Advertisment

ବୀତ୍ତିୟ ନିଅଣ୍ଟ ୫.୧% ରଖିବାକୁ ଲକ୍ଷ୍ୟ, କିନ୍ତୁ

ବିତ୍ତୀୟ ନିଅଣ୍ଟ ବଜେଟର ୫.୮% ରହିବ ବୋଲି ଆକଳନ କରାଯାଇଛି। ଦେଶର ଅଭିବୃଦ୍ଧି ସ୍ୱାଭାବିକ ରହିବ। ସରକାର ୨୦୨୫-୨୬ ସୁଦ୍ଧା ବୀତ୍ତିୟ ନିଅଣ୍ଟ ୪.୫%ରୁ ତଳକୁ ଆଣିବା ପାଇଁ ପ୍ରତିଶ୍ରୁତିବଦ୍ଧ।

Budget

Budget

Advertisment

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟ ଉପସ୍ଥାପନ କରିଛନ୍ତି। ଏହି ସମୟରେ ସେ କହିଛନ୍ତି ଯେ ଆର୍ଥିକ ବର୍ଷ ୨୦୨୪ରେ ସଂଶୋଧିତ ବୀତ୍ତିୟ ନିଅଣ୍ଟ ୫.୮% ରହିବ। ସେହିପରି ଏହାକୁ ୫.୧% କରିବାକୁ ସରକାର ଯୋଜନା କରିଛନ୍ତି।

Advertisment

ସେ କହିଛନ୍ତି, ବିତ୍ତୀୟ ନିଅଣ୍ଟ ବଜେଟର ୫.୮% ରହିବ ବୋଲି ଆକଳନ କରାଯାଇଛି। ଦେଶର ଅଭିବୃଦ୍ଧି ସ୍ୱାଭାବିକ ରହିବ। ସରକାର ୨୦୨୫-୨୬ ସୁଦ୍ଧା ବୀତ୍ତିୟ ନିଅଣ୍ଟ ୪.୫%ରୁ ତଳକୁ ଆଣିବା ପାଇଁ ପ୍ରତିଶ୍ରୁତିବଦ୍ଧ। ୨୦୨୪-୨୫ ଆର୍ଥିକ ବର୍ଷରେ ବୀତ୍ତିୟ ନିଅଣ୍ଟ ଜିଡିପିର ୫.୧% ରହିବ ବୋଲି ସୀତାରମଣ କହିଛନ୍ତି।

ସରକାର ବୀତ୍ତିୟ ନିଅଣ୍ଟ ୫.୧%କୁ ଆଣିବା ପାଇଁ କହୁଥିଲେ ହେଁ ଆଦୌ ସହଜ ହେବନାହିଁ। ଯଦି ଆର୍ଥିକ ବର୍ଷ ୨୦୨୪ରେ ବୀତ୍ତିୟ ନିଅଣ୍ଟ ୫.୮% ରହିବ, ତା’ହେଲେ ଏହାକୁ ୨୦୨୫ ସୁଦ୍ଧା ୫.୧%କୁ ଆଣିବା ପାଇଁ ବହୁତ କଷ୍ଟ କରିବାକୁ ପଡ଼ିବ। ଏପରି ସ୍ଥିତିରେ ଘରୋଇ ସଂସ୍ଥାରୁ ସରକାରଙ୍କୁ ଋଣ କରିବାକୁ ପଡ଼ିବ। ସରକାରଙ୍କ ଉପରେ ଋଣ ଭାର ବଢ଼ିବ ବୋଲି ବିଶେଷଜ୍ଞମାନେ କହିଛନ୍ତି।

Advertisment
Union Budget 2024 Inflation
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe