/odisha-reporter/media/post_attachments/uploads/2019/08/1-1.jpg)
1
ନୂଆଦିଲ୍ଲୀ: ପୁଣି ଥରେ ଆଜିଠାରୁ ଫ୍ଲିପ୍କାର୍ଟ ଓ ଏମ୍ଆଇ ଅନ୍ଲାଇନ୍ ଷ୍ଟୋରରେ Realme X ଏବଂ Realme 3iର ବିକ୍ରି ଆରମ୍ଭ ହୋଇଯାଇଛି। Realme X ଏବଂ Realme 3iକୁ ଗତ ମାସରେ ଭାରତରେ ଲଞ୍ଚ୍ କରାଯାଇଥିଲା।
Realme Xରେ ପପ୍-ଅପ୍ ସେଲ୍ଫି କ୍ୟାମେରା, ୪୮ମେଗାପିକ୍ସେଲ ପ୍ରାଇମେରୀ କ୍ୟାମେରା ଓ ଏଚ୍ଡି ସ୍କ୍ରିନ୍ ରହିଛି। ଏହାର ୪ଜିବି ରାମ୍ ଓ ୧୨୮ଜିବି ଷ୍ଟୋରେଜ୍ ବିଶିଷ୍ଟ ଫୋନ୍ର ଦାମ୍ ୧୬,୯୯୯ଟଙ୍କା ଥିବାବେଳେ ୮ଜିବି ରାମ୍ ଓ ୧୨୮ଜିବି ଷ୍ଟୋରେଜ୍ ବିଶିଷ୍ଟ ଫୋନ୍ର ଦାମ୍ ୧୯,୯୯୯ଟଙ୍କା ରହିଛି। ଏହି ସ୍ମାର୍ଟଫୋନ୍ ବ୍ଲାକ୍, ବ୍ଲୁ ଏବଂ ଓନିଅନ୍ ରଙ୍ଗରେ ଉପଲବ୍ଧ ହେଉଛି।
ସେହିପରି Realme 3iର ବିଶେଷତ୍ୱ ହେଉଛି, ଏଥିରେ ଏଚ୍ଡି ସ୍କ୍ରିନ୍ ଏବଂ ୧୩ ମେଗାପିକ୍ସେଲ୍ ପ୍ରାଇମେରୀ କ୍ୟାମେରା ରହିଛି। ଏହାର ୩ଜିବି ରାମ୍ ଓ ୩୨ଜିବି ଷ୍ଟୋରେଜ୍ ବିଶିଷ୍ଟ ଫୋନ୍ର ଦାମ୍ ୭,୯୯୯ଟଙ୍କା ରହିଛି। ସେହିପରି ୪ଜିବି ରାମ୍ ଓ ୬୪ଜିବି ଷ୍ଟୋରେଜ୍ ବିଶିଷ୍ଟ୍ ଫୋନ୍ର ଦାମ୍ ୯,୯୯୯ଟଙ୍କା ରହିଛି। ଏହି ହ୍ୟାଣ୍ଡସେଟ୍ ବ୍ଲାକ୍, ବ୍ଲୁ ଏବଂ ଡାଇମଣ୍ଡ ରେଡ୍ ରଙ୍ଗରେ ଉପଲବ୍ଧ ହେଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
