Advertisment

‘ପୁଅ କହିଲା ଲାଇନରେ ଠିଆ ହେଲେ ଟଙ୍କା ମିଳିବ’

ତେବେ କିଛି ଦିନ ହେବ ୨ ହଜାର ଟଙ୍କିଆ ନୋଟ୍ ବଦଳ ପାଇଁ RBI ଭୁବନେଶ୍ୱର ଶାଖା ଆଗରେ ଲୋକଙ୍କର ଅସମ୍ଭାଳ ଭିଡ ଲାଗୁଛି। ୨ ହଜାର ଟଙ୍କିଆ ନୋଟ୍ ବଦଳାଇ ଦେଲେ ୩ ଶହ ଟଙ୍କା ମଜୁରି ମିଳୁଥିବା ନିଜ ପ୍ରତିକ୍ରିୟାରେ କହିଛନ୍ତି ଲୋକେ।

author-image
Manoj Swain
ଅଦ୍ୟତନ ହୋଇଛି

ଦୁଇ ହଜାର ଟଙ୍କିଆ ନୋଟ୍‌ ବଦଳ ନିମନ୍ତେ ସକାଳୁ ସକାଳୁ ଭୁବନେଶ୍ୱର ଆରବିଆଇ କାର୍ଯ୍ୟାଳୟ ଆଗରେ ଲମ୍ବା ଲାଇନ। ଆଧାର କାର୍ଡ ଧରି ଲାଇନରେ ଠିଆ ହୋଇଛନ୍ତି ମାଉସୀ ଜଣଙ୍କ। ହେଲେ ଜାଣି ନାହାନ୍ତି କାହିଁକି ଠିଆ ହୋଇଛନ୍ତି। ତେବେ କିଛି ଦିନ ହେବ ୨ ହଜାର ଟଙ୍କିଆ ନୋଟ୍ ବଦଳ ପାଇଁ RBI ଭୁବନେଶ୍ୱର ଶାଖା ଆଗରେ ଲୋକଙ୍କର ଅସମ୍ଭାଳ ଭିଡ ଲାଗୁଛି। ଦୈନିକ ପ୍ରାୟ ୭୦୦ ଲୋକ ଧାଡ଼ିରେ ଠିଆ ହୋଇ ନୋଟ୍ ବଦଳାଉଛନ୍ତି । ସେଥିପାଇଁ ତାଙ୍କୁ ମଜୁରୀ ମିଳୁଛି । ୧୦ ଟି ୨ ହଜାର ଟଙ୍କିଆ ନୋଟ୍ ବଦଳାଇ ଦେଲେ ୩ ଶହ ଟଙ୍କା ମଜୁରି ମିଳୁଥିବା ନିଜ ପ୍ରତିକ୍ରିୟାରେ କହିଛନ୍ତି ଲୋକେ।

Advertisment
Odisha Bhubaneswar RBI