Advertisment

ମହିଳା ଦିବସରେ ଅଫର୍‌ ଦେଇ ଫସିଲା ଫ୍ଲିପକାର୍ଟ, ମାଗିଲା କ୍ଷମା

ନୂଆଦିଲ୍ଲୀ: ଗ୍ରାହକଙ୍କୁ ଆକର୍ଷଣୀୟ ଅଫର ଦେଇ ନିଜ ଆଡକୁ ଆକର୍ଷିତ କରିବା ଏବେ ଅନ୍‌ଲାଇନ୍‌ ସପିଂ କମ୍ପାନୀଗୁଡିକର ଏକ ନୀତିଦିନିଆ ଫର୍ମୁଲା ପାଲଟିଗଲାଣି। ଜୋରଦାର ଥିମ୍‌ ସହ ନିଜ ପ୍ରଡକ୍ଟଗୁଡିକୁ ପ୍ରମୋଟ ମଧ୍ୟ କରନ୍ତି। କିନ୍ତୁ ବେଳେ ବେଳେ ଏହି ଆକର୍ଷଣୀୟ ଅଫର ଅନ୍‌ଲାଇନ୍‌ ସପିଂ କମ୍ପାନୀଗୁଡିକୁ ମହଙ୍ଗା ମଧ୍ୟ ପଡୁଛି। ଏଭଳି କିଛି ଘଟଣା ଘଟିଛି ଫ୍ଲିପକାର୍ଟ ଅନ୍‌ଲାଇନ୍‌ ସପିଂ କମ୍ପାନୀ ସହ। ମହିଳା ଦିବସରେ ଅପର୍‌ ଦେଇ ଫସିଛି ଫ୍ଲିପକାର୍ଟ। ଏପରିକି ନିଜ ଭୁଲ୍‌ […]

author-image
Madhupriya Mistry
ମହିଳା ଦିବସରେ ଅଫର୍‌ ଦେଇ ଫସିଲା ଫ୍ଲିପକାର୍ଟ, ମାଗିଲା କ୍ଷମା

flipkart

ନୂଆଦିଲ୍ଲୀ: ଗ୍ରାହକଙ୍କୁ ଆକର୍ଷଣୀୟ ଅଫର ଦେଇ ନିଜ ଆଡକୁ ଆକର୍ଷିତ କରିବା ଏବେ ଅନ୍‌ଲାଇନ୍‌ ସପିଂ କମ୍ପାନୀଗୁଡିକର ଏକ ନୀତିଦିନିଆ ଫର୍ମୁଲା ପାଲଟିଗଲାଣି। ଜୋରଦାର ଥିମ୍‌ ସହ ନିଜ ପ୍ରଡକ୍ଟଗୁଡିକୁ ପ୍ରମୋଟ ମଧ୍ୟ କରନ୍ତି। କିନ୍ତୁ ବେଳେ ବେଳେ ଏହି ଆକର୍ଷଣୀୟ ଅଫର ଅନ୍‌ଲାଇନ୍‌ ସପିଂ କମ୍ପାନୀଗୁଡିକୁ ମହଙ୍ଗା ମଧ୍ୟ ପଡୁଛି। ଏଭଳି କିଛି ଘଟଣା ଘଟିଛି ଫ୍ଲିପକାର୍ଟ ଅନ୍‌ଲାଇନ୍‌ ସପିଂ କମ୍ପାନୀ ସହ। ମହିଳା ଦିବସରେ ଅପର୍‌ ଦେଇ ଫସିଛି ଫ୍ଲିପକାର୍ଟ। ଏପରିକି ନିଜ ଭୁଲ୍‌ ପାଇଁ ଫ୍ଲିପକାର୍ଟକୁ କ୍ଷମା ମଧ୍ୟ ମାଗିବାକୁ ପଡିଛି।

Advertisment

ପ୍ରକୃତରେ ମହିଳା ଦିବସ ଅବସରରେ ଫ୍ଲିପକାର୍ଟ ଏକ ମେସେଜ ଶେଆର କରିଥିଲା, ଯାହା ତା'ଉପରେ ହିଁ ଭାରି ପଡିଯାଇଛି। ମହିଳା ଦିବସ ଅବସରରେ ଫ୍ଲିପକାର୍ଟ ରୋଷେଇ ସାମଗ୍ରୀକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଅଫର୍‌ ଦେଇଥିଲା। ଏଥିପାଇଁ ଫ୍ଲିପକାର୍ଟ ଅନେକ ଗ୍ରାହକଙ୍କୁ ମେସେଜ ମଧ୍ୟ ପଠାଇଥିଲା। ଏହି ମେସେଜରେ ଲେଖାଥିଲା, 'ପ୍ରିୟ ଗ୍ରାହକ, ଏହି ମହିଳା ଦିବସକୁ ଆସନ୍ତୁ ପାଳନ କରିବା। ରୋଷେଇ ସାମଗ୍ରୀ ତଥା କିଚେନ୍‌ ଅପ୍ଲାଏନ୍ସ ମାତ୍ର ୨୯୯ ଟଙ୍କାରେ ପାଆନ୍ତୁ।'

https://twitter.com/DiscourseDancer/status/1501054530473316353?s=20&t=vMuV5HCFmI_YBUJlKn4vUw

Advertisment

ମହିଳା ଦିବସ ଅବସରରେ କିଚେନ୍‌ ଅପ୍ଲାଏନ୍ସ ଭଳି ଲିଙ୍ଗଭେଦ ପ୍ରଚାର ପାଇଁ ଫ୍ଲିପକାର୍ଟକୁ ସୋଶାଲ ମିଡିଆ ଜରିଆରେ ଲୋକେ ଜୋରଦାର ସମାଲୋଚନା କରିଥିଲେ। ଚାରିଆଡୁ ଫ୍ଲିପକାର୍ଟକୁ ନେଇ ଅସନ୍ତୋଷ ଜାହିର କରିଥିଲେ ଲୋକେ। ଏହାପରେ ଫ୍ଲିପକାର୍ଟ ଟ୍ୱିଟ୍‌ କରି କ୍ଷମା ମାଗିଥିଲା। ଟ୍ୱିଟ୍‌ କରି ସେ ଲେଖିଥିଲା, 'ଆମେ ଭୁଲ୍‌ କରିଛୁ ଏଥିପାଇଁ ଆମେ ଦୁଃଖିତ। କାହାର ଭାବନାକୁ ଆଘାତ ଦେବା ଆମ ଉଦ୍ଦେଶ୍ୟ ନଥିଲା ଏବଂ ପୂର୍ବରୁ ଦିଆଯାଇଥିବା ମହିଳା ଦିବସ ବାର୍ତ୍ତା ପାଇଁ ଆମେ କ୍ଷମା ମାଗୁଛୁ।'

https://twitter.com/Flipkart/status/1501171737953591296?s=20&t=Sdwc6JULNIU7JHIsMG5LKQ