Advertisment

Trump Slaps 100% Tariff: ଔଷଧ ଉପରେ ଟ୍ରମ୍ପଙ୍କ ୧୦୦% ଟାରିଫ, ଭାରତ ଉପରେ କି ପ୍ରଭାବ ପଡ଼ିବ?

ଟ୍ରମ୍ପ ଯଦିଓ କେବଳ ବ୍ରାଣ୍ଡେଣ୍ଡ ଔଷଧଗୁଡ଼ିକୁ ଟାର୍ଗେଟ କରିଛନ୍ତି, କିନ୍ତୁ ପୂରା ବିଶ୍ୱରେ ଏହାକୁ ନେଇ ଚିନ୍ତା ପ୍ରକଟ ପାଇଛି। ବିଶେଷ କରି ଭାରତର ଚିନ୍ତା ବଢ଼ିଛି। କାରଣ ବିଶ୍ୱକୁ ଔଷଧ ରପ୍ତାନୀ କରୁଥିବା ଅନ୍ୟତମ ବଡ଼ ରାଷ୍ଟ୍ର ହେଉଛି ଭାରତ।

author-image
Hemant Lenka
Trump

ଡୋନାଲ୍ଡ ଟ୍ରମ୍ପ

ଆମେରିକାକୁ ଆମଦାନୀ ହେଉଥିବା ବ୍ରାଣ୍ଡେଣ୍ଡ ଓ ପେଣ୍ଟେଣ୍ଟ ଫାର୍ମାସ୍ୟୁଟିକାଲ ଔଷଧ ଗୁଡ଼ିକ ଉପରେ ୧୦୦% ଟାରିଫ ଲାଗୁ କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଆମେରିକାରେ କମ୍ପାନୀ ଖୋଲି ନଥିବା ଔଷଧ ରପ୍ତାନୀକାରୀଙ୍କ ଉପରେ ଏପରି ୧୦୦% ଟାରିଫ ଲାଗୁ ହେବ।

Advertisment

ନିଜର ଟ୍ରୁଥ ସୋଶାଲରେ ଟ୍ରମ୍ପ(‌Donald Trump) ଲେଖିଛନ୍ତି ଯେ “ମୁଁ ଫାର୍ମାସ୍ୟୁଟିକାଲ ଔଷଧକଗୁଡ଼ିକ ଉପରେ ୧୦୦% ଆମଦାନୀ ଶୁଳ୍କ(Tariff Rules) ଲଗାଇବାକୁ ଯାଉଛି। ଆମେରିକାରେ କମ୍ପାନୀ ଖୋଲିଥିବା ସଂସ୍ଥା ଗୁଡ଼ିକ ଉପରେ ଏହା ଲାଗୁ ହେବ। ଏଠାରେ ଜମି ନିଅ ଓ ନିର୍ମାଣ କାମ ଆରମ୍ଭ କର। ଏହା ହିଁ ଡିଲ। କୌଣସି ବ୍ୟତୀକ୍ରମ ନାହିଁ।”

ଆମେରିକାର ଘରୋଇ ଉତ୍ପାଦନକୁ ବୃଦ୍ଧି କରିବା ଓ ବିଦେଶୀ କମ୍ପାନୀ ଉପରେ ହେଉଥିବା ନିର୍ଭରଶୀଳତାକୁ କମ କରିବା ପାଇଁ ଟ୍ରମ୍ପ ଆରମ୍ଭ କରିଥିବା ରଣନୀତିର ଏହା ଅଂଶବିଶେଷ। ଟ୍ରମ୍ପ ଯଦିଓ କେବଳ ବ୍ରାଣ୍ଡେଣ୍ଡ ଔଷଧଗୁଡ଼ିକୁ ଟାର୍ଗେଟ କରିଛନ୍ତି, କିନ୍ତୁ ପୂରା ବିଶ୍ୱରେ ଏହାକୁ ନେଇ ଚିନ୍ତା ପ୍ରକଟ ପାଇଛି। ବିଶେଷ କରି ଭାରତର ଚିନ୍ତା ବଢ଼ିଛି। କାରଣ ବିଶ୍ୱକୁ ଔଷଧ ରପ୍ତାନୀ କରୁଥିବା ଅନ୍ୟତମ ବଡ଼ ରାଷ୍ଟ୍ର ହେଉଛି ଭାରତ। 

Advertisment

ଭାରତ ଉପରେ କି ପ୍ରଭାବ ପଡ଼ିବ? 

ଆମେରିକାରେ ସେବନ ହେଉଥିବା ଏକ ତୃତୀୟାଂଶ ଔଷଧ ଭାରତ ରପ୍ତାନୀ କରିଥାଏ। କିନ୍ତୁ ଏସବୁ ମଧ୍ୟରୁ ଅଧିକାଂଶ ହେଉଛି ଜେନେରିକ ମେଡିସନ। ଏହା ପେଣ୍ଟେଣ୍ଟ ମଧ୍ୟରେ ଆସୁ ନାହିଁ ଓ ବ୍ରାଣ୍ଡେଣ୍ଡ ଭର୍ସନ ତୁଳନାରେ ବେଶ ଶସ୍ତା। ଟ୍ରମ୍ପଙ୍କ ୧୦୦% ଟାରିଫ(Illegal Tariff) ଫୋକସ ବ୍ରାଣ୍ଡେଣ୍ଡ ଔଷଧ ଉପରେ ରହିଥିବାରୁ, ଭାରତର ଜେନେରିକ ରପ୍ତାନୀକାରୀ ଏବେ ଅଧିକ ପ୍ରଭାବିତ ହେବେ ନାହିଁ। କିନ୍ତୁ ଟ୍ରମ୍ପଙ୍କ ଏପରି ଘୋଷଣା ମାର୍କେଟ ସେଣ୍ଟିମେଣ୍ଟକୁ ପ୍ରଭାବିତ କରିବ ଓ ନିବେଶକାରୀଙ୍କ ବିଶ୍ୱାସରେ ବାଧା ସୃଷ୍ଟି କରିବ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି। 

ଜେଓଜିତ ଇନଭେଷ୍ଟମେଣ୍ଟ ଲିଃର ମୁଖ୍ୟ ଇନଭେଷ୍ଟମେଣ୍ଟ ରଣନୀତିଜ୍ଞ ଡା ଭିକେ ବିଜୟକୁମାର କହିଛନ୍ତି ଯେ ତତ୍କାଳ ଭାବେ ଭାରତ ଭଳି ଜେନେରିକ ଔଷଧ ରପ୍ତାନୀକାରୀ ଦେଶ ପ୍ରଭାବିତ ହେବେ ନାହିଁ।

ହେଲେ ଏପରି ଘୋଷଣା ଫାର୍ମାସ୍ୟୁଟିକାଲ ଷ୍ଟକକୁ ପ୍ରଭାବିତ କରିବ। ଭବିଷ୍ୟତରେ ସମାନ ଟାରିଫ ଜେନେରିକ ଔଷଧ ଉପରେ ମଧ୍ୟ ଲାଗୁ ହେବାର ଆଶଙ୍କାରେ ସମସ୍ତେ ରହିବେ। ତେଣୁ ଏହା ରପ୍ତାନୀକୁ ପ୍ରଭାବିତ କରିପାରେ ବୋଲି ସେ ମତ ରଖିଛନ୍ତି।

Illegal Tariff Donald Trump Tariff Rules