Advertisment

ସ୍ୱାମୀମାନଙ୍କୁ ଅଳସୁଆ ଓ ବୋକା କହିବା ମହଙ୍ଗା ପଡିଲା, କ୍ଷମା ମାଗିଲା ଫ୍ଲିପକାର୍ଟ

ପ୍ରୋମାସନାଲ ଭିଡିଓରେ ସ୍ୱାମୀମାନଙ୍କୁ ଆଲସୀ (ଅଳସୁଆ), କମ୍ବଖତ (ଅଭାଗା), ଏବଂ ବେୱକୁଫ୍ (ବୋକା, ନିର୍ବୋଧ) ଦର୍ଶାଇଥିଲା ଫ୍ଲିପକାର୍ଟ।

author-image
Debibandita Barick
ଅଦ୍ୟତନ ହୋଇଛି
flipkart add clip

Flipkart add clip

ପ୍ରୋମୋସନାଲ୍ ଭିଡିଓ ପୋଷ୍ଟକୁ ବିବାଦ ହେବା ପରେ କ୍ଷମା ମାଗିଛି ଫ୍ଲିପକାର୍ଟ। ଲୋକପ୍ରିୟ ଅନଲାଇନ୍ ସପିଂ ଆପ୍ ଏକ ପ୍ରୋମାସନାଲ ଭିଡିଓରେ ସ୍ୱାମୀମାନଙ୍କୁ ଆଲସୀ (ଅଳସୁଆ), କମ୍ବଖତ (ଅଭାଗା), ଏବଂ ବେୱକୁଫ୍ (ବୋକା, ନିର୍ବୋଧ) ଦର୍ଶାଇବାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏହାକୁ ନେଇ ସୋଶାଲ ମିଡିଆ ପୋଷ୍ଟରେ କ୍ଷମା ମାଗିଛି ଫ୍ଲିପକାର୍ଟ।

Advertisment

ପ୍ରକାଶ ଥାଉକି, ଆଜିଠାରୁ ଅକ୍ଟୋବର ୬ ପର୍ଯ୍ୟନ୍ତ ଫ୍ଲିପକାର୍ଟର 'ବିଗ୍ ବିଲିଅନ୍ ଡେଜ୍ ସେଲ୍' ଆରମ୍ଭ ହେଉଛି। ଏହି ଅଫରକୁ ପ୍ରୋମୋଟ୍ କରିବା ପାଇଁ କମ୍ପାନୀ ପକ୍ଷରୁ ଏକ ବିଜ୍ଞାପନ ପୋଷ୍ଟ କରାଯାଇଥିଲା। 

ଆନିମେଟେଡ୍ ଭିଡିଓରେ ମହିଳାମାନେ କିପରି ଫ୍ଲିପକାର୍ଟର ବିଗ୍ ବିଲିଅନ୍ ଅଫରରୁ ବ୍ୟାଗ୍ ସପିଂ କରିବେ ଏବଂ ସ୍ୱାମୀମାନଙ୍କୁ ନ ଜଣାଇ ଲୁଚାଇ ରଖିବେ ସେ ଉପରେ ଦର୍ଶାଯାଇଥିଲେ। ଏହି ଭିଡିଓରେ ଏକ ଦମ୍ପତିଙ୍କୁ ଚିତ୍ରିତ କରାଯାଇଥିଲା।

Advertisment

ବିଜ୍ଞାପନରେ ମହିଳାଙ୍କୁ ବିଗ୍ ବିଲିୟନ୍ ସେଲରୁ ଅନେକଗୁଡିଏ ବ୍ୟାଗ୍ କିଣନ୍ତୁ ଏବଂ ଏହିପରି ଲୁଚାଇ ରଖନ୍ତୁ, ଆପଣଙ୍କ ଆଲସୀ (ଅଳସୁଆ), କମ୍ବଖତ (ଅଭାଗା), ଏବଂ ବେୱକୁଫ୍ (ବୋକା, ନିର୍ବୋଧ) ସ୍ୱାମୀ ଜାଣି ପାରିବେ ନାହିଁ କୁହାଯାଇଥିଲା। 

ଏହାକୁ ନେଇ ଆପତ୍ତି ଉଠଇଥିଲା NCM ଇଣ୍ଡିଆ କାଉନସିଲ୍ ଫର୍ ମେନ୍ ଆଫାୟାର୍ସ। ଏହି ଗ୍ରୁପ୍ ସୋଶାଲ ମିଡିଆ ଏକ୍ସରେ ଭିଡିଓ ଶେଆର୍ କରି ବିଜ୍ଞାପନକୁ ବିଭ୍ରାନ୍ତକର କହିବା ସହ କମ୍ପାନୀ ଏହାକୁ ଡିଲିଟ୍ କରୁ। ଏଥିସହ ଗ୍ରୁପ୍ ଆହୁରି କହିଥିଲା ଯେ, ଆଗାମୀ ଭବିଷ୍ୟତରେ ଯେପରି ଫ୍ଲିପକାର୍ଟ ଏହାର ପୁନରାବୃତ୍ତି ନହେବ, ସେଥିପ୍ରତି ଧ୍ୟାନ ଦେବ ବୋଲି ଆଶା କରୁଛୁ। 

ଏହି ପୋଷ୍ଟର ପ୍ରତିକ୍ରିୟାର ରଖି କ୍ଷମା ପ୍ରାର୍ଥନା କରିଛି ଫ୍ଲିପକାର୍ଟ। କମ୍ପାନୀ ଏହି ଭିଡିଓକୁ ଡିଲଟ୍ କରିଦେବା ସହ ଭୁଲ୍ ବଶତଃ ଭିଡିଓ ପୋଷ୍ଟ ହୋଇ ଯାଇଥିବା କହିଛି। ଏଥିସହ ଭବିଶ୍ୟତରେ ଏପରି ପୁନରାବୃତ୍ତି ନ ହେବ ବୋଲି ପ୍ରତିଶୃତି ଦେଇଛି।  

Big Billion Sells Big Billion Offer Flipkart Flipkart Advertisement