ଜନଜାତି ବିଭାଗକୁ ୧୩୫୫କୋଟି ଟଙ୍କା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ୧୩୨୭କୋଟି, ଓ ନଗର ଉନ୍ନୟନ ବିଭାଗ ପାଇଁ ୧୦୮୮କୋଟି ଟଙ୍କା, ଉଚ୍ଚଶିକ୍ଷା ପାଇଁ ୮୪୨କୋଟି, ଗ୍ରାମ୍ୟ ଉନ୍ନୟନ ୮୯୭କୋଟି ଟଙ୍କା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପାଇଁ ୭୮୭କୋଟି ଟଙ୍କା, ପରିବହନ ବିଭାଗ ୭୪୮ କୋଟି, ଓ ମିଶନ ଶକ୍ତି ବିଭାଗ ପାଇଁ ୭୮୩କୋଟି ଟଙ୍କାର ବ୍ୟୟବରାଦ ଲକ୍ଷ୍ୟ ରଖାଯାଇଛି । ଅତିରିକ୍ତ ବଜେଟରେ ସାଧାରଣ ଉଦ୍ୟୋଗ, ସାଧାରଣ ଅଭିଯୋଗ ଓ ପେନସନ ପ୍ରଶାସନ ଓ ବିଧାନସଭା ପାଇଁ ଟଙ୍କାଟିଏ ବି ଅର୍ଥ ବରାଦ ହୋଇନି ।

Also Read

ଅର୍ଥମନ୍ତ୍ରୀ ଶ୍ରୀ ଆରୁଖ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଅଧୀନରେ ଚାଲୁ ରହିଥିବା ବିଭିନ୍ନ ପ୍ରକଳ୍ପଗୁଡ଼ିକୁ ସମ୍ପୂର୍ଣ୍ଣ ନିମନ୍ତେ ଅତିରିକ୍ତ ପାଣ୍ଠିର ଆବଶ୍ୟକତା ରହିଛି । ପ୍ରଚଳିତ କେନ୍ଦ୍ର ଯୋଜନା ଓ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ପାଇଁ ଅତିରିକ୍ତ ବ୍ୟୟବରାଦ ହୋଇଛି । ଓଡ଼ିଶା ଆକସ୍ମିକ ପାଣ୍ଠିରୁ ନିଆଯାଇଥିବା ଅଗ୍ରୀମ ଅର୍ଥର ଭରଣା ମଧ୍ୟ ଅତିରିକ୍ତ ବଜେଟରେ କରାଯାଇଛି । ସାଧାରଣ ଲୋକଙ୍କ ଆଶା ଓ ଆକାଂକ୍ଷାକୁ ଆଖିଷର ରଖି ଉପଲବ୍ଧ ସମ୍ବଳର ପୁନଃବିନିଯୋଗ ତଥା ବିଭିନ୍ନ ସୂତ୍ରରୁ ସହବନ୍ଧିତ ସମ୍ବଳ ପ୍ରାପ୍ତି ମାଧ୍ୟମରେ ଅତିରିକ୍ତ ବଜେଟ୍ ପାଇଁ ବ୍ୟୟବରାଦ କରାଯାଇଛି ।

ବଜେଟରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ପାଇଁ ୧୩୦୨କୋଟି ଟଙ୍କା, ଲକ୍ଷ୍ମୀ ଯୋଜନାରେ ୫୫୬କୋଟି, ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ପାଇଁ ୧୧୦କୋଟି, ଓଡ଼ିଶା ମେଟ୍ରୋ ରେଳ ପରିବହନ ପାଇଁ ୨୧୦କୋଟି,ବ୍ଲକସ୍ତରରେ ବସଷ୍ଟାଣ୍ଡଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ୧୪କୋଟି, ପଂଚାୟତିରାଜ ସଂସ୍ଥା ମାଧ୍ୟମରେ ସ୍କୁଲଗୁଡ଼ିକର ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ପାଇଁ ୧୫୩କୋଟି ଟଙ୍କା, ପଂଚାୟତକୁ ଆଇଟି ସଂଯୋଗୀକରଣ ପାଇଁ ୨୫୨କୋଟି ଟଙ୍କା, ଲିଙ୍ଗଭିତ୍ତିକ ହିଂସା ପୀଡ଼ିତା ମହିଳାଙ୍କ ସୁରକ୍ଷା ଓ ସଶକ୍ତିକରଣ ପାଇଁ ୩୮କୋଟି ଟଙ୍କା, ବୟନିକା ଓ ସମ୍ବଲପୁରୀ ବସ୍ତ୍ରାଳୟକୁ ୱାର୍କିଂ କ୍ୟାପିଟାଲ ପାଇଁ ୨୦କୋଟି ଟଙ୍କା ଲେଖାଏଁ ବ୍ୟୟବରାଦ ହୋଇଛି । ଯାଜପୁର ଓ କଳାହାଣ୍ଡିରେ ନୂଆ ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ୨୭କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ମଧୁବାବୁ ପେନସନ ଯୋଜନାରେ ୫୦୦କୋଟି, ଭିନ୍ନକ୍ଷମ କଲ୍ୟାଣ ପାଇଁ ୨୧୪କୋଟି ଟଙ୍କାର ବ୍ୟବସ୍ଥା ହୋଇଛି । ସେହିପରି ମୋ ସ୍କୁଲ ଅଭିଯାନକୁ ୨୧୨କୋଟି ଟଙ୍କା ଓ ଓଡ଼ିଶା ଆଦର୍ଶ ସ୍କୁଲ ପାଇଁ ୧୦୫.୫୪କୋଟି ଟଙ୍କା, ବେସରକାରୀ ହାଇସ୍କୁଲ ପାଇଁ ୬୦୦କୋଟି, ସରକାରୀ ହାଇସ୍କୁଲ ପାଇଁ ୬୪କୋଟି ଟଙ୍କା, ବିଶ୍ୱବିଦ୍ୟାଳୟ ଓ କଲେଜର ଭିତ୍ତିଭୂମି ବିକାଶ ପାଇଁ ୨୩୦କୋଟି ଟଙ୍କା, ବେସରକାରୀ କଳେଜଗୁଡ଼ିକ ଜିଆଇଏ ବାବଦରେ ୩୦୮କୋଟି ଟଙ୍କାର ବ୍ୟବସ୍ଥା ହୋଇଛି ।

ସାଧାରଣ ନିର୍ବାଚନ ପରିଚାଳନା ପାଇଁ ୧୯୬ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ସେହିପରି ୨୦୨୩ ଜୁଲାଇ ସୁଦ୍ଧା ରାଜ୍ୟର ମୋଟ ଋଣଭାର ୮୮୪୮୭କୋଟି ଟଙ୍କା  ଥିବାବେଳେ ମୁଣ୍ଡପିଛା ଋଣ ୧୯୧୭୧ଟଙ୍କା ଥିବା ଜଣାପଡ଼ିଛି । ରାଜ୍ୟର ମୋଟ ସାମଗ୍ରିକ ଘରୋଇ ଉତ୍ପାଦ(ଜିଡିପି)ର ୧୦.୦୩% ଋଣ ରହିଛି ବୋଲି ଅର୍ଥ ବିଭାଗ ସୂଚନା ଦେଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story